Odisha news

ହିନ୍ଦୁ ଧର୍ମରେ ମସ୍ତକରେ ତିଳକ ଲଗାଇବାର କଣ ରହିଛି ମହତ୍ୱ ଓ ମିଳିଥାଏ କି ଲାଭ

0

ହିନ୍ଦୁ ଧର୍ମରେ ଯେ କୌଣସି ଶୁଭକାର୍ଯ୍ୟ ପାଇଁ ମଥାରେ ତିଳକ ଲଗାଇବାର ପରମ୍ପରା ଖୁବ ପୁରୁଣା ଅଟେ l ଜ୍ୟୋତିଷଶାସ୍ତ୍ର ଅନୁସାରେ ମଧ୍ୟ ଯେଉଁ ବ୍ୟକ୍ତି ମଥାରେ ତିଳକ ଲଗାଇ ଯେ କୌଣସୀ କାର୍ଯ୍ୟରେ ବାହାରକୁ ଯାଇଥା ସେହି କାର୍ଯ୍ୟାର ସଫଳାତା ଲାଭ କରିଥାଏ l ମଥାରେ ତିଳକ ଚନ୍ଦନ, ସିନ୍ଦୁର, କିମ୍ବା ହଳଦୀର ହୋଇଥାଉ ଏହା ଶୁଭ ସୂଚନା ଦେଇଥାଏ l

ହିନ୍ଦୁ ଧର୍ମରେ ମଥାରେ ତିଳକ ଲଗାଇବାର ଅନେକ ଲାଭ ରହିଛି l  ଆସନ୍ତୁ ଆଜି ଜାଣିବା ମଥାରେ ତିଳକ ଲଗାଇବାର ଲାଭ ବିଷୟରେ -:

* ଏହା ହିନ୍ଦୁ ଧର୍ମର ଗୋଟିଏ ମହତ୍ୱପୂର୍ଣ୍ଣ ପରମ୍ପରା, ଆମେ ଯେ କୌଣସି ଶୁଭ କାର୍ଯ୍ୟ ପାଇଁ ଯାଉଛୁ କିମ୍ବା କୌଣସି ପରୀକ୍ଷା ଦେବାକୁ ଯାଉଛୁ ଏହା ଆମ ପାଇଁ ଖୁବ ଶୁଭ ଅଟେ l କୁହାଯାଏ ଯେ ଏହା ପରୋକ୍ଷରେ ଈଶ୍ୱରଙ୍କ ଆଶୀର୍ବାଦ ଅଟେ, ଯାହା ଆମକୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଦେଇଥାଏ l

* ତିଳକ ସର୍ବଦା ମଥାର ମଧ୍ୟ ଭାଗରେ ଲଗାଇବା ଜରୁରୀ l କାରଣ ଏଠାରେ ଆଜ୍ଞା ଚକ୍ର ରହିଛି l ଏହା ଶରୀରର ମୁଖ୍ୟ ଅଙ୍ଗ ଅଟେ l ଏହିଠାରୁ ସମଗ୍ର ଶରୀରକୁ ସକାରାତ୍ମକ ଉର୍ଜା ମିଳିଥାଏ l

* ପ୍ରତ୍ୟକଟି ତିଳକ ର ଅଲଗା ଅଲଗା ମହତ୍ୱ ରହିଛି l ଯେଉଁଥିରେ ସାମିଲ ରହିଛି ଶ୍ୱେତ ଚନ୍ଦନ, ସିନ୍ଦୁର, କେଶର ଓ ହଳଦୀ l ଏହି ସମସ୍ତ ତିଳକ ଠାରୁ ହଳଦୀ ମୁଖ୍ୟ ଅଟେ l ଯାହା ବୃହସ୍ପତି ଗ୍ରହର କାରକ ଅଟେ l ଯଦି କୁଣ୍ଡଳୀରେ ବୃହସ୍ପତି ଖୁସି ରହି ଥାଆନ୍ତି ତେବେ ଆମେ ସମସ୍ତ କାର୍ଯ୍ୟରେ ସଫଳତା ଲାଭ କରିଥାଉ l

* ଜୀବନରେ ସକାରାତ୍ମକ ଉର୍ଜା ଭରିଥାଏ ହଳଦୀ ର ତିଳକ l ପ୍ରତିଦିନ ଗାଧୋଇ ସାରି ଗଣେଶଙ୍କୁ ହଳଦୀ ଟୀକା ଅର୍ପଣ ନିଜେ ଲଗାଇବା ଦ୍ୱାରା ସମସ୍ତ ବିଘ୍ନ ଦୂର ହୋଇଥାଏ l

* ପ୍ରତି ବୁଧବାର ଦିନ ଗଣପତି ଙ୍କୁ ହଳଦୀରେ ଟୀକା ଲଗାଇବା ଦ୍ୱାରା ଜୀବନର ସମସ୍ତ କଷ୍ଟ ଦୂର ହୋଇଥାଏ ଓ ଗଣପତିଙ୍କ କୃପା ଲାଭ ହୋଇଥାଏ l

Leave A Reply