ଆମେ ଯେଉଁ ସମୟରେ ଘରୁ କିଛିଟା ବିଶେଷ କାର୍ଯ୍ୟରେ ବାହାରି ଗଲାବେଳେ , ଆମେ ଦ୍ବନ୍ଦରେ ପଡ଼ି ଥାଉ ଯେ ଉକ୍ତ karjy ହେବକି ନହେବ । କିନ୍ତୁ ଆମ ଜୀବନରେ କିଛିଟା ଏପରି ସଂକେତ ମିଳିଥାଏ ଯାହାକୁ ନେଇ ଆମେ ସତର୍କ ରହିବା ସହ କୃତକାର୍ଯ୍ୟ ହେବାର ଆଶା ରଖିଥାଉ । ଭାଗ୍ୟ ସହ ଆମର ଦୈନନ୍ଦିନ ଜୀବନ ଜଡ଼ିତ । ମାନ୍ୟତା ଅନୁସାରେ ରାସ୍ତାରେ କିଛିଟା ଜିନିଷ ପାଇବା ବିଶେଷ ଭାବରେ ଶୁଭ ସଂକେତ ଦେଇଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ କୁହା ଯାଇଛି । ଆସନ୍ତୁ ଜାଣିବା ସେ ଗୁଡ଼ିକ କଣ ।
* ଅଜାଣତ ରେ ଯଦି ନିଜ ପୋଷାକକୁ ଓଲଟା ପିନ୍ଧନ୍ତି – ବେଳେବେଳେ ଆମେ ଭୁଲ୍ ବଶତଃ ନିଜର ପୋଷାକକୁ ଓଲଟା ପିନ୍ଧି ଥାଉ । ଶାସ୍ତ୍ର ଅନୁସାରେ ଏହା ଧନ ଲାଭର ସଂକେତ ଦେଇଥାଏ ।
* ଯିବା ବାଟରେ ପାଣିରେ ଭରି ରହିଥିବା ପାତ୍ର ଦେଖିଲେ – ଯଦି ଆପଣ କୌଣସି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟରେ ବାହାରକୁ ଯାଉଛନ୍ତି ଓ ବାଟରେ କୌଣସି ପାତ୍ରରେ ପାଣି ଭରି ରହିଥିବା ର ଦେଖୁଛନ୍ତି ତେବେ ଏହା ଆପଣଙ୍କୁ କାର୍ଯ୍ୟରେ ସଫଳତା ହେବାର ସୂଚନା ଦେଇଥାଏ ।
* ବାଟରେ ଆଖୁ ଦେଖିବା – ରାସ୍ତାରେ ଯିବା ସମୟରେ ଯଦି ଆପଣ ଅଚାନକ କୌଣସି ସ୍ଥାନରେ ଆଖୁ ଦେଖୁଛନ୍ତି ତେବେ ଏହା ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ର ଆଭାସ ଦେଇଥାଏ ।
Comments are closed.