ବର୍ଷାଋତୁରେ ସାଧାରଣ ଭାବରେ ସମସ୍ତେ ରୋଗରେ ପଡ଼ିବାର ଦେଖା ଯାଇଥାଏ l କାରଣ ବର୍ଷା ଦିନରେ ବ୍ୟାକ୍ଟେରିଆ ଦ୍ୱାରା ଆମ ଶରୀର ଅଧିକ ପ୍ରଭାବିତ ହୋଇଥାଏ l ବିଶେଷତଃ ସର୍ଦି, କାଶ, ଓ ଜ୍ୱର ଦ୍ୱାରା ଅଧିକ ସମସ୍ତେ ପ୍ରଭାବିତ ହୋଇ ଥାଆନ୍ତି l ତେଣୁ ଏହିସବୁ ସମସ୍ୟାରୁ ରକ୍ଷା ପାଇବା ପାଇଁ ଆମକୁ ନିଜର ଇମ୍ୟୁନିଟି ମଜବୁତ କରିବା ଆବଶ୍ୟକ l
ବର୍ଷ ଋତୁରେ ବିଶେଷ ଭାବରେ ବ୍ଳଟିଙ୍ଗ ଓ ଇଣ୍ଡାଇଯେସନ ସମସ୍ୟା ଦେଖିବାକୁ ମିଳେ, ଚାଲନ୍ତୁ ବର୍ଷା ଋତୁରେ ନିଜର ଇମ୍ୟୁନିଟି କିପରି ମଜବୁତ କରିବା ଜାଣିବା l
– ପ୍ରୋଟିନ ଯୁକ୍ତ ଖାଦ୍ୟ ଇମ୍ୟୁନିଟି ବଢ଼ାଇ ଥାଏ :
ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢାଇବା ପାଇଁ ନିୟମିତ ଭାବରେ ପ୍ରୋଟିନ ଯୁକ୍ତ ଖାଦ୍ୟ ସେବନ କରିବା ଆବଶ୍ୟକ l ଏହାଦ୍ୱାରା ପ୍ରୋଟିନ ଇମ୍ୟୁନ କୁ ବଢାଇବାରେ ସାହାଯ୍ୟ କରିବ l ଏହା ଶରୀରକୁ ରୋଗ ଠାରୁ ଶୀଘ୍ର ରୀକଭରୀ କରିବା ପାଇଁ ମଧ୍ୟ ସାହାଯ୍ୟ କରିଥାଏ l ନିଜକୁ ରୋଗ ଠାରୁ ଦୁରେଇ ରଖିବା ପାଇଁ ମିଟ, ଅଣ୍ଡା, ଡାଲି, ଶସ୍ୟ ଜାତୀୟ ବିଭିନ୍ନ ଖାଦ୍ୟ ଖାଇବା ଆବଶ୍ୟକ l
– ଆଣ୍ଟି ଅକ୍ସିଡେଣ୍ଟ ଯୁକ୍ତ ଖାଦ୍ୟ ସେବନ କରିବା ଆବଶ୍ୟକ :
ଆଣ୍ଟିଅକ୍ସିଡେଣ୍ଟ ଶରୀରକୁ ରୋଗ ଠାରୁ ଦୁରେଇ ରଖିବାରେ ସାହାଯ୍ୟ କରିଥାଏ l ତେଣୁ ବିଶେଷ ଭାବରେ ବିଭିନ୍ନ ପ୍ରକାର ଫଳ ମୂଳ ସେବନ କରିବା ଉଚିତ l
– ଓ଼ମେଗା – 3 ଫ୍ୟାଟି ଏସିଡ ଯୁକ୍ତ ଖାଦ୍ୟ :
ଓମେଗା – 3 ଫ୍ୟାଟି ଏସିଡ ଇମ୍ୟୁନିଟି କୁ ମଜବୁତ ରଖିବାରେ ସାହାଯ୍ୟ କରିଥାଏ l ଏହା ଶରୀରରେ ଖରାପ ବ୍ୟାକ୍ଟେରିଆ କୁ ନଷ୍ଟ କରିଥାଏ l ତେଣୁ ସେଥିପାଇଁ ମାଛ , ଅଖରୋଟ ଇତ୍ୟାଦି ସେବନ କରିବା ଆବଶ୍ୟକ l
– ଭିଟାମିନ ସି ଯୁକ୍ତ ଖାଦ୍ୟ ସେବନ କରନ୍ତୁ :
ଭିଟାମିନ ସି ଇମ୍ୟୁନିଟି କୁ ମଜବୁତ କରିବା ରେ ସାହାଯ୍ୟ କରିଥାଏ l ତେଣୁ ଆପଣ ନିଜ ଖାଦ୍ୟରେ ଖଟା ଫଳ, ବିଭିନ୍ନ ଶସ୍ୟର ଗଜା, ଟମାଟୋ ଇତ୍ୟାଦି ସେବନ କରିବା ଆବଶ୍ୟକ l