Odisha news

ହୋଲିରେ ହୋଲି

ଫଗୁଣ ଦୋଳିରେ ଆସିଛ ହୋଲି
ହାତରେ ଧରିଛି ଆନନ୍ଦ ଥଳି
ରଙ୍ଗବେରଙ୍ଗର କେତେ ଅବିର
ପିଚକାରୀ ପୁଣି କେତେ ପ୍ରକାର ।
ଗାଁ ଗାଁ ବୁଲି ଠାକୁର ଦେଖ,
ବିମାନରେ ଚଳି ଖାଆନ୍ତି ଭୋଗ
ଖଇ, ନଡ଼ିଆ ଓ ଚଣା ସାକର
କଦଳୀ, କମଳା, ସେଓ ଅଙ୍ଗୁର ।
ବିମାନ ଦିଶୁଛି କି ମନୋହର
ଚାରିକଡ଼େ ଖଞ୍ଜା ଫୁଲର ହାର
ପେନ୍ଥା ପେନ୍ଥା କଷି ଆମ୍ବ ଝୁଲଇ
ଭକ୍ତ ନେଉଥାନ୍ତି କାନ୍ଧରେ ଥୋଇ ।
ଦୋଳ ମଣ୍ଡପକୁ ଯିବେ ଶେଷରେ
କୁଞ୍ଜରେ ଝୁଲିବେ ମନ ଖୁସିରେ
ମରତେ ସୁଖର ପସରା ମେଲି
ବରଷକେ ଥରେ ଆସିଛି ହୋଲି ।
ଭୁଲିଯାଇ ଭେଦଭାବଟି ଯେତେ
ସଭିଏଁ ଏକାଠି ଖେଳନ୍ତି ସତେ
ହାତେ ହାତ ଛନ୍ଦି ପାଦରେ ପାଦ
ଗାଆନ୍ତି ସାମ୍ୟର ଗୀତ ଶତତ ।
ମିଳିମିଶି ଭୋଜି କରନ୍ତି ଶେଷେ
ଆପେ ହସୁଥିଲେ ଦୁନିଆ ହସେ ।
ଡ଼ ପ୍ରତିଭା ମହାରଥୀ

Comments are closed.