ଚୌଦ୍ବାର ପୋଲିସ୍ କାବୁ କଲା ୨ଦୁଇ ମୋବାଇଲ ଲୁଟେରା ଙ୍କୁ ଗତ କିଛି ଦିନ ହେବ ଚୌଦ୍ଵାର ରେ ଉତ୍ପାତ୍ ମଚେଇ ଥିବା ଦୁଇ ଲୁଟେରା ଙ୍କୁ କୋର୍ଟ ଚାଲାଣ କରିଛି ଚୌଦ୍ଵାର ପୋଲିସ୍। ଦୁଇ ଜଣ ହେଲେ ଚୌଦ୍ଵାର ଥାନା ଅନ୍ତର୍ଗତ ଯାତ୍ରା ପଡ଼ିଆରେ ରହୁଥିବା ସୁରେନ୍ଦ୍ର କୁମାର ଦାଶ ଓ ଖୋର୍ଦ୍ଧା ଜିଲ୍ଲା ର ରମେଶ ବାରିକ ଜେକି ଗୃପୁତେଶ୍ଵର ସାହି ତଳ ବଜାରରେ ରହୁଥିଲେ । ଚୌଦ୍ବାର କପାଳେଶ୍ଵର ଅଂଚଳରେ ରହୁଥିବା ବିରେନ୍ଦ୍ର କମେଲେ ଙ୍କ ଘରୁ ପୂର୍ବ ଦିନ ରାତିରେ ସେ ଖାଇସାରି ଶେଇଥିବା ବେଳେ ରାତ୍ର ଦୁଇଟା ସମୟରେ ସବ୍ଦ ହେଇଥିଲା ବିରେନ୍ଦ୍ର ଦେଖିଥିଲେ ଝରକା ପଟୁ ଦୁଇ ମୋବାଇଲ ଲୁଟେରା ତାଙ୍କ ମୋବାଇଲ ଟିକୁ ନେଇଯାଇଥିଲେ । ପରଦିନ ବିରେନ୍ଦ୍ର ଚୌଦ୍ଵାର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହା ପରେ ଚୌଦ୍ବାର ପୋଲିସ୍ ତଦନ୍ତ କରି ତାଙ୍କ ଠାରୁ ବିଭିନ୍ନ କମ୍ପାନୀ ର ମୋବାଇଲ୍ ଜବତ କରିଛି। ଏନେଇ ଚୌଦ୍ବାର ଥାନା ଅଧିକାରୀ ବିରଂଚି ନାରାୟଣ ପତି ପ୍ରେସ ବିଜ୍ଞପ୍ତି ରେ ଜଣାଇଥିଲେ ।

Comments are closed.