Odisha news

ପ୍ରତିଦିନ ସକାଳୁ ନିଶ୍ଚିନ୍ତ ଭାବରେ ଚୋବଇ ଖାଆନ୍ତୁ ଭୃଷୁଙ୍ଗ ପତ୍ର, ଦୁରେଇ ରହିବେ ଏହି ୫ଟି ବଡ଼ ରୋଗ ନିକଟରୁ

0

ପ୍ରତିଟି ଭାରତୀୟ ରୋଷେଇ ଘରେ ଭୃଷୁଙ୍ଗା ପତ୍ରର ଗୋଟିଏ ନିଜସ୍ୱ ପରିଚୟ ରହିଛି l ବିଶେଷ ଭାବରେ ଦକ୍ଷିଣ ଭାରତରେ ଭୃଷୁଙ୍ଗା ପତ୍ରର ଅଧିକ ବ୍ୟବହାର ହୋଇଥାଏ l କାରଣ ଏହାର ସୁଗନ୍ଧ ବ୍ୟଞ୍ଜନର ସ୍ବାଦକୁ ଦ୍ବିଗୁଣିତ କରିଥାଏ l

ଭୃଷୁଙ୍ଗା ପତ୍ରରେ ଫସଫରସ, କ୍ୟାଲସିୟମ, ଆଇରନ, କପର, ଭିଟାମିନ ଓ ମଗ୍ନେଶୀୟମ ଭଳି ନ୍ୟୁଟ୍ରିଏଣ୍ଟସ ମିଳିଥାଏ l ଯାହା ଶରୀରକୁ ବିଭିନ୍ନ ସମସ୍ୟାରୁ ଦୁରେଇ ରଖିଥାଏ l ତେବେ ଆସନ୍ତୁ ଜାଣିବା ପ୍ରତିଦିନ ସକାଳୁ ଯଦି ୩/୪ ଟି ଭୃଷୁଙ୍ଗା ପତ୍ର ଚୋବାଇ ଖାଇବା ତେବେ ଶରୀରକୁ କେଉଁ ସବୁ ଲାଭ ମିଳିବ l

ଭୃଷୁଙ୍ଗା ପତ୍ର ଖାଇବାର ସ୍ୱାସ୍ଥ୍ୟଗତ ଲାଭ-

– ଭୃଷୁଙ୍ଗା ପତ୍ର ସେବନ କରିବା ଦ୍ୱାରା ନାଇଟ ବ୍ଲାଇଣ୍ଡନେସ ଓ ଆଖିର ଅନେକ ସମସ୍ୟା ଦୂର ହୋଇଥାଏ l କାରଣ ଏଥିରେ ଜରୁରୀ ପୋଷାକ ତତ୍ୱ ଭିଟାମିନ ଏ ଭରି ରହିଥାଏ l ଯାହା ଆଖିର ଦୃଷ୍ଟିଶକ୍ତି କୁ ବୃଦ୍ଧି କରିଥାଏ l

– ମଧୁମେହ ରୋଗୀ ମାନଙ୍କ ପାଇଁ ଭୃଷୁଙ୍ଗା ପତ୍ର ରାମବାଣ ଅଟେ l କାରଣ ଭୃଷୁଙ୍ଗା ପତ୍ର ରେ ହାଇପୋଗ୍ଲିସେମିକ ପ୍ରପର୍ଟିଜ ରହିଛି l ଯାହା ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିଥାଏ l

– ଭୃଷୁଙ୍ଗା ପତ୍ର ସକାଳୁ ଖାଲି ପେଟରେ ଚୋବାଇ ଖାଇବା ଦ୍ୱାରା ଗ୍ୟାସ, ଏସିଡ଼ିଟି, କୋଷ୍ଠ କାଠିନ୍ୟ, ପେଟ ଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ l

– ଭୃଷୁଙ୍ଗା ପତ୍ର ରେ ଆଣ୍ଟିବାୟୋଟିକ ଓ ଆଣ୍ଟିଫଙ୍ଗଲ ଗୁଣ ରହିଛି l ଯାହାକି ଆମ ଶରୀରକୁ ବିଭିନ୍ନ ସଂକ୍ରମଣ ରୁ ରକ୍ଷା କରିଥାଏ l

– ଭୃଷୁଙ୍ଗା ପତ୍ର ସେବନ ଦ୍ୱାରା ଶରୀରରୁ ଚର୍ବି ହ୍ରାସ ହୋଇଥାଏ , ଯାହାକି ଆମକୁ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ l କାରଣ ଏଥିରେ ଏଥିଲ ଏସିଟେଟ, ମହାନିମ୍ଵଇନ  ଭଳି ନ୍ୟୁଟ୍ରିଏଣ୍ଟ ରହିଥାଏ ଯାହାକି ଚର୍ବି ହ୍ରାସ ପାଇଁ ସାହାଯ୍ୟ କରିଥାଏ l

Leave A Reply