Odisha news

ବ୍ଳକ ସ୍ତରୀୟ ବିଦ୍ୟାଳୟ ପାଚିକା/ ସହାୟିକା ମାନଙ୍କ ତାଲିମ ଶିବିର ଅନୁଷ୍ଠିତ

0
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ହିଞ୍ଜିଳିକାଟୁ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ ଆନୁକୁଲ୍ୟରେ “ପ୍ରଧାନମନ୍ତ୍ରୀ ପୋଷଣ ଖାଦ୍ୟ ସୁରକ୍ଷା ଓ ସ୍ୱକ୍ଥତା  ଯୋଜନା ଅନୁଯାଇ ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ସମସ୍ତ ସରକାରୀ ବିଦ୍ୟାଳୟ ମାନଙ୍କରେ କାର୍ଯରତ ପାଚିକା/ସାହାୟିକା ମାନଙ୍କୁ ତାଲିମ ପ୍ରଦାନ କରାଯାଇଛି। ଏହି ତାଲିମ ପର୍ଯ୍ୟାୟ କ୍ରମେ ହିଞ୍ଜିଳିକାଟୁର ଏନ୍‌.ଏ.ସି ଉଚ୍ଚ ବିଦ୍ୟାଳୟ, ଗଣେଶ ବିଦ୍ୟା ପିଠ ଗଣ୍ଡଳା ଏବଂ ସରକାରୀ ଉଚ୍ଚ ବିଦ୍ୟାଳୟ କଞ୍ଚରୁ ଠାରେ ଅନୁଷ୍ଠିତ ହୋଇଥିଲା, ଏହି ଶିବିର ଗୁଡିକୁ ହିଞ୍ଜିଳିକାଟୁ ଗୋଷ୍ଠି ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଏସ୍‌.ଗିରୀଧାରୀ,ଅତିରୀକ୍ତ ଗୋଷ୍ଠି ଶିକ୍ଷାଧିକାରୀ ଶ୍ରୀଯୁକ୍ତ ବାଳକୃଷ୍ଣ ପାତ୍ର, ଅତିରିକ୍ତ ଗୋଷ୍ଠି ଶିକ୍ଷାଧିକାରୀ ତଥା ଗୋଷ୍ଠି ସାଧାନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ର ସୁଶ୍ରୀଲ କୁମାର ପାତ୍ର, ଅତିରିକ୍ତ ଗୋଷ୍ଠି ଶିକ୍ଷାଧିକାରୀ ଶ୍ରୀ ଯୁକ୍ତ ବିନାୟକ ସେଠୀ ଏବଂ କଞ୍ଚୁରୁ ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ଜୟସେନ ମହାନ୍ତି ଉଦ୍‌ଘାଟନ କରିବା ସହିତ ପାଚିକା/ସହାୟିକା ମାନଙ୍କ ଦାୟୀତ୍ଵ ଏବଂ କର୍ତ୍ତବ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ଏବଂ ବିଦ୍ୟାଳୟ ମାନଙ୍କରେ ମଧ୍ୟାହ୍ନ ଭୋଜନ ସମୟରେ ଖାଦ୍ୟର ସୁରକ୍ଷା ଓ ସ୍ଵଚ୍ଛତା କିପରି ବଜାୟ ରହିବ ସେଥି ପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ ଏହି ତାଲିମ ଶିବିର ଗୁଡିକରେ ସମ୍ବଳ ଶିକ୍ଷକ ରୂପେ ଏନ୍‌.ଏ.ସି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତି ମିନତି ପାତ୍ର , ଅତିରିକ୍ତ ଗୋଷ୍ଠି ଶିକ୍ଷାଧିକାରୀ ଶ୍ରୀଯୁକ୍ତ ବିନାୟକ ସେଠୀ, ଗଣେଶ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ  ରାମହରି ସାହୁ , ସି.ଆର.ସି.ସି ଶ୍ରୀଯୁକ୍ତ ମଦନ ମୋହନ ମଲ୍ଲିକ ଏବଂ ମକରଝୋଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପାଚିକା ଶ୍ରୀମତି ଜି. ପଦ୍ମାବତୀ ଓ ଶିକିରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପାଚିକା ଶ୍ରିମତୀ ସଂଗୀତ ପଣ୍ଡା ସମସ୍ତ ପାଚିକା/ସହାୟିକା ମାନଙ୍କୁ ତାଲିମ ପ୍ରଦାନ କରିଥିଲେ।  ଏହି ତାଲିମ ଶିବର ଗୁଡ଼ିକୁ ପରିଚାଳନା କରିବା ପାଇଁ ଗୋଷ୍ଠି ଶିକ୍ଷାଧିକାରୀ କାର୍ଯ୍ୟାଳୟର ଡାଟା ଏଣ୍ଟ୍ରି ଅପରେଟର ଶ୍ରୀଯୁକ୍ତ ଅଜିତ କୁମାର ପଟ୍ଟନାୟକ ଏବଂ ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମାନେ ସହଯୋଗ କରିଥିଲେ

Leave A Reply