Odisha news

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳି 68ନଂ ଜିଲ୍ଲାପରିଷଦ ଜୋନରେ ବିଜେଡି ବିଜୟର ଧାରା ଜାରି

0

(ହିଞ୍ଜିଳିକାଟୁ-28/ଫେବୃୟାରୀ/୨୦୨୨) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳିରେ ବିଜେଡି ତାର ବଜାୟ ଧାରା ବଜାୟ ରଖିଛି  68 ନଂ ଜ଼ିଲ୍ଲାପରିଷଦ  ଆସନ  ପୁଣି ଅକ୍ତିଆର କରିବାରେ  ସକ୍ଷମ ହୋଇଛି l ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ଵିତୀୟ ଦିବସରେ  ମତଗଣନା ସ୍ଥlନୀୟ ବ୍ଲକ ପରିସରରେ ଜାରିରହିଛି । ପ୍ରଥମ ଦିନ ୬୭ନଂ ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ ସମସ୍ତ ୱାର୍ଡ ସଭ୍ୟ, ସରପଞ୍ଚ, ସମିତିସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ନିମନ୍ତେ ପ୍ରତିଦ୍ବନ୍ଦିତା କରୁଥିବା ସମସ୍ତ ପ୍ରାର୍ଥୀଙ୍କ ମତଗଣନା କରାଯାଇଥିଲା ବେଳେ ଦ୍ଵିତୀୟ ଦିବସରେ 68 ନଂ ଜିଲ୍ଲାପରିଷଦ ଜୋନରେ ମଧ୍ୟ ଶାସକ ବିଜୁ ଜନତା ଦଳ ତା’ର ବିଜୟ ଧାରା ଜାରିରଖି ବିଜୟୀ ଘୋଷିତ ହୋଇଛି।  68 ନଂ ଜିଲ୍ଲାପରିଷଦ ଜୋନରେ ବିଜେଡି ପ୍ରାର୍ଥୀ ଏଳା ସୁଦର୍ଶନ 6991 ଖଣ୍ଡ ଭୋଟ ପାଇ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ରଜନୀକାନ୍ତ ପାଢ଼ୀଙ୍କୁ 4740 ଖଣ୍ଡ  ଭୋଟ ବ୍ୟବଧାନରେ ପରାଜିତ କରି ବିଜୟୀ ହୋଇଛନ୍ତି। ସେହିପରି ନନ୍ଦିକ ପଞ୍ଚାୟତରେ ସମିତିସଭ୍ୟ ପ୍ରାର୍ଥୀନୀ ଶୈଳେନ୍ଦ୍ରି ପରିଡା ନିର୍ବାଚିତ ହୋଇଥିବା ବେଳେ ସରପଞ୍ଚ ଭାବରେ କୃଷ୍ଣଚନ୍ଦ୍ର ଭୋଳ ବିଜୟ ଲାଭ କରିଛନ୍ତି। ଦୁର୍ବନ୍ଧ ପଞ୍ଚାୟତ ସମିତି ସଭ୍ୟ ପ୍ରାର୍ଥୀନୀ ପିଙ୍କି ବେହେରା ପୂର୍ବରୁ ନିର୍ଦ୍ବନ୍ଦରେ ନିର୍ବାଚିତ ଘୋଷିତ ହୋଇଥିବା ବେଳେ ବିକାଶ ସେଠୀ 510 ଭୋଟ ବ୍ୟବଧାନ ରେ ସରପଞ୍ଚ ରୂପେ ନିର୍ବାଚିତ ହୋଇଛନ୍ତି। ଚାନ୍ଦୁଲି ପଞ୍ଚାୟତ ସମିତି ସଭ୍ୟ ପ୍ରାର୍ଥୀ ସନ୍ତୋଷ କୁମାର ସାହୁ 178 ଖଣ୍ଡ ଭୋଟ ବ୍ୟବଧାନ ରେ ବିଜୟୀ ହୋଇଥିବା  ବେଳେ ସରପଞ୍ଚ ପ୍ରାର୍ଥୀନୀ ଅନିତା ସାହୁ ଦ୍ଵିତୀୟ ଥର ପାଇଁ 311 ଭୋଟ  ବ୍ୟବଧାନ ରେ ବିଜୟୀ ଘୋଷିତ ହୋଇଛନ୍ତି l

ହିଞ୍ଜିଳି ବ୍ଲକ ରାଜନୀତିରେ ଦୀର୍ଘ ଦିନ ଦବଦବା ରଖି ଆସିଥିବା ସୁରେନ୍ଦ୍ରନାଥ ପ୍ରଧାନଙ୍କୁ ବଡ  ଝଟକା  ଲାଗିଛି l  ସିକିରି ସମିତି ସଭ୍ୟ ପ୍ରାର୍ଥୀନୀ ସୁଜ୍ଞାନୀ ମଳିକ ପୂର୍ବରୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ବେଳେ  ସରପଞ୍ଚ ପଦବୀ ପାଇଁ ନିର୍ବାଚନ ରାଣାଙ୍ଗନରେ ପ୍ରତିଦ୍ବନ୍ଦୀତା କରିଥିବା  ସୁରେନ୍ଦ୍ର ବାବୁଙ୍କ ପୁତୁରା ବୋହୁ ମଞ୍ଜୁଳା କୁମାରୀ ପ୍ରଧାନ  ପରାଜିତ  ହୋଇଥିବା ବେଳେ ଯୁବନେତା ସୁରେଶ ବରଡ଼  187 ଖଣ୍ଡ  ଭୋଟ ବ୍ୟବଧାନ ରେ ବିଜୟୀ ଘୋଷିତ ହୋଇଥିବାରୁ  ସୁରେନ୍ଦ୍ର ବାବୁଙ୍କ ରାଜନୀତି  ଜୀବନ ଏକ ରକମ  ଶେଷ ହୋଇଗଲା  ବୋଲି ଚର୍ଚ୍ଚା ହେଉଛି l ଶାସନ ଆମ୍ବଗାଁ  ସମିତିସଭ୍ୟ ପ୍ରାର୍ଥୀନୀ ପ୍ରମିଳା ପାଣିଗ୍ରାହୀ 791 ଭୋଟର ବିପୁଳ ବ୍ୟବଧାନରେ ଓ ସରପଞ୍ଚ ପ୍ରାର୍ଥୀ ଦନାର୍ଦନ ସେଠୀ 736 ଭୋଟ ବ୍ୟବଧାନ ରେ  ବିଜୟୀ ହୋଇଛନ୍ତି l ରା୍ଳବ ସମିତି ସଭ୍ୟ ପ୍ରାର୍ଥୀନୀ ରୀନା ପୋଲାଈ  759 ଓ ସରପଞ୍ଚ ପ୍ରାର୍ଥୀନୀ ରଶ୍ମିତା ପ୍ରଧାନ  601 ଭୋଟ ବ୍ୟବଧାନରେ  ବିଜୟ ଲାଭ କରିଛନ୍ତି। ସେହିପରି ଖରିଡା  ଗ୍ରାମପଞ୍ଚାୟତ ରେ ସମିତିସଭ୍ୟ ପ୍ରାଥୀ ଟୁନା ପୋଲାଈ ତାଙ୍କ ନିକଟତମ  ପ୍ରତିଦ୍ବନ୍ଦୀଙ୍କୁ 342 ଖଣ୍ଡ  ଓ ସରପଞ୍ଚ ପ୍ରାର୍ଥୀନୀ ପାର୍ବତୀ ଗୌଡ଼  703 ଖଣ୍ଡ  ଭୋଟ ବ୍ୟବଧାନ ରେ ବିଜୟୀ ଘୋଷିତ  ହୋଇଛନ୍ତି l ମତଗଣନା କାର୍ଯ୍ୟକ୍ରମର ତୃତୀୟ ଦିବସ ରେ  ଶେଷ  ତଥା  69 ନଂ ଜିଲ୍ଲାପରିଷଦ ଜୋନର ଭୋଟ ଗଣନା ଜାରିରହିଥିବା ବେଳେ ବିଜେଡି ପ୍ରାର୍ଥୀ ଆଗୁଆ ରହିଥିବା  ଜଣାଯାଇଛି।

Leave A Reply