Odisha news

ଲବଙ୍ଗ ସହିତ ମହୁ ମିଶେଇ ପିଅନ୍ତୁ ଶରୀରରୁ ବୋହୁ ରୋଗରୁ ଦୁରେଇ ରହନ୍ତୁ

0

ମହୁ ଓ ଲବଙ୍ଗର ବ୍ୟବହାର ପ୍ରାଚୀନ ସମୟରୁ ବିଭିନ୍ନ ରୋଗର ଚିକିତ୍ସା ପାଇଁ କରାଯାଇଥାଏ l ଏଥିରେ ଅଧିକାଂଶ ଔଷଧୀୟ ଗୁଣ ରହିଛି ଯାହା ସ୍ୱାସ୍ଥ୍ୟ ପାଇଁ ଲାଭ ଦାୟକ l ଲବଙ୍ଗ ଗୋଟିଏ ମସଲା ଯେଉଁଥିରେ ଆଣ୍ଟିବ୍ୟାକ୍ଟେରିଆ ଗୁଣ ରହିଛି ଏହା ଅଧିକାଂଶ ଔଷଧୀୟ ଗୁଣରେ ଭରପୁର ହୋଇଥିବା ବେଳେ ମହୁ ସହିତ ଏହାକୁ ନିୟମିତ ମିଶାଇ ସେବନ କରିବା ଶରୀରର ଅଧିକାଂଶ ରୋଗ ଠିକ ହୋଇ ଯାଏ l

* ମହୁ ସାମାନ୍ୟ ଅଠାଳିଆ ହୋଇଥାଏ ଯାହା କଫକୁ କମ କରିବାରେ ସାହାଯ୍ୟ କରେ l ଗଳା ଯନ୍ତ୍ରଣା ଅଧିକାଂଶ ସଂକ୍ରମଣ ସହିତ ଯୋଡି ହୋଇଥାଏ ,ମହୁ ଓ ଲବଙ୍ଗର ମିଶ୍ରଣକୁ ସେବନ କରିବା ଦ୍ୱାରା ସଂକ୍ରମଣ ଓ ଯନ୍ତ୍ରଣାରୁ ଆରମ୍ଭ ମିଳିଥାଏ l ୩ଟି ଲବଙ୍ଗ ଓ ଏକ ଚାମଚ ମହୁକୁ ଏକା ସହିତ ମିଶାଇ ଖାଇବାର କିଛି ସମୟ ପରେ ଉଷୁମ ପାଣି ପିଇ ଦିଅନ୍ତୁ ଗଳା ଯନ୍ତ୍ରଣାରୁ ଆରାମ ମିଳିବ l

* ଲବଙ୍ଗ ତ୍ୱଚା ପାଇଁ ଅତ୍ୟନ୍ତ ଲାଭ ଦାୟକ ,ଏଥିରେ ରହିଥିବା ଆଣ୍ଟିଇନ୍ଫ୍ଲମେଟୋରି ଗୁଣ ଜୀବାଣୁ ଆକ୍ରମଣରୁ ତ୍ୱଚାକୁ ସୁରକ୍ଷା ଦେଇଥାଏ l ଏଥିରେ ମହୁ ମିଶିବା ଦ୍ୱାରା ତ୍ୱଚାର ଅନେକ ସମସ୍ୟା ଦୂର ହୋଇଥାଏ l ଗୋଟିଏ ଚାମଚ ମହୁରେ ଲବଙ୍ଗର ଗୁଣ୍ଡ ମିଶାଇ ଲଗାଇବା ଦ୍ୱାରା ଚର୍ମର ସମସ୍ତ ପ୍ରକାରର ସମସ୍ୟା ଠିକ ହୋଇଯାଏ l

* ବାନ୍ତିର ସମସ୍ୟା ଦୂର କରିବା ପାଇଁ ଲବଙ୍ଗ ଅତ୍ୟନ୍ତ ଲାଭ ଦାୟକ ଅଟେ l ସଂକ୍ରମଣ କିମ୍ବା ଅଧିକ ଖାଇଲା ପରେ ପେଟ ଘଣ୍ଟି ହୋଇ ବାନ୍ତି ସମସ୍ୟା ଦେଖା ଦେଇଥାଏ l ଏପରି ହେଉଥିଲେ ପାଞ୍ଚଟି ଲବଙ୍ଗକୁ ଗୁଣ୍ଡ କରି ସେଥିରେ ମହୁ ମିଶାଇ ସେବନ କରିବା ଦ୍ୱାରା ବାନ୍ତି ସମସ୍ୟା ଦୂର ହୋଇଥାଏ l

Leave A Reply