Odisha news

ଗବେଷଣାରୁ ଖୁଲାସା : ଅତ୍ୟଧିକ ରୁଦ୍ରତାପ ଓ ଗ୍ଲୋବାଲ ୱାର୍ମିଙ୍ଗ ଭାରତୀୟ ମହିଳା ମାନଙ୍କ ମଧ୍ୟରେ ଇନଫର୍ଟିଲିଟି ବୃଦ୍ଧି କରୁଛି

0
ଧର୍ଯ୍ୟ, ତ୍ୟାଗ, କରୁଣା, ପ୍ରେମ, ନିଷ୍ଠା ଏହି ସମସ୍ତ ଶବ୍ଦ କେବଳ ଗୋଟିଏ ମା ପାଇଁ ପ୍ରଯୁଜ୍ୟ l ମାତୃତ୍ଵ ଗୋଟିଏ ଏଭଳି ସ୍ଥିତି ଯାହା ଗୋଟିଏ ନାରୀକୁ ଦେଇଥାଏ ସମ୍ପୂର୍ଣ ସ୍ୱତନ୍ତ୍ର ପରିଚୟ l ଏହା ଗୋଟିଏ ନାରୀ ଜୀବନ ର ସବୁଠୁ ସୁଖଦ ଅନୁଭବ l କିନ୍ତୁ ଏଭଳି କିଛି ମହିଳା ଥାଆନ୍ତି ଯିଏକି ଏହି ସୁଖ ଲାଭ କରିବା ପାଇଁ ସାରା ଜୀବନ ଲଗାଇ ଦେଇ ଥାଆନ୍ତି l କଣ ରହିଛି ଏହା ପଛର ବିଶେଷ କାରଣ l ନେସନାଲ ଫାମିଲି ହେଲ୍ଥ ସର୍ଭେର ରିପୋର୍ଟ ଅନୁସାରେ ଭାରତରେ ମହିଳା ମାନଙ୍କ ନିକଟରେ ଇନଫର୍ଟିଲିଟି ସମସ୍ୟା ପୂର୍ବ ଅପେକ୍ଷା ଅଧିକ ବର୍ତମାନ ଦେଖା ଦେଉଛି l ଯାହା ପୂର୍ବେ ୨.୨ ଥିଲା ଓ ବର୍ତମାନ ୨.୦ ହୋଇ ଯାଇଛି l କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଯେ ଦେଶର ଜନସଂଖ୍ୟା ବର୍ତମାନ ସ୍ଥିର ହୋଇ ଯାଇଛି l ଏହା ପଛରେ ଅନେକ କାରଣ ମଧ୍ୟରୁ ଗୋଟିଏ ବଡ କାରଣ ହେଉଛି ଭାରତରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ବୋଲି ଗବେଷକ ମାନେ ମତ ଦେଇଛନ୍ତି l
– ପ୍ରଜନନ କ୍ଷମତାର ହ୍ରାସ ହେଉଛି ଅତ୍ୟଧିକ ଗରମ ବା ହିଟ ୱେଭ –
ଗବେଷଣା କହୁଛି ଯେ ଅତ୍ୟଧିକ ଗରମ ମହିଳା ଓ ଯୁବତୀ ମାନଙ୍କର ପ୍ରଜନନ କ୍ଷମତା ଉପରେ ପ୍ରଭାବ ପକାଉଛି l ଆଜିର ସ୍ଥିତିରେ ଏହା ଗୋଟିଏ ବଡ ପ୍ରଶ୍ନ ବାଚୀ ସୃଷ୍ଟି କରିଛି l ହିଟ ୱେଭ କାରଣରୁ ମଧ୍ୟ ଝିଅ ମାନଙ୍କ ମଧ୍ୟରେ ମାସିକ ଋତୁସ୍ରାବ ର ଅନିୟମିତତା ଆସୁଛି l ଏହା ମଧ୍ୟ ପ୍ରଜନନ କ୍ଷମତା କୁ ବାଧା ଦେଉଛି l
– ଭାରତରେ ଲଗାତାର ଜଳବାୟୁ ପ୍ରଦୂଷଣ ଓ ଗ୍ଲୋବାଲ ୱାର୍ମିଙ୍ଗ ସମସ୍ୟା ଏଠାକାର ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ବାଧା ଦେଉଛି l ଏହା କେବଳ ପ୍ରଜନନ ସମସ୍ୟା ଉପରେ ନୁହେଁ, ଖୁବ ଶୀଘ୍ର ଛୋଟ ପିଲାଙ୍କ ମଧ୍ୟରେ ବାର୍ଦ୍ଧକ୍ୟ ଆଣି ଦେବ ବୋଲି ଗବେଷଣା କହୁଛି l ବିଶେଷ ଭାବରେ କହିବାକୁ ଗଲେ ମହିଳାଙ୍କ ମଧ୍ୟରେ ରିପ୍ରଡକ୍ଟିଭ ଉପରେ ପ୍ରଭାବ ପକାଇବା ସହିତ ବିଭିନ୍ନ ରୋଗ ଦ୍ୱାରା ଆକ୍ରାନ୍ତ କରୁଛି l
– ଅତ୍ୟଧିକ ଗରମ କାରଣରୁ ମାନସିକ ବିକାରର ଗ୍ରସ୍ତ ହେଉଛନ୍ତି ପ୍ରାୟ ଆଣେ ବ୍ୟକ୍ତି, ଯେପରିକି ଅଧିକ ଗରମ କାରଣରୁ ମାନସିକ ଚାପ ବୃଦ୍ଧି, ନିଦ୍ରା ହୀନତା, ଚିନ୍ତା ବୃଦ୍ଧି ଭଳି ସମସ୍ୟା ଦେଖାଦେଉଛି l
– ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ଶାରୀରିକ ଭାବରେ ଦୁର୍ବଳ ମହିଳାଙ୍କୁ ଗରମ ଦିନରେ ନିଜର ବିଶେଷ ଯତ୍ନ ନେବା ଆବଶ୍ୟକ l କାହିଁକି ନ ଅତ୍ୟଧିକ ଗରମ କାରଣରୁ ମହିଳା ମାନଙ୍କ ନିକଟରେ ଓଭାଲୁସାନ ଅସୁବିଧା ଦେଇ ଗତି କରିବାକୁ ପଡିଥାଏ l ଯେଉଁ କାରଣରୁ ମାତୃତ୍ଵ ଲାଭ କରିବାରେ ଅସୁବିଧା ହୋଇଥାଏ l
– ଗରମ ପ୍ରକୋପ ରୁ ଗର୍ଭବତୀ ମହିଳା ମାନେ ମଧୁମେହ, ଡିହାଇଡ୍ରେସନ ଓ ପ୍ରିକ୍ଳେମ୍ପସିୟା ଭଳି ସମସ୍ୟାର ସମୁଖୀନ ହୋଇ ଥାଆନ୍ତି l ଯାହାକି ଉଭୟ ମା ଓ ଛୁଆଙ୍କ ପାଇଁ କ୍ଷତିକାରକ ଅଟେ l
– ଅତ୍ୟଧିକ ଗରମ ପ୍ରକୋପରୁ ଶରୀର ରେ ହର୍ମୋନ ଅସନ୍ତୁଳନ ହୋଇଥାଏ l ଯାହାଦ୍ୱାରା ଗର୍ଭଧାରଣ କରିବା ସମ୍ଭବ ହୋଇ ନଥାଏ l ଯେଉଁ କାରଣରୁ ଭାରତୀୟ ମହିଳା ମାନେ ମାତୃତ୍ଵ ଲାଭ କରିବାରୁ ବଂଚିତ ରହୁଛନ୍ତି l
Nalco
Leave A Reply