ହିଞ୍ଜିଳିକାଟୁ ତା 13/3/22 – ଗତ 10 ତାରିଖ ସନ୍ଧ୍ୟା 7 ଘଣ୍ଟ ସମୟରେ ରାଷ୍ଟ୍ରବାଦୀ ଶିକ୍ଷକ ସଙ୍ଘର ଏକ ଭରଚୁଆଲ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ସଂଗଠନର ବିଭିନ୍ନ ସାଙ୍ଗଠନିକ ବିଷୟ ସମ୍ପର୍କିତ ବହୁ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହୋଇଥିଲା l ଆମ ରାଜ୍ୟରେ ରାଷ୍ଟ୍ରବାଦୀ ଶିକ୍ଷକ ସଂଗଠନକୁ ଦୃଢ଼ ଭିତ୍ତିଭୂମି ଦେବାର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା l ଆସନ୍ତା ଅଗଷ୍ଟ 1ତାରିଖରେ ଓଡିଶା ରେ 300 ବିଦ୍ୟାଳୟ ରେ “ଅମୃତ ମହୋତ୍ସବ ” କାର୍ଯ୍ୟକ୍ରମ ଆୟୋଜନ କରିବାର ନିଷ୍ପତି ସ୍ଥିରୀକୃତ ହୋଇଥିବା ପରିପ୍ରେକ୍ଷୀରେ ଏହି କାର୍ଯ୍ୟକ୍ରମ ର ସଫଳ ରୂପାୟନ ଉପରେ ଗୁରୁତ୍ୱ ଦିଆଯାଇଥିଲା l ତେଣୁ ତାର ଅବ୍ୟବହିତ ସମୟ ପୂର୍ବରୁ ପରିଷଦର ଉଭୟ ଆଞ୍ଚଳିକ, ଜିଲ୍ଲା ଓ ରାଜ୍ୟକର୍ମକର୍ତ୍ତା ଆଦିଙ୍କୁ ନେଇ ଏକ ଦୁଇଦିନିଆ କର୍ମଶାଳା ବ୍ରହ୍ମପୁର ଠାରେ ଆୟୋଜନ କରିବା ପ୍ରସ୍ତାବ ପରେ ଅବସଶ୍ୟକତାକୁ ହୃଦୟଙ୍ଗମ କରି ଖୁବ ଶୀଘ୍ର ଦିନ ଓ ତାରିଖ ଘୋଷଣା କରାଯିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା l ଏହି ବୈଠକ ରେ ରାଜ୍ୟ ରାଷ୍ଟ୍ରବାଦୀ ଶିକ୍ଷକ ପରିଷଦର ରାଜ୍ୟ ସଭାପତି ନିଲୁରାମ ଜେନା, ରାଜ୍ୟ ସମ୍ପାଦକ ଗୋପାଲକୃଷ୍ଣ ପାଢ଼ୀ, ମାଧ୍ୟମିକ ସମ୍ପାଦକ ପ୍ରମୋଦ କୁମାର ବାଜୁବନ୍ଧ, ରାଜ୍ୟ ମିଡ଼ିଆ ପ୍ରମୁଖ କୈଳାଶପତି ଦାଶ ଓ ଦୀନବନ୍ଧୁ ସ୍ୱାଇଁ, ସୁଧାକର ସାହୁ କାର୍ଯ୍ୟକାରୀ ସଦସ୍ୟ, ଓ ଅନ୍ୟାନ୍ୟ ବହୁ ସଂଘ କର୍ମକର୍ତ୍ତା, ସଦସ୍ୟ ଭାଗ ନେଇଥିଲେ l