ଭାରତର ଚମ୍ବଲ ନଦୀ ଗୋଟିଏ ସ୍ୱଚ୍ଛ ନଦୀ ଭାବରେ ଜଣାଶୁଣା ଅଟେ l ଏହି ନଦୀଟି ମଧ୍ୟ ପ୍ରଦେଶ ର ପ୍ରମୁଖ ନଦୀ ମାନଙ୍କ ମଧ୍ୟରୁ ଗୋଟିଏ l ଗୋଟିଏ ପାର୍ଶ୍ୱରେ ନର୍ମଦା ନଦୀ କୁ ପବିତ୍ର ନଦୀ ଓ ମଧ୍ୟପ୍ରଦେଶ ର ଜୀବନ ରେଖା ଭାବରେ ଗ୍ରହଣ କରାଯାଉଥିବା ବେଳେ ଅନ୍ୟ ପକ୍ଷରେ ଲୋକେ ଚମ୍ବଲ ନଦୀରେ ସ୍ନାନ କରନ୍ତି ନାହିଁ l ଏହି ନଦୀ ମଧ୍ୟପ୍ରଦେଶ ଓ ରାଜସ୍ଥାନ ମଧ୍ୟରେ ୧୦୨୪ କିମି ପର୍ଯ୍ୟନ୍ତ ବହି ଯାଇଛି l କିନ୍ତୁ ଚମ୍ବଲ ନଦୀର ଇତିହାସ ସାଧାରଣ ନୁହେଁ, ଯାହାକି ପୌରାଣିକ କଥାକୁ ନେଇ ପୁରାଣ ଯୁଗରୁ ରହିଛି l
ଚମ୍ବଲ ମଧ୍ୟଭାରତ ର ଗୋଟିଏ ପ୍ରମୁଖ ନଦୀ ଅଟେ ଓ ଯମୁନା ର ସହାୟକ ନଦୀ ମାନଙ୍କ ମଧ୍ୟରୁ ଗୋଟିଏ l ଏହି ନଦୀ ପଶ୍ଚିମ ମଧ୍ୟ ଭାରତ ରେ ବିନ୍ଧ୍ୟ ପର୍ବତ ରୁ ବାହାରିଛି l ଯମୁନା ରେ ମିଶିବା ପାଇଁ ଏହି ନଦୀ ଦକ୍ଷିଣ ପୂର୍ବ ହୋଇ ଉତ୍ତରପ୍ରଦେଶ ଦେଇ ବାହାରିଛି l
ମହାଭାରତ ସମୟରୁ ରହିଛି ଚମ୍ବଲ ନଦୀର ବର୍ଣନା –
ମହାଭାରତ ରେ ଚମ୍ବଲ ର ବର୍ଣନା କରାଯାଇଛି ଚର୍ମଣ୍ୟବତୀ ଭାବରେ l କୁହାଯାଏ ଯେ ରାଜା ରଂତିଦେବ ଦ୍ୱାରା ଅନେକ ଜୀବଜନ୍ତୁ ଙ୍କୁ ଏଠାରେ ବଳି ଦିଆଯାଇଥିଲା ଓ ନଦୀର ଜଳ ରକ୍ତରଞ୍ଜିତ ହୋଇ ଯାଇଥିଲା l ଅନ୍ୟ ଗୋଟିଏ ପୌରାଣିକ କଥା ଅନୁସାରେ ଦ୍ରୌପଦୀ ଚମ୍ବଲ ନଦୀକୁ ଅଭିଶାପ ଦେଇଥିଲେ ଯେଉଁ କାରଣରୁ ଏହାର ଜଳରେ କେହି ସ୍ନାନ କରନ୍ତି ନାହିଁ l ଏହାଛଡା ଚମ୍ବଲ ନଦୀ କୁ ମଧ୍ୟ ପବିତ୍ର ନଦୀ ଭାବରେ ମଧ୍ୟ ଗ୍ରହଣ କରାଯାଏ ନାହିଁ l
ଏହି ନଦୀ କୁ ଡକାୟତ ବା ବାଗୀ ମନଙ୍କ ନଦୀ ବୋଲି ମଧ୍ୟ କୁହାଯାଏ l କୁହାଯାଏ ଯେ ଏହି ନଦୀର ଜଳ ଯେ କେହିବି ବ୍ୟବହାର କରିଥାଏ ସେ ଗୋଟିଏ ବାଗୀ ହୋଇଯାଏ l ଆମେ ସମସ୍ତେ ଜାଣିଚୁ ଚମ୍ବଲ ସେହି ସ୍ଥାନ ଯେଉଁଠି ସବୁବେଳେ ଡକାୟତ ଙ୍କ ଦ୍ୱାରା ପୁରି ରହିଥିଲା l କିନ୍ତୁ ଆଜିର କଠୋର ଶାସନ ବ୍ୟବସ୍ଥା ଯୋଗୁଁ ଏଠାରେ ଡକାୟତ ମାନଙ୍କର ଆଉ ବସବାସ ନାହିଁ l