ନୂଆଦିଲ୍ଲୀ : ଇଣ୍ଡୋନେସିଆରେ ଜଣେ ୱାର୍ଡ ବଏ ଓ ଆଉ ଜଣେ କରୋନା ରୋଗୀଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରହିଥିବାର ମାମଲା ସାମ୍ନାକୁ ଆସିଛି l ଏହି ଘଟଣା ସାମ୍ନାକୁ ଆସିବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ନିଲମ୍ବିତ କରାଯାଇଛି l ମିଳିଥିବା ସୂଚନା ଅନୁସାରେ ଉଭୟ ଡାକ୍ତର ଖାନାର ଶୌଚାଳୟରେ ସମ୍ବଦ୍ଧ ରଖିଥିଲେ l ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ କରୋନା ରୋଗୀ ଜଣଙ୍କ ନିଜ ଟ୍ୱିଟର ଆକାଉଣ୍ଡରେ କିଛି ଫଟୋ ସେୟାର କରିଥିଲେ l ଫଟୋରେ ଦେଖା ଯାଇଥିଲା ସ୍ୱାସ୍ଥ୍ୟ କର୍ମୀ ଜଣଙ୍କ ସହିତ କରୋନା ରୋଗୀ ନିବିଡ଼ତାର ସହିତ ରହିଛନ୍ତି l
ଏହା ବ୍ୟତୀତ ରୋଗୀ ଜଣଙ୍କ ପିପିଇ କିଟ୍ ମଧ୍ୟ ପୋଷ୍ଟ କରିଥିଲେ l ସ୍ୱାସ୍ଥ୍ୟ କର୍ମୀ ଜଣଙ୍କ ସମ୍ବଦ୍ଧ ରଖିବା ପୂର୍ବରୁ ନିଜର ପିପିଇ କିଟ୍ କୁ କାଢି ଫୋପାଡ଼ି ଦେଇଥିଲେ l ଇଣ୍ଡୋନେସିଆର ଏହି ଡାକ୍ତରଖାନାର ଜଣେ ପ୍ରବକ୍ତା କହିଛନ୍ତି ଯେ ଏହି କଥା ସତ ଅଟେ ଯେ ସ୍ୱାସ୍ଥ୍ୟ କର୍ମୀ ଓ ଜଣେ କରୋନା ରୋଗୀଙ୍କ ମଧ୍ୟରେ ସମଲିଙ୍ଗୀ ସମ୍ପର୍କ ରହିଥିଲା l ସ୍ୱାସ୍ଥ୍ୟକର୍ମୀ ଜଣଙ୍କୁ ପୋଲିସ ଗିରଫ କରିଛି ଏବଂ କରୋନା ରୋଗୀ ଜଣଙ୍କ ବର୍ତମାନ ମଧ୍ୟ କରୋନା ପଜିଟିଭି ରହିଛନ୍ତି l
ପୋଲିସର ସୂଚନା ଅନୁସାରେ ଦୁଇଜଣଙ୍କର ଏହି ଫଟୋ ଟ୍ୱିଟର ଆକାଉଣ୍ଡରେ ଭାଇରାଲ ହୋଇଛି ପନୋଗ୍ରାଫି ନିୟମ ଅନୁସାରେ ଉଭୟଙ୍କୁ ୧୦ ବର୍ଷର ଦଣ୍ଡ ଭୋଗିବାକୁ ପଡି ପରେ l ଏମିତିରେ କିନ୍ତୁ ଦେଖିବାକୁ ଗଲେ ଇଣ୍ଡୋନେସିଆରେ ସମଲିଙ୍ଗୀ ସମ୍ପର୍କ ରଖିବା ଆଇନ ବିରୋଧୀ ନୁହେଁ l ଗତ କିଛି ସମୟ ହେଲା ଇଣ୍ଡୋନେସିଆରେ କରୋନା ସଂକ୍ରମଣର ମାମଲା ବଢ଼ିବାରେ ଲାଗିଛି l ପ୍ରାୟ ପ୍ରତେକ ଦିନ ୮ ହଜାର ଲୋକ ନୂଆ କରୋନା ସଂକ୍ରମିତ ହେଉଛନ୍ତି l ବର୍ତ୍ତମାନ ସୁଦ୍ଧା ୭ ଲକ୍ଷ ୨୭ ହଜାର ଲୋକ କରୋନା ସଂକ୍ରମିତ ହୋଇ ସାରିଲେଣି l
