Odisha news

ଗବେଷଣାର ଖୁଲାସା : ଏହିସବୁ ଉପାୟକୁ ଆପଣେଇବା ଦ୍ୱାରା ନିରୋଗୀ ରହିବା ସହିତ ପାଇବେ ଦୀର୍ଘାୟୁ ହେବା

ଆଜି ପର୍ଯ୍ୟନ୍ତ ଗବେଷକ ଓ ସ୍ୱାସ୍ଥ୍ୟବୀତ ମାନେ ଗୋଟିଏ ନିରୋଗୀ ଓ ଦୀର୍ଘାୟୁ ହେବାର ବିଭିନ ପ୍ରକାରର ଗବେଷଣା କରି ଆସୁଛନ୍ତି l ଗୋଟିଏ ମଣିଷ ସୁସ୍ଥ ରହିଲେ ଦୀର୍ଘାୟୁ ହେବାର ସମ୍ଭାବନା ରହିଛି l କିନ୍ତୁ ଆମର କିଛିଟା ଖରାପ ଅଭ୍ୟାସ ଆମକୁ ରୋଗରେ ପକାଇବା ସହିତ ଆମର ଆୟୁଷ ମଧ୍ୟ କମାଇ ଦେଇଥାଏ l ନିକଟରେ ଜର୍ଣ୍ଣାଲ ଫ୍ରୀଟିୟାର୍ସ ନ୍ୟୁରୋସିନ୍ସ ଦ୍ୱାରା ହୋଇଥିବା ରିସର୍ଚ୍ଚ ରେ ଦୀର୍ଘ ସମୟ ପର୍ଯ୍ୟନ୍ତ ହୋଇଥିବା ଗବେଷଣା ଦ୍ୱାରା ଜଣା ପଡିଛି ଯେ କିଛିଟା ଖରାପ ଅଭ୍ୟାସ ଦୂରେଇବା ଦ୍ୱାରା ଆପଣଙ୍କ ଶରୀର ନିରୋଗୀ ରହିବା ସହ ଆପଣ ଦୀର୍ଘାୟୁ ମଧ୍ୟ ହୋଇ ପାରିବେ l

ଆସନ୍ତୁ ଜାଣିବା ସେହି ଅଭ୍ୟାସ ଗୁଡିକ କଣ ?

* ସବୁବେଳେ ଶରୀର ସୁସ୍ଥ ପ୍ରଶ୍ନ ଆସିଲେ ନୀଦକୁ ଗୁରୁତ୍ୱ ଦିଆ ଯାଇଥାଏ l କାରଣ ଗୋଟିଏ ସୁସ୍ଥ ଜୀବନର ପ୍ରଥମ ସୋପାନ ହେଉଛି ନିଦ l ନିଦ ଦ୍ୱାରା ମଣିଷର ଅନେକ ପ୍ରକାରର ଶାରୀରିକ ଅସୁବିଧା ଦୂର ହୋଇଥାଏ l ବିଭିନ ଆୟୁ ଅନୁସାରେ ନିଡର ଆବଶ୍ୟକତା ଶରୀର ପାଇଁ ରହିଥାଏ l

* ଯଦି ଆପଣ ଗୋଟିଏ ସୁସ୍ଥକର ଜୀବନ ଚାହୁଁଛନ୍ତି ତେବେ ଶୋଇବା ପୂର୍ବରୁ ଇଲେକ୍ଟ୍ରୋନିକ ଉପକରଣ ଠାରୁ ନିଜକୁ ଦୁରେଇ ରଖନ୍ତୁ l କାରଣ ତାହା ଫୋନ ହୋଇ ଥାଉ କିମ୍ବା ଟିଭି ଏହାର ଖୁବ ପ୍ରଭାବ ଆମ ଶରୀର ଉପରେ ପଡିଥାଏ l  ଯାହା ଆମ ନିଦରେ ବାଧକ ସାଜି ଥାଏ ଓ ମସ୍ତିଷ୍କର କୋଷିକା ଗୁଡିକୁ ଉତେଜିତ କରିଥାଏ l

* ଯଦି ଆପଣ ରାତିରେ ଶୋଇବା ପୂର୍ବରୁ କାଫିନ ଓ ନିକୋଟିନ ଜାତୀୟ ଜିନିଷ ସେବନ କରି ଥାଆନ୍ତି ତେବେ ଏହା ଆପଣଙ୍କ ନିଦ ହେବାରେ ବାଧକ ସାଜିଥାଏ ଓ ରକ୍ତଚାପ ବୃଦ୍ଧି ହେବାର ଗୋଟିଏ ମୁଖ୍ୟ କାରଣ ଅଟେ l  କିଛି ଲୋକଙ୍କ ଧାରଣା ରହିଛି ଯେ ମାଦକ ଦ୍ରବ୍ୟ , କଫି , ସିଗାରେଟ ସେବନ ଦ୍ୱାରା ଚିନ୍ତା ଦୁରେଇ ଯାଇ ଭଲ ନିଦ ହୋଇଥାଏ , କିନ୍ତୁ ଏହା ଭୁଲ ଧାରଣା ଅଟେ l ଏହାଦ୍ୱାରା ମସ୍ତିସ୍କ ଉପରେ କୁ ପ୍ରଭାବ ପାଡିବା ସହ ଶରୀର ରୋଗ ଗ୍ରସ୍ତ ହୋଇଥାଏ l

* ଶୋଇବା ପାଇଁ ଗୋଟିଏ ନିର୍ଦ୍ଧିଷ୍ଟ ସମୟ ଧାର୍ଯ୍ୟ କରିବା ଆବଶ୍ୟକ l ରାତିରେ ନିଜର ଶୋଇବା ସମୟ ଓ ସକାଳୁ ଉଠିବା ସମୟ ଠିକ ରଖିବା ଆବଶ୍ୟକ l ଏହା ଦ୍ୱାରା ଶରୀର ବିଭିନ ରୋଗ ଠାରୁ ଦୁରେଇ ରହିଥାଏ l

* ଗୋଟିଏ ସୁସ୍ଥ ଜୀବନ ପାଇଁ ମଣିଷ ଦିନ ସାରା ଯେ କୌଣସି କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖିବା ଆବଶ୍ୟକ l ଯେପରିକି ନିଜର ଦୈନନ୍ଦିନ ଅଫିସ କାର୍ଯ୍ୟକୁ ଖୁବ ମନ ଲଗାଇ କରିବା ଉଚିତ ଓ ବିଶେଷ ଭାବରେ ବହି ପଢାପଢି କରିବା ଉଚିତ l

* ଆଜିକାଲି ମଣିଷ ଜୀବନରେ ଚିନ୍ତା ଗୋଟିଏ ଅଂଶ l କିନ୍ତୁ ଚିନ୍ତା କୁ କେବେବି ନିଜ ଉପରେ ହାବି ହେବାକୁ ଦିଅନ୍ତୁ ନାହିଁ l ନିଜକୁ ଚିନ୍ତା ମୁକ୍ତ କରିବା ପାଇଁ ମେଡ଼ିଟେସନ ଗୋଟିଏ ଭଲ ମାଧ୍ୟମ , ତା ସହିତ ବନ୍ଧୁ ମାନଙ୍କ ସହ ସମୟ ବିତାନ୍ତୁ , ଗୀତ ଶୁଣନ୍ତୁ ଇତ୍ୟାଦି l

Comments are closed.