ହିକା ଉଠିବା ଗୋଟିଏ ସାମାନ୍ୟ କଥା କିନ୍ତୁ ହିକାର ସମସ୍ୟା ବେଳେବେଳେ ଅଟେ ଭୟଙ୍କର ହୋଇଥାଏ ଯେ ଯାହାକୁ ସାହିବ ଆମ ପକ୍ଷରେ ଅତ୍ୟନ୍ତ କଷ୍ଟକର ହୋଇଥାଏ l ଅଚାନକ ଭାବରେ ଏହି ସମସ୍ୟା ଦେଖା ଦେଇଥାଏ ,ଗବେଷକ ମାନଙ୍କ ମତରେ ପାଣିପାଗ ପରିବର୍ତ୍ତନ ,ଗରମ ଖାଦ୍ୟପରେ କିଛି ଥଣ୍ଡା ଖାଇବା ,ସିଗାରେଟ ଟାଣିବା ଦ୍ୱାରା ,ଅଧିକ ଚିନ୍ତାଗ୍ରସ୍ତ ରହିଲେ ମଧ୍ୟ ହିକା ହୋଇଥାଏ l ଶରୀରରେ ଡାୟଫର୍ମ ଶୁଖିଯିବା ଦ୍ୱାରା ହିକା ହୋଇଥାଏ l ଏହା ଛାତି ଠାରୁ ପେଟକୁ ଅଲଗା କରୁଥିବାର ଗୋଟିଏ ମାଂସପେଶୀ ଅଟେ l ଗବେଷକ ମାନଙ୍କ ମତରେ ଘରୋଇ ଉପାୟ ଦ୍ୱାରା ହିକାକୁ ଦୂର କରାଯାଇ ପାରିବ l
* ହିକାର ସମସ୍ୟା ଦ୍ୱାରା ଅସୁବିଧାର ସମ୍ମୁଖୀନ ହେଉଥିଲେ ଆପଣ ଗୋଟିଏ ଚାମଚ ଚିନି ପାଟିରେ ପକାଇ ନିଅନ୍ତୁ ଓ କିଛି ସମୟ ପାଇଁ ପାଟିରେ ରଖିବା ଫଳରେ ହିକା ବନ୍ଦ ହୋଇ ଯାଇଥାଏ l
* ପାଣି ସ୍ୱାସ୍ଥ୍ୟ ହିତକର କିନ୍ତୁ ଆପଣ କଣ ଜାଣିଛନ୍ତି ପାଣି ଦ୍ୱାରା ହିକାର ସମସ୍ୟା ଦୂର ହୋଇଯାଇଥାଏ l ତେଣୁ ହିକା ହେବ ସମୟରେ ଥଣ୍ଡା ପାଣି ପିଇବା ଆବଶ୍ୟକ l
* ଗରମ ଦିନେ ଅଧିକାଂଶ ସମୟରେ ଝାଳ ବୋହିବା ଦ୍ୱାରା ହିକା ସମସ୍ୟା ଦେଖା ଦେଇଥାଏ l ଯଦି ଆପଣଙ୍କୁ ଗ୍ରୀଷ୍ମ ଋତୁରେ ହିକା ସମସ୍ୟା ଦେଖା ଦେଉଛି ତେବେ ଗୋଟିଏ ଜରି ଭିତରେ କିଛି ମାତ୍ରାରେ ବରଫ ପୁରାଇ ବେକ ଉପରେ ଲଦିବ ଦ୍ୱାରା ହିକା ଭଲ ହୋଇଯାଏ l
* ହିକା ପାଇଁ ପାଚିଲା ଫଳ ଅତ୍ୟନ୍ତ ହିତକର l ହିକା ହେଉଥିଲେ ଘରେ ଥିବା ଯେକୌଣସି ପାଚିଲା ଫଳରୁ କିଛି ମାତ୍ରାରେ ନେଇ ଖାଇବା ଆରମ୍ଭ କରନ୍ତୁ l ଏହା ଦ୍ୱାରା ଆପଣଙ୍କର ହିକା ଭଲ ହୋଇଯିବ l