ହକି ପୁରୁଷ ବିଶ୍ୱ କପ୍ -୨୦୨୩ ର ପ୍ରଚାର ପ୍ରସାର ନିମନ୍ତେ ଜିଲ୍ଲାପ୍ରସାସନ ପକ୍ଷରୁ ବିଭିନ୍ନ କ୍ରୀଡା ପ୍ରତିଯୋଗିତା
ଗଞ୍ଜାମ ଜିଲ୍ଲାପାଳ ଓ ପିଡି ଖେଳିଲେ କ୍ରିକେଟ, କ୍ୟାରେମ, ବ୍ୟାଟ ମିଷ୍ଟନ, ହକି ଓ ଚେସ
ଛତ୍ରପୁର,୮ା୧(Amarendra Pattanaik) : ହକି ପୁରୁଷ ବିଶ୍ୱ କପ୍ -୨୦୨୩ କୁ ପ୍ରଚାର ପ୍ରସାର ନିମନ୍ତେ ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ କରାଯାଉଛି l ଏନେଇ ରବିବାର ସ୍ଥାନୀୟ ଷ୍ଟାଡିୟମ ପରିସରରେ ଜିଲ୍ଲାପାଳ ଏକାଦଶ ସହ ଡିଆରଡିଏ ଏକାଦଶ ଏବଂ ଡୁଡା ଏକାଦଶ ସହ ପୋଲିସ୍ ଏକାଦଶ ମଧ୍ୟରେ ବନ୍ଧୁତା ପୂର୍ଣ୍ଣ ମ୍ୟାଚ ଆୟୋଜନ କରାଯାଇଛି l ଏଥିରେ ଗଂଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ସାମିଲ ହୋଇ କିଛି ସମୟ ଅଧିକାରୀଙ୍କ ଗହଣରେ ଖେଳିଥିଲେ l ଅଧିକାରୀ ଓ କର୍ମଚାରୀ ମିଶି ବନ୍ଧୁତ୍ୱପୂର୍ଣ କ୍ରିକେଟ,ହକି ,କ୍ୟାରେମ ,ଚେସ୍ ଓ ବ୍ୟାଟମିଷ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଗଂଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ,ଗଂଜାମ ଜିଲ୍ଲାପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ଭି. କୀର୍ତିଭାସନ ୱ କ୍ରିକେଟ ,ବ୍ୟଟମିଷ୍ଟନ, ହକି ଓ ଚେସ ଖେଳି ଅନ୍ୟ ଅଧିକାରୀମାନଙ୍କୁ ଉତ୍ସାହିତ କରିଥିଲେ l ଏହି ଅବସର ରେ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାର ଜିଲ୍ଲାପାଳ (ରାଜସ୍ୱ )ପିୟ ରଞ୍ଜନ ପୃଷ୍ଟି, ଡୁଡା ପିଡି ପ୍ରତାପ ଚନ୍ଦ୍ର ପ୍ରଧାନ, ଡେପୁଟି କଲେକ୍ଟର ସୁକାନ୍ତ ମିଶ୍ର, ଗଞ୍ଜାମ ଜିଲ୍ଲାପରିଷଦ ର ନିର୍ବାହୀ ଯନ୍ତ୍ରୀ ଇଂ ମନୋଜ କୁମାର ବେହେରା, ଅତିରିକ୍ତ ସିଡିଓ (ତାଲିମ )ବାଣୀ ସୁକାନ୍ତ ବେଵର୍ତା ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ l