ଆଜିକାଲିର ଡିଜିଟାଲ ବ୍ୟବସ୍ଥା ମଣିଷ ର ସମସ୍ତ କାମକୁ ସହଜ କରିଦେଇଥିବା ବେଳେ ଅନ୍ୟ ପକ୍ଷରେ ଏହାର ଖରାପ ବ୍ୟବହାର ମଧ୍ୟ ଆମକୁ କାଙ୍ଗାଳ କରିଦେଉଛି l ଯାହା ଏତେ ପରିମାଣ ରେ ବଢି ଯାଉଛି ଯେ ଲୋକେ ଭୟ କରୁଛନ୍ତି l ସ୍କାମର୍ସ ମାନେ ଏଭଳି ନୂଆ ନୂଆ ଉପାୟ ଖୋଜୁଛନ୍ତି ଯାହାଦ୍ୱାରା ଗ୍ରାହକ ଖୁବ ସହଜ ରେ ଫସି ଯାଉଛନ୍ତି l ଏଭଳି ଏବେ ଉପାୟ ବାହାରିଲାଣି ବିନା ଓଟିପି ରେ ମଧ୍ୟ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇଯିବ l ଆଜି ଆସନ୍ତୁ ଜାଣିବା ସ୍କାମର୍ସ ମାନେ କେଉଁ ଉପାୟ ଦ୍ୱାରା ଆପଣଙ୍କ ଆକାଉଣ୍ଟ କୁ ଖାଲି କରିବେ l
ସ୍କାମର୍ସ ମାନଙ୍କର ନୂଆ ଉପାୟଟି ହେଲା ବ୍ୟାଙ୍କ ର ଲିଙ୍କ ଦ୍ୱାରା ଆପଣଙ୍କ ୟୁପିଆଇ ଖାତା କୁ ଟାର୍ଗେଟ କରାଯାଉଛି l ଏଭଳି ପରିସ୍ଥିତି ର ଅନେକ ଲୋକେ ସାମ୍ନା କରି ସାରିଛନ୍ତି ଯାହାକୁ ଆପଣ ଜାଣିବା ସବୁଠୁ ଜରୁରୀ, ଯାହାଦ୍ୱାରା ଆପଣ ସତର୍କ ହୋଇଯିବେ l ଯଦି କୌଣସି ଅଜଣା ବ୍ୟକ୍ତି ଆପଣଙ୍କୁ ବାରମ୍ବାର ଫୋନ କରୁଛି ଓ ରଙ୍ଗ ନମ୍ବର ଲାଗୁଚି ଆପଣ ତୁରନ୍ତ ଫୋନ ଟିକୁ କାଟି ରିପୋର୍ଟ ମାରନ୍ତୁ l କିଛିଦିନ ତଳେ ଜଣେ ଯୁବକ ଗୋଟିଏ ସପିଙ୍ଗ ୱେବସାଇଟ ରେ ନିଜ ପାଇଁ ୩୦ ହଜାର ଟଙ୍କାର ଗୋଟିଏ ଫୋନ ଅର୍ଡର କରିଥିଲେ l ଫୋନ ଟି ମଇ ୧୭ ତାରିଖ ରେ ଡେଲିଭରି ହେବାର ଥିଲା, କିନ୍ତୁ ତାଙ୍କ ନିକଟକୁ ୧୬ ମଇ ରେ ଗୋଟିଏ କଲ ଆସିଥିଲା ଓ ଉକ୍ତ ସ୍କାମର୍ସ ଜଣଙ୍କ ନିଜକୁ ସେହି ସପିଙ୍ଗ ୱେବସାଇଟ ର କଷ୍ଟମର କେୟାର ରୁ କହୁଛନ୍ତି ବୋଲି କହିଥିଲେ l ଏହାପରେ ସେ ଉକ୍ତ ଫୋନ ର ଡିଟେଲସ ମାଗିଥିଲl ଓ ଅଡ୍ରେସ କର୍ଣ୍ଣଫର୍ମ କରିବାକୁ କହିଲା l
ଯେହେତୁ ଯୁବକ ଜଣଙ୍କ ସପିଙ୍ଗ ୱେବସାଇଟ ରେ ନିଜର ଅଡ୍ରେସ ପୂର୍ବରୁ ଦେଇ ସାରିଥିଲେ, ତେଣୁ ସେ ଟିକିଏ ସତର୍କ ହୋଇଗଲେ l ଏହାପରେ ସେହି ସ୍କାମର୍ସ ଟି ଯୁବକ ଙ୍କୁ କହିଥିଲା ଆପଣଙ୍କୁ ଆମେ ଗୋଟିଏ ଲିଙ୍କ ପଠାଉଛୁ ଅଡ୍ରେସ କର୍ଣ୍ଣଫର୍ମ କରନ୍ତୁ l ଯେତେବେଳେ ସେହି ଯୁବକ ଜଣଙ୍କ ତା ଉପରେ କ୍ଲିକ କଲେ ୟୁପିଆଇ ପେମେଣ୍ଟ ଗେଟୱେ ଖୋଲିଗଲା l ଏହାପରେ ସେହି ସ୍କାମର୍ସ କହିଥିଲା ଯେ ଅଡ୍ରେସ କର୍ଣ୍ଣଫର୍ମ କରିବା ପାଇଁ ପ୍ରଥମେ ୫ଟଙ୍କା ପେମେଣ୍ଟ କରିବାକୁ ପଡିବ l କିନ୍ତୁ ଯୁବକ ଜଣଙ୍କ ସେଭଳି କଲେ ନାହିଁ, କାହିଁକି ନା ତାଙ୍କ ବ୍ୟାଙ୍କ ଡିଟେଲସ ସ୍କାମର୍ସ ମାନଙ୍କ ହାତରେ ପଡି ଯାଇଥାଆନ୍ତା ଓ ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇ ଥାଆନ୍ତା l ଏହାପରେ ସେ ପୋଲିସ ର ସହାୟତା ନେଇ ସାଇବର ସେଲ ରେ କମ୍ପ୍ଲେନ କରିଥିଲେ l