ବୁଗୁଡା : ତା ୧୨/୦୬/୨୩ : ବୁଗୁଡ଼ା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯାଳୟ ଅଧିନସ୍ଥ ମାଣିତରା ଏବଂ ବିରଞ୍ଚିପୁର କ୍ଲଷ୍ଟରରେ ଜନଭାଗିଦାରୀ କାର୍ଯ୍ୟକ୍ରମ ମାଧ୍ୟମରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ମାଣିତରା ସାଧନ କେନ୍ଦ୍ର ଅନ୍ତର୍ଗତ ସାପୁଆପଲ୍ଲୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପ୍ରଶାନ୍ତ ନାୟକଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ପଞାୟତ ପ୍ରତିନିଧି ଜୟଦେବ ଜେନା ଅତିଥି ଭାବେ ଯୋଗ ଦେଇଥିଲେ । ସେହିପରି ବିରଞ୍ଚିପୁର ସାଧନ କେନ୍ଦ୍ର ଅନ୍ତର୍ଗତ କତକଲା ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଭାରତୀ ଗୁରୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ପଞ୍ଚାୟତ ପ୍ରତିନିଧି ଜୁଗୁନା ସ୍ବାଇଁ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଶିବିରରେ ବିଦ୍ୟାଳୟର ପ୍ରଥମରୁ ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ପିଲାମାନଙ୍କ ମଧ୍ୟରେ ଯୋଗ, ବ୍ୟାୟାମ, ଗଳ୍ପ କଥନ, କବିତା ଆବୃତ୍ତି, ଗଣିତ କୁଇଜ, ଶବ୍ଦ ଖେଳ, ସ୍ଲୋଗାନ୍ ଆଦି ପ୍ରତିଯୋଗିତା କରାଯାଇଥିଲା। ଅଭିଭାବକ, ଅତିଥି , ଶିକ୍ଷାବିତଙ୍କ ଗହଣରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ ଶପଥ ପାଠ କରାଯାଇଥିଲା । ସାଧନ କେନ୍ଦ୍ର ସଂଯୋଜକ ଶଶୀକାନ୍ତ ପାତ୍ର ଉଭୟ ଶିବିରକୁ ପରିଚାଳନା କରିଥିଲେ