Odisha news

ରାତିରେ ଶୋଇବା ପୂର୍ବରୁ କରି ନିଅନ୍ତୁ ଏହି ଗୋଟିଏ ଅଭ୍ୟାସ, ପାଖକୁ ପଶିବ ନାହିଁ କୌଣସି ଗମ୍ଭୀର ରୋଗ

0

ଆୟୁର୍ବେଦ ରୁ ନେଇ ମେଡିକାଲ ସାଇନ୍ସ ପର୍ଯ୍ୟନ୍ତ, ଅନେକ ପ୍ରମାଣ ଦେଉଛି ଯେ ରାତିର ଭୋଜନ ଓ ଜୀବନଶୈଳୀ ଆମ ସ୍ୱାସ୍ଥ୍ୟ ଉପରେ ବିଶେଷ ପ୍ରଭାବ ପକାଇଥାଏ l ସେଥିପାଇଁ ସମସ୍ତଙ୍କୁ ରାତିରେ ସୁସ୍ଥ ଆହାର,ଭୋଜନ ପରେ ଚାଲିବା,ଭଲ ନିଦରେ ଶୋଇବା ନିହାତି ଆବଶ୍ୟକ l ଆୟୁର୍ବେଦ ଅନୁସାରେ ରାତିରେ ଶୋଇବା ସମୟରେ ହଳଦୀ ଯୁକ୍ତ ଦୁଗ୍ଧ ପିଇବା ନିହାତି ଜରୁରୀ l ଏହା ଶରୀରକୁ ଅନେକ ଲାଭ ଦେଇଥାଏ l

* ଉଷୁମ ଦୁଗ୍ଧରେ ସାମାନ୍ୟ ହଳଦୀ କେବଳ ସ୍ୱାଦ ବଦଳାଇ ନଥାଏ ଏହା ଆପଣଙ୍କ ଶରୀରକୁ ଦେଇଥାଏ ଅଦ୍ଭୁତ ଲାଭ l ଏହାଦ୍ୱାରା ଶରୀରକୁ ମିଳିଥାଏ ଅନେକ ଲାଭ l

* ଗବେଷଣା ରୁ ଜଣା ପଡିଛି ଯେ ସାମାନ୍ୟ ଦୁଗ୍ଧ ବଦଳରେ ହଳଦୀ ଯୁକ୍ତ ଦୁଗ୍ଧ ଶରୀର ପାଇଁ ଖୁବ ଉପକାରୀ l ଏହା ଆପଣଙ୍କ ଇମ୍ୟୁନିଟି କୁ ବୃଦ୍ଧି କରିଥାଏ l ହଳଦୀ ରେ ଥିବା ଆଣ୍ଟି ଫଙ୍ଗାଲ୍, ଆଣ୍ଟି ବ୍ୟାକ୍ଟେରିଆ ଗୁଣ, ଆଣ୍ଟି ଭାଇରାଲ ଗୁଣ ରହିଛି ଯାହା ଆମ ଶରୀରର ପ୍ରତିରକ୍ଷା ପ୍ରଣାଳୀକୁ ସୁଦୃଢ଼ କରିଥାଏ l

* ରାତିରେ ଯଦି ଆପଣ ହଳଦୀ ଓ ଦୁଗ୍ଧ ସେବନ କରୁଛନ୍ତି ଏହା ଆପଣଙ୍କ ରକ୍ତ ଶର୍କରା କୁ ନିୟନ୍ତ୍ରଣ କରିବ l ଏହା ସହିତ ଆମ କୋଷିକା ଗୁଡିକ ସନ୍ତୁଳିତ ରହିବେ ଓ ହଳଦୀ ରେ ଥିବା କରକ୍ୟୁମିନ ମଧୁମେହ ଉପରେ ନିୟନ୍ତ୍ରଣ ରଖିଥାଏ l

* ହଳଦୀ ଯୁକ୍ତ ଦୁଗ୍ଧ ଗଣ୍ଠି ଜନିତ ବିଭିନ୍ନ ସମସ୍ୟାକୁ ଦୂର କରିଥାଏ l ଏହା ସହ ଶରୀରର ହାଡ଼ ଗୁଡିକୁ ଶକ୍ତ କରି କ୍ୟାଲସିୟମ ସ୍ତର କୁ ଠିକ ରଖିଥାଏ l

* ହଳଦୀ ରେ ଥିବା କରକ୍ୟୁମିନ ର ଆଣ୍ଟି ଅକ୍ସୀଡାଂଟ ଗୁଣ ହୃଦୟ ରୋଗ ଓ ତା ସମ୍ବନ୍ଧୀୟ ଜଟିଳତା କୁ ଠିକ କରିବାରେ ସାହାଯ୍ୟ କରିବେ l ହଳଦୀ ଯୁକ୍ତ ଦୁଗ୍ଧ ଶରୀରର ସମସ୍ତ ସମସ୍ୟା ପାଇଁ ହିତକର l

Leave A Reply