Odisha news

ଦୀର୍ଘଦିନ ଧରି ମୁଣ୍ଡରେ ହେଉଥିବା ଯନ୍ତ୍ରଣା କୁ ହାଲୁକାରେ ନିଅନ୍ତୁ ନାହିଁ, ଏହା ହୋଇପାରେ ବ୍ରେନ କ୍ୟାନ୍ସର ର ସଙ୍କେତ

0

ମୁଣ୍ଡ ବିନ୍ଧାକୁ ଆମେ ଗୋଟିଏ ସାଧାରଣ ସମସ୍ୟା ବୋଲି ଭାବିଥାଉ, ବ୍ରିଟେନ ର ଅଧିକାଂଶ ଲୋକ ସିଭିଅର ମାଈଗ୍ରେନ ରେ ପୀଡିତ ହୋଇଥାଆନ୍ତି, ଏହାକୁ ଗୋଟିଏ ସାଧାରଣ ସମସ୍ୟା ବୋଲି ଭାବିଥାଉ, କିନ୍ତୁ ଏହା ସାଧାରଣ ନୁହେଁ ଏହା ବ୍ରେନ କ୍ୟାନ୍ସର ର କାରଣ ମଧ୍ୟ ହୋଇପାରେ, ଗବେଷଣାରୁ କିଛି ଏଭଳି ତଥ୍ୟ ସାମ୍ନାକୁ ଆସିଛି ତାହା ଆଶ୍ଚର୍ଯ୍ୟ କରିଦେବ l ଯଦି ଲଗାତାର କିଛିଦିନ ସକାଳୁ ଉଠିବା ମାତ୍ରକେ ମୁଣ୍ଡ ରେ ଯନ୍ତ୍ରଣା ଅନୁଭବ କରୁଛନ୍ତି ତେବେ ଏହାକୁ ହାଲୁକାରେ ନିଅନ୍ତୁ ନାହିଁ l

ବ୍ରେନ ଟିୟୁମର କାହିଁକି ମୁଣ୍ଡ ବିନ୍ଧା ହୋଇଥାଏ –
ବ୍ରେନ ଟିୟୁମର କାରଣରୁ ମସ୍ତିଷ୍କ ଉପରେ ପ୍ରଭାବ ପକାଇଥାଏ, ଯାହାକି ଶିରାପ୍ରଶିରା ଓ ରକ୍ତ ଧମନୀ ଉପରେ ପ୍ରଭାବ ପକାଇଥାଏ, ଏହାଦ୍ୱାରା ମୁଣ୍ଡ ବିନ୍ଧା ହୋଇଥାଏ, ପ୍ରତ୍ୟେକ ବର୍ଷ ୧୨ ହଜାର ଲୋକ ବ୍ରେନ ଟିୟୁମର ରେ ପ୍ରଭାବିତ ହୋଇଥାଆନ୍ତି, ଯେଉଁଥିରେ ପାଞ୍ଚଶହ ଯୁବକ ଓ ଛୋଟ ପିଲା ରହି ଥାଆନ୍ତି l

ବ୍ରେନ ଟିୟୁମର ର ଲକ୍ଷଣ –
0- ଯଦି ଦୀର୍ଘଦିନ ପର୍ଯ୍ୟନ୍ତ ଜଣେ ବ୍ୟକ୍ତି ବ୍ରେନ ଟିୟୁମର ରେ ପୀଡିତ ରହିଥାଏ ତେବେ ଥକାପଣ ଅନୁଭବ ହୋଇଥାଏ l
– ବ୍ରେନ ଟିୟୁମର ରେ ପୀଡିତ ହେବା ଦ୍ୱାରା ଚକ୍ଷୁ ର ଦୃଷ୍ଟି ଶକ୍ତି ହ୍ରସ୍ୱ ହୋଇଥାଏ, ଶୁଣିବାକୁ ଅସୁବିଧା ହୁଏ, କଥା ପ୍ରାଞ୍ଜଳ ଭାବରେ କହିପାରେ ନାହିଁ l
– ଚଳିବାରେ ଅସୁବିଧା ହୋଇଥାଏ ଏବଂ ପାଦ ଠିକ ଭାବରେ ପଡ଼ିନଥାଏ l
– ପିଲା ମାନଙ୍କ ସ୍ଵଭାଵ ଓ ମାନସିକତା ରେ ଅଚାନକ ପରିବର୍ତ୍ତନ ହୋଇଯାଇ ଥାଏ l
– ଶରୀର ଦୁର୍ବଳ ହୋଇଯିବା ସହିତ ତ୍ୱଚା ମଧ୍ୟ ପ୍ରଭାବିତ ହୋଇଥାଏ l

ଗବେଷକ ଙ୍କ ମତରେ ଯଦି ଏଥି ମଧ୍ୟରୁ ଗୋଟିଏ ହେଲେ ସମସ୍ୟା ଦେଖା ଯାଉଛି ତେବେ ତୁରନ୍ତ ଡାକ୍ତର ଙ୍କୁ ପରାମର୍ଶ କରନ୍ତୁ, ଏବଂ MRI ଓ SCAN ଜରିଆରେ ନିଜକୁ ଯାଞ୍ଚ କରନ୍ତୁ l

Nalco
Leave A Reply