ଯଦି ଆମର ମଳ ତ୍ୟାଗ ଓ ପରିସ୍ରା ଠିକ୍ ଭାବରେ ହେଉଛି ତେବେ ଆମ ଶରୀର ସୁସ୍ଥ ଅଛି ବୋଲି ଆମେ ଜାଣିବା । କାରଣ ଏହା ଆମ ଦୈନନ୍ଦିନ କାର୍ଯ୍ୟର ଅନ୍ତର୍ଭୁକ୍ତ ଅଟେ ।
ପରିଶ୍ରା ଲାଗିବା ଗୋଟିଏ ସ୍ଵତନ୍ତ୍ର ଅଭ୍ୟାସ । ଏହାକୁ କୁହା ଯାଇଥାଏ ନେଚର୍ କଲ୍ । ସବୁ କିଛି ଆମ ଶରୀର ନିର୍ଦ୍ଧିଷ୍ଟ ପରିମାଣର ଆବଶ୍ୟକ ଯେଉଁ କାରଣରୁ ଆମ ଶରୀର ସୁସ୍ଥ ରଖିଥାଏ । ଭଗବାନ୍ ମଣିଷ ଶରୀରକୁ ଏପରି ନିର୍ମାଣ କରିଛନ୍ତି ତାର ସବୁ ଅଂଶ ର ସ୍ଵତନ୍ତ୍ର କାର୍ଯ୍ୟ ରହିଛି । ସେହିଭଳି ସବୁ ପାଇଁ ନିର୍ଦ୍ଧିଷ୍ଟ ମାତ୍ରା ମଧ୍ୟ ରହିଛି । ସେହିଭଳି ଆମେ ଅଧିକ ଥର ପରିସ୍ରା ଯିବା ଆମ ଶରୀର ପାଇଁ ହିତକର ନୁହେଁ ବୋଲି ଗବେଷକ ମତ ଦେଇଛନ୍ତି । ବାରମ୍ବାର ପରିଶ୍ରା କରିବା ଦ୍ୱାରା ଆମ ଗ୍ରନ୍ଥି ଗୁଡ଼ିକ ପ୍ରଭାବିତ ହୋଇଥାଏ ।
* ଯଦି ଆପଣ ଙ୍କୁ ବାରମ୍ବାର ପରିଶ୍ରା ଆସୁଛି ତେବେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ । ଯଦି ଜଣେ ବ୍ୟକ୍ତି ଗୋଟିଏ ଦିନରେ ୩ଲିଟର ରୁ ଅଧିକ ପରିସ୍ରା କରିଥାଏ ତେବେ ତା ଶରୀରରେ ୟୁରିଆ ମାତ୍ରା ଅଧିକ ରହିଛି । ବେଳେବେଳେ ଅନେକ ରୋଗର କାରଣ ମଧ୍ୟ ହୋଇଯାଇ ପାରେ । ବିଶେଷଜ୍ଞ ମାନଙ୍କ ମତରେ ଜଣେ ସାଧାରଣ ମଣିଷ ଯଦି ୨୪ ଘଣ୍ଟାରେ ୨ ଲିଟର ପାଣି କିମ୍ବା ତରଳ ପଦାର୍ଥ ପିଇ ଥାଏ ତେବେ ୪-୭ ଥର ପରିସ୍ରା କରିଥାଏ ।
* ଗବେଷକ ମାନେ ମତ ଦେଇଛନ୍ତି ଆମେ ଅଧିକାଂଶ ସମୟ ଏହି ସମସ୍ୟା କୁ ଅଣଦେଖା କରି ଦେଇଥାଉ । ଆପଣ ଏହାକୁ ଅଣଦେଖା କରିବା ଦ୍ୱାରା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଯେପରି ମଧୁମେହ , କିମ୍ବା କିଡନୀ ସମ୍ବନ୍ଧୀୟ ଅନ୍ୟ କୌଣସି ସମସ୍ୟା , ଷ୍ଟୋନ, ମୂତ୍ର ମାର୍ଗରେ ସଂକ୍ରମଣ , ବ୍ଲାଡର ସମସ୍ୟା ଦେଖା ଦେଇପାରେ । ତେଣୁ ସେଥି ପ୍ରତି ସଜାଗ ରହିବା ଆବଶ୍ୟକ ।
* ଏହି ସବୁ ସମସ୍ୟା ବ୍ୟତୀତ ବ୍ରେନ୍ ଇଞ୍ଜୁରି , ନର୍ଭ୍ ସିଷ୍ଟମ ରେ ଅସୁବିଧା , ପୋଲ୍ ବିକ୍ ଏରିଆରେ ଟ୍ୟୁମର କିମ୍ବା ଗଲ୍ ବ୍ଲାଡର କ୍ୟାନ୍ସର ଇତ୍ୟାଦି ମଧ୍ୟ ହେବାର ଆଶଙ୍କା ରହିଛି । ତେଣୁ ସମୟ ଥାଉ ଥାଉ ଡାକ୍ତରଙ୍କ ପରାମର୍ଶ ଅନୁସାରେ କାର୍ଯ୍ୟ କରିବା ଆବଶ୍ୟକ ।

Comments are closed.