ନର୍ଲା(Deepak Thakur) – ମାର୍ଚ୍ଚ ମାସ ପ୍ରଥମ ସପ୍ତାହ ଆରମ୍ଭରୁ ଗ୍ରୀଷ୍ମର ପ୍ରବାହ ଧିରେ ଧିରେ ବଢିଚାଲିଛି । ପୁଣି ଟାଣ ଖରା ଯୋଗୁଁ ମୃଦୁ ପାନୀୟ (କୁଲ ଡ୍ରିକ୍ସ୍) ଜୋରସୋରରେ ବିକ୍ରି ଚାଳିଛି । ଟାଣ ଖରା ଯୋଗୁଁ ଆଖୁ ରସର ଚାହିଦା ମଧ୍ୟ ବିଢି ଚାଳିଛି । ଗତ ବର୍ଷ କରୋନା ମହାମାରୀ ଯୋଗୁଁ ଓଡିଶାର କୌଣସି ପଞ୍ଚାୟତରେ ଜଳଛତ୍ର ଖୋଲା ଯାଇନଥିଲା । କିନ୍ତୁ ବର୍ତ୍ତମାନ ଟାଣ ଖରାର ପ୍ରକୋପ ଦିନକୁ ଦିନ ବଢି ଚାଳିଥିବା ବେଳେ ଜଳଛତ୍ର ନିତାନ୍ତ ଆବଶ୍ୟାକ ହୋଇ ପଡିଛି । ଆଗକୁ ଆହୁରି ଖରା ଉଗ୍ର ରୂପ ନେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଏବେଠୁ ସରକାର ସଜାଗ ନ ହେଲେ ନେଡି ଗୁଡ କହୁଣିକୁ ବୋହି ପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ବିଶେଷ କରି ବିବାହ ଋତୁ ଚାଲିଥିବା ବେଳେ ବିଭିନ୍ନ ଜାଗାରେ ଜନ ଗହଳି ଦେଖିବାକୁ ମିଳୁଛି । ଆବାଳ ବୃଦ୍ଧ ବନିତାଠାରୁ ଆରମ୍ଭ କରି ଶୋଷ ମେଣ୍ଟାଇ ଅଯଥା ଖର୍ଚ୍ଚାନ୍ତ ହେଉଥିବା ନଜରକୁ ଆସିଛି । ତେଣୁ ବ୍ଲକ ପ୍ରଶାସନ ଟାଣ ଖରାକୁ ଦୃଷ୍ଟିରେ ରଖି ନର୍ଲା ବ୍ଲକର ୨୬ଗୋଟି ପଞ୍ଚାୟତରେ ବିଭିନ୍ନ ଛକ୍ ମାନଙ୍କରେ ଜଳଛତ୍ର ଖୋଲିବାକୁ ବୁଦ୍ଧିଜୀବି ମହଳରେ ଦାବୀ ହେଉଛି ।