Odisha news

ହିଞ୍ଜିଳିର ସମସ୍ତ ଜିଲ୍ଲା ପରିଷଦ ସଭ୍ୟ ଆସନ ପୋଛିନେଲା ବିଜେଡି

0

(ହିଞ୍ଜିଳିକାଟୁ-୨୮/ଫେବୃୟାରୀ/୨୦୨୦) ୬୯ନଂ ଜିଲ୍ଲାପରିଷଦ ଜୋନରେ ଶାସକ ବିଜୁ ଜନତା ଦଳ ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି। ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ୬୯ ନଂ ଜିଲ୍ଲାପରିଷଦ ଜୋନର ସମସ୍ତ ସରପଞ୍ଚ, ସମିତିସଭ୍ୟ ଓ ଜିଲାପରିଷଦ ପ୍ରାର୍ଥୀ ମାନଙ୍କର ମତଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗଞ୍ଜାମ ଜିଲ୍ଲା ୬୯ନଂ ଜିଲ୍ଲା ପରିଷଦ ଜୋନରେ ବିଜେଡି ପ୍ରାର୍ଥୀ ପ୍ରିତୀ ସାହୁ ବିଜୟୀ ଘୋଷିତ ହୋଇଛନ୍ତି। ପ୍ରିତୀ ୧୪୩୨୮ଖଣ୍ଡ ଭୋଟ ପାଇ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ଉର୍ଦ୍ଧୁ ବାସନ୍ତୀଙ୍କୁ ୧୦୫୩୬ ଖଣ୍ଡ  ଭୋଟ ବ୍ୟବଧାନରେ ପରାଜିତ କରି ବିଜୟୀ ହୋଇଛନ୍ତି। ତେବେ ହିଞ୍ଜିଳିକାଟୁ ପଞ୍ଚାୟତ ସମିତି ଅନ୍ତର୍ଗତ ତିନିରୁ ତିନି ଜିଲ୍ଲା ପରିଷଦ ସଭ୍ୟ ନିର୍ବାଚନରେ ଶାସକ ବିଜେଡି ପୋଛି ନେଇଥିବା ଦେଖିବାକୁ ମିଳିଛି। ବିଜେପି ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ବେଳେ ମଧ୍ୟ ଭୋଟ ବ୍ୟବଧାନ ଢେର ଅଧିକ ରହୁଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାକୁ ମାତ ଦେବାରେ ବିରୋଧୀଙ୍କ କୌଣସି ରଣନୀତି ଫଳପ୍ରଦ ସାବ୍ୟସ୍ତ ହୋଇପାରିନାହିଁ।

Leave A Reply