ନର୍ଲା (ଦୀପକ କୁମାର ଠାକୁର) ନର୍ଲା ବ୍ଳକ ଅନ୍ତର୍ଗତ ଭାନପୁର,ତୁଳାପଡା ଓ ଘୋଡ଼ା ବନ୍ଧ ଗାଁ ସୀମା ଜମିରେ ନିଆଁ ଲାଗିବା ପରେ ବ୍ୟାପକ ଭାବେ ଡାଲି ଜାତୀୟ ଫସଲ ଓ ପାଲଗଦା ପୋଡ଼ି ପାଉଁଶ ହୋଇଯାଇଛି। ଚାଷୀ ଭାସ୍କର ସେଠୀ, ରାଧେଶ୍ୟାମ ବାରିକ, ଧନେଶ୍ଵର ବଗର୍ତ୍ତି, ଦାଶରଥି ଭୋଇ,ଝସକେତନ ମାଝୀ, ସୁନା ଚନ୍ଦନ, ଉତ୍ସବ ରଣା, ମଧୁସୂଦନ ନାଏକ, ପୂର୍ଣ୍ଣଚନ୍ଦ୍ର ପଧାନ,ହଲଧର ସେଠୀ ପ୍ରମୁଖଙ୍କ ମୁଗ,ଚଣାଚାଷ ଓ ୫ଗୋଟି ପାଲଗଦା ପୋଡ଼ି ପାଉଁଶ ହୋଇଯାଇଛି। ଲୋକେ ମହୁଲ ଫୁଲ ସଂଗ୍ରହ ପାଇଁ ଗଛ ତଳେ ନିଆଁ ଲଗାଇ ଶୁଖିଲା ପତ୍ରକୁ ପୋଡ଼ି ଦେଉଛନ୍ତି ଏହା ଯୋଗୁଁ ଜମିରେ ନିଆଁ ଲାଗୁଥିବା ଅନୁମାନ କରାଯାଉଛି। ତେବେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ପ୍ରଦାନ ପାଇଁ ଦାବି ହେଉଛି।