Odisha news

ଦୁର୍ନୀତିର ସବୁ ସରହଦ ପାର କରି ସାଧାରଣ ଖାଉଟିଙ୍କ ଜୀବନ ସହ ଖେଳୁଛି ହିଂଜିଳି ଯୋଗାଣ ବିଭାଗ : ନିମ୍ନମାନର ପିଡ଼ିଏସ ଚାଉଳ ଯୋଗାଣ ଅଭିଯୋଗ

0
ହିଂଜିଳିକାଟୁ ତା ୨୧/୯/୨୦୨୦- ଦୁର୍ନୀତିର ସବୁ ସରହଦ ପାର କରି ସାଧାରଣ ଖାଉଟିଙ୍କ ଜୀବନ ସହ ଖେଳୁଛି ହିଂଜିଳି ଯୋଗାଣ ବିଭାଗ । ଏ କଥା ଆମେ କହୁନୁ , ଯୋଗାଣ ବିଭାଗ ର ଦୁର୍ନୀତିର ଗାଥା ଘରେ, ବାହାରେ ସର୍ବତ୍ର ଚର୍ଚ୍ଚାକୁ ଆସିଛି । ଏହି ବ୍ଲକର ମକରଝୋଳ ପଂଚାୟତଧୀନ ବଳରାମପୁର ଗ୍ରାମରେ ନିମ୍ନମାନର ଚାଉଳ ଯୋଗାଣ କୁ ନେଇ ସେହି ଗ୍ରାମରେ ଉପଭୋକ୍ତା କ୍ଷୋଭରେ ଉତକ୍ଷିପ୍ତ ହୋଇଥିଲେ ।
ଏଣୁ ପଂଚାୟତ ନିକଟରେ ଅଭିଯୋଗ କରିବା ପରେ ଘଟଣା ଦାଣ୍ଡରେ ପଡି ହାଟରେ ଗଡୁଛି । ବଣ୍ଟନ କରାଯାଇଥିବା ଚାଉଳ ସମ୍ପୂର୍ଣ୍ଣ ନିମ୍ନମାନର ବୋଲି ଉପଭୋକ୍ତା ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ବଳରାମପୁରରେ ଗ୍ର।ଉଣ୍ଡ ଜ଼ୀରୋ ଅନୁସନ୍ଧାନରୁ ଜଣାଯାଇଛି ଯେ , ସେହି ଗ୍ରାମର ମୋଟ ୨୬୭ ଜଣ ଉପଭୋକ୍ତା ପରିବାରକୁ ଯୋଗାଇ ଦିଆଯାଇଥିବା ପିଡ଼ିଏସ ଚାଉଳ ସମ୍ପୂର୍ଣ୍ଣ ନିମ୍ନମାନର ।
ବିଭିନ୍ନ କିସମର ଚାଉଳ ସାଙ୍ଗକୁ ତାମଧ୍ୟରେ ବହୁତ ଧଳାରଙ୍ଗର ଲମ୍ବା ଲମ୍ବା ଚାଉଳ ରହିଛି , ଯାହାକି ପାଣିରେ ପଡିଲେ ମିଳାଇ ଯାଉଛି । କିଛି ଉପଭୋକ୍ତା ତା ଦେହରେ ପ୍ଲାଷ୍ଟିକ ଚାଉଳ ମିଶିଛି ବୋଲି ସନ୍ଦେହ କରୁଥିବା ଦେଖିବାକୁ ମିଳିଥିଲା । ମିଳାଇ ଯାଉଥିବା ଓ ଚାଉଳ ଚୋବାଇଲେ ଅଠାଳିଆ ଅନୁଭବ ହେଉଥିବା କାରଣରୁ ଅଧିକାଂଶ ବ୍ୟକ୍ତି ଭୟରେ ବେପାରୀଙ୍କୁ ବିକ୍ରି କରି ଦେଉଥିବା ଦେଖିବାକୁ ମିଳିଛି । ଅନ୍ୟ ପକ୍ଷରେ ଚାଉଳର ମାନ ଉପରେ ଆଙ୍ଗୁଳି ଉଠିବା ପରେ ପଂଚାୟତ କତ୍ତୃପକ୍ଷ ନିଜ ଦୋଷ ଲୁଚାଇବାପାଇଁ ବେପାରୀଙ୍କୁ ଲଗାଇ ସେହି ଚାଉଳକୁ ୧୨ରୁ ୧୪ ଟଙ୍କା ମୂଲ୍ୟରେ କିଣି ନେଉଥିବା ସାଧାରଣ ଲୋକଙ୍କ କଥା ଭାଷାରୁ ପଦାକୁ ଆସିଥିଲା । ଏ ସମ୍ପର୍କରେ ମକରଝୋଳ ପଂଚାୟତ ସରପଞ୍ଚ ନିଜ ପ୍ରତିକ୍ରିୟାରେ କହିଛନ୍ତି କି , ଚାଉଳରେ କିଛିଟା ଖରାପ ରହିଥିବା ସେ ଅଭିଯୋଗ ପରେ ଜାଣିବାକୁ ପାଇଥିଲେ ।
ସେ ଏ ନେଇ ହିଂଜିଳି ବ୍ଲକ ପ୍ରଶାସନ ଓ ବ୍ଲକ ଯୋଗାଣ ନିରୀକ୍ଷକଙ୍କ  ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ ଯୋଗାଣ ନିରୀକ୍ଷକ ନିମ୍ନ ମାନର ଚାଉଳ ଯୋଗାଣ କଥାକୁ ମାନି ନଥିଲେ । କୁକୁଡ଼ାଖଣ୍ଡି ଗୋଦାମରୁ ଆସିଥିବା ଚାଉଳର ତଳ ବସ୍ତାର ଚାଉଳ ଦୀର୍ଘ ଦିନ ଧରି ତଳେ ଚାପିହୋଇ ରହିବ ଦ୍ୱାରା ଏପରି ହୋଇଥିବା ସଫେଇଦଇଥିଲେ । ତେବେ ଆମ ଅନୁସନ୍ଧାନ ବେଳେ ଉପଭୋକ୍ତାଙ୍କୁ ଯୋଗାଯାଇଥିବା ଚାଉଳ ବ୍ୟାଗରେ  “ଅଂଶିକା ରାଇସ ମିଲ, ସାପୁଆପଲ୍ଲୀ ” ଲେଖା ପ୍ରିଣ୍ଟ ହୋଇଥିବାରୁ ଯୋଗାଣ ନିରୀକ୍ଷକଙ୍କ କୁକୁଡ଼ାଖଣ୍ଡି ରାଇସ ଗୋଦାମର ସଫେଇ ପଛରେ କିଛି କଳ।କାରନାମା ଥିବା ସେନ୍ଦେହ ହେବା ସ୍ୱାଭିବିକ କଥା ।
ଦ୍ଵିତୀୟରେ ଯଦି ଗୋଦାମର ପୁରୁଣା ଗଛିତ ତଳ ବସ୍ତାର ଚାଉଳ ଖରାପ ଥିଲା ତାକୁ ଖାଉଟିଙ୍କୁ ଯୋଗାଇ ଦିଆଗଲା କାହିଁକି ?? ଆମ ବିଶେଷ ଅନୁସନ୍ଧାନ ବେଳେ ଶୁଣିବାକୁ ମିଳିଥିବା ସୂଚନା ଅନୁଯାୟୀ , ସାପୁଆପଲ୍ଲୀ ଗ୍ରାମର ଅଂଶିକା ରାଇସ ମିଲରେ କୁଆଡେ ବହୁତ କମ ପରିମାଣର ଚାଉଳ ପ୍ରୋସେସିଂ କରାଯାଇଥାଏ । ଏବଂ ଯୋଗାଣ ବିଭାଗକୁ ସେହି ମିଲ ଦ୍ୱାରା ଯୋଗାଯାଉଥିବା ଚାଉଳର ସିଂହ ଭାଗ ଛତିଶଗଡ଼ ରାୟପୁର , ଆନ୍ଧ୍ରପ୍ରଦେଶ ଆଦି ସ୍ଥାନରୁ ଆମଦାନୀ କରି ନୂଆ ବ୍ୟାଗରେ ଯୋଗାଇ ଦିଆଯାଉଥିବା ସେହି ମିଲ ମାଲିକଙ୍କ ନିଜ ଲୋକଙ୍କ ଆଲୋଚନାରୁ ପଦାରେ ପଡି  ସାଧାରଣରେ ଚର୍ଚ୍ଚାକୁ ଆସିଛି । ତେଣୁ ଯୋଗାଣ ବିଭାଗର ସେହି ଫନ୍ଦି ଫିକରର ପର୍ଦାଫାଶ ପାଇଁ ଉଚ୍ଚ ସ୍ତରୀୟ ତଦନ୍ତ ଜରୁରୀ ହୋଇପଡିଛି ।
Leave A Reply