ICMR ର ସୂଚନା : ଯଦି H2N3 ଭାଇରସ ନିକଟରୁ ରକ୍ଷା ପାଇବାକୁ ଚାହୁଁଛନ୍ତି ତେବେ ଏହିସବୁ ଜିନିଷ କୁ ନିଜ ଖାଦ୍ୟ ରେ କରନ୍ତୁ ସାମିଲ
କରୋନା ମହାମାରୀ ପରେ ବର୍ତ୍ତମାନ ଭାରତରେ ଇନଫ୍ଲୁଏଞ୍ଜା ଭାଇରସ H2N3 ଲୋକ ଙ୍କ ଚିନ୍ତାର କାରଣ ହୋଇଛି। କରୋନା ପରେ ଭାଇରସ H2N3 ଦେଶ ରେ ଦୃତ ଗତିରେ ବ୍ୟାପୁଛି । ଏହାର ଲକ୍ଷଣ ମଧ୍ୟ କରୋନା ଭଳି କାଶ , ଥଣ୍ଡା ଓ ଜ୍ଵର ଅଟେ । ସରକାର ଙ୍କ ପକ୍ଷରୁ ମଧ୍ୟ ଏହି ମହାମାରୀ ନିକଟ ରୁ ରକ୍ଷା ପାଇବା ପାଇଁ ଗାଇଡ ଲାଇନ ଜାରି କରାଯାଇଛି ଏବଂ ବିଶେଷ ଭାବରେ ବୃଦ୍ଧ ଓ ଛୋଟ ପିଲାଙ୍କ ପ୍ରତି ସତର୍କ ରହିବା ପାଇଁ କୁହାଯାଇଛି । ଏହାଛଡା କୋଭିଡ ନିୟମ ମଧ୍ୟ ପାଳନ କରିବାକୁ କୁହାଯାଇଛି ।
ଜଳବାୟୁ ରେ ପରିବର୍ତ୍ତନ କୁ ଆଖି ଆଗରେ ରଖି ନିକଟରେ ICMR ପକ୍ଷରୁ ବିଶେଷ ଭାବରେ ସୂଚନା ଦିଆଯାଇଛି ଓ ଏହି ଭାଇରସ ଠାରୁ କିପରି ରକ୍ଷା ପାଇବେ ସେହି ବିଷୟରେ ସଚେତନ କରାଯାଇଛି । ବିଶେଷ ଭାବରେ ଏହି ଭାଇରସ ଠାରୁ ରକ୍ଷା ପାଇବା ପାଇଁ ନିଜର ଇମ୍ୟୁନିଟି ପ୍ରତ୍ୟେକ ବ୍ୟକ୍ତି ବଢାଇବା ଉଚିତ୍ । ତେଣୁ ICMR ର ଦିସା ନିର୍ଦ୍ଦେଶ ରେ କିଛିଟା ଜିନିଷ କୁ ନିଜ ଖାଦ୍ୟ ରେ ନିହାତି ସାମିଲ କରିବା ପାଇଁ କୁହାଯାଇଛି ।
* ଡାଲଚିନୀ – ଡାଲଚିନି ଅନେକ ଔଷଧୀୟ ଗୁଣ ରହିଛି । ଏହା ଶରୀର ର ରୋଗ ପ୍ରତିରୋଧକ ଶକ୍ତି କୁ ବୃଦ୍ଧି କରିଥାଏ । ଏହାଛଡା ଡାଲଚିନି ରେ ଆଣ୍ଟି ଅକ୍ସିଡ଼ାଣ୍ଟ ଭରପୁର ମାତ୍ରାରେ ରହିଥାଏ ଓ ଶରୀର କୁ ବିଷାକ୍ତ ମଲିକ୍ୟୁଳସ ଓ ଫ୍ରି ରେଡ଼ିକ୍ୟୁଲସ୍ ନିକଟରୁ ରକ୍ଷା କରିଥାଏ । ଏହା ଶରୀର ରେ ଯେ କୌଣସି ଭାଇରସ କୁ ବଢିବା ପାଇଁ ବାଧା ସୃଷ୍ଟି କରିଥାଏ ।
* ମେଥି – ଅନେକ ଗୁଡ଼ିଏ ଗବେଷଣା ରେ ଜଣା ପଡ଼ିଛି ଯେ ମେଥି ମଞ୍ଜି ରେ ସେପୋନିନ, ଫ୍ଲେବୋ ନାଏଡ୍, ଆଲକା ଲାଇଡ୍ସ ଭଳି ଯୌଗିକ ରହିଛି । ଯାହା ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । କୁହାଯାଏ ଯେ ଏହିସବୁ ଯୌଗିକ ଶ୍ୱେତ ରକ୍ତ କୋଷିକା କୁ ବୃଦ୍ଧି କରିଥାଏ । ଯାହାକି ସଂକ୍ରମଣ ଓ ରୋଗ ସହିତ ଲଢ଼ିବା ପାଇଁ ମହତ୍ତ୍ଵ ପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।
* ଅଦା -: ଅଦା ର ବ୍ୟବହାର ସାଧାରଣ ଭାବରେ ଆମେ କାଶ ପାଇଁ କରିଥାଉ । କିନ୍ତୁ ଏଥିରେ ଅନେକ ଔଷଧୀୟ ଗୁଣ ରହିଛି ଯାହାକି ଅନେକ ପ୍ରକାର ସଂକ୍ରମଣ ଠାରୁ ରକ୍ଷା କରିଥାଏ । ଏହାଛଡା ଅଦା ମଧ୍ୟ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିଥାଏ । ଅଦା ମଧ୍ୟ ଶ୍ୱେତ ରକ୍ତ କୋଷିକା ବୃଦ୍ଧି କରିଥାଏ । ଅଦା ଆଣ୍ଟି ଭାଇରାଲ୍ ଓ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣରେ ଭରପୁର ଅଟେ । ଯାହାକି ଏହି ବ୍ୟାକ୍ଟେରିଆ ର ପ୍ରସାର କୁ ଅଟକାଇ ଥାଏ ।
* ହଳଦୀ -: ହଳଦୀ ଗୋଟିଏ ଶକ୍ତିଶାଳୀ ଜିନିଷ ଅଟେ । କେଉଁ ପୁରୁଣା ସମୟ ରୁ ଏହାର ବ୍ୟବହାର ଔଷଧ ପାଇଁ କରାଯାଇ ଆସୁଛି । ଏଥିରେ କର କ୍ୟୁମିନ୍ ନାମକ କମ୍ପାଉଣ୍ଡ ରହିଛି । ଯେଉଁଥିରେ ଆଣ୍ଟି ଅକ୍ସି ଦାଣ୍ଟ ଓ ଆଣ୍ଟି ଇମ୍ଫ୍ଲା ମେଟରୀ ଗୁଣ ରହିଛି । ଯାହାକି ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିଥାଏ । ଅନେକ ଗବେଷଣା ରେ କୁହାଯାଇଛି ଯେ କର କ୍ୟୁମିନ ଶ୍ୱେତ ରକ୍ତ କୋଷିକା ବୃଦ୍ଧି କରିବାରେ ସାହାଯ୍ୟ ଲାଗିଥାଏ ।
* ଲବଙ୍ଗ -: ଲବଙ୍ଗ ରେ ଅନେକ କମ୍ପାଉଣ୍ଡ ଏପରି ରହିଥାଏ ଯାହାକି ଇମ୍ୟୁନିଟି କୁ ବୁଷ୍ଟ କରିଥାଏ । ଲବଙ୍ଗ ରେ ଆଣ୍ଟି ଫଙ୍ଗଲ୍, ଆଣ୍ଟି ବ୍ୟାକ୍ଟେରଆ , ଆଣ୍ଟି ଭାଇରାଲ, ଆଣ୍ଟି ଆକ୍ସିଡ଼ାଣ୍ଟ ଗୁଣ ରହିଛି । ଯାହାକି ବିଭିନ୍ନ ସଂକ୍ରମଣ ନିକଟରୁ ଆମକୁ ରକ୍ଷା କରିଥାଏ ।