Odisha news

ହେଡ଼ଫୋନ୍ ଭିତରେ ଲୁଚିଥିଲା ବୁଢିଆଣୀ , ଶୁଣିବା ପାଇଁ ମହିଳା କାନରେ ଲଗାଇଲେ , ତାପରେ …

0

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆର ଜଣେ ମହିଳା ପ୍ଲମ୍ବର ନିଜର ହେଡ଼ଫୋନକୁ ବ୍ୟବହାର କରିବା ସମୟରେ କାନରେ କିଛି ପଶିବାର ଅନୁଭବ କଲେ ,ଯେତେବେଳେ ସେ ହେଡ଼ଫୋନକୁ କାନରୁ କାଢି ଦେଖିଲେ ଆଶ୍ଚର୍ଯ୍ୟ ହୋଇଗଲେ l ହେଡ଼ଫୋନର ନରମ ପେଣ୍ଡିଙ୍ଗ ଭିତରେ ଗୋଟିଏ ବଡ ବୁଢିଆଣୀ ପଶି ରହିଥିଲା ବର୍ତ୍ତମାନ ଏହି ଭିଡ଼ିଓଟି ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି l

ଓଲି ନାମକ ମହିଳା ନିଜ ହେଡ଼ଫୋନକୁ ଲଗାଇବା ପରେ ନିଜ କାନ ଭିତରେ କିଛି ସଲସଲ ହେଉଥିବାର ଅନୁଭବ କରିଥିଲେ ତେଣୁ ସେ ନିଜ କାମରେ ଧ୍ୟାନ ଦେଇ ପାରୁନଥିଲେ l ଯେତେବେଳେ ସେ ହେଡ଼ଫୋନକୁ କାନରୁ ହଟାଇ ଦେଖିଲେ ସେଥିରେ ଗୋଟିଏ ବୁଢିଆଣୀ ରହିଥିବାର ଦେଖିଲେ l

ଏହାପରେ ଓଲି କିଛି ଉପକରଣ ସାହାଯ୍ୟରେ ବୁଢିଆଣୀଟିକୁ ବାହାର କରିବାକୁ ଚେଷ୍ଟା କଲେ ସେ ପ୍ରଥମେ ବାହାରି ପାରିଲା ନାହିଁ ତାପରେ ଧୀରେ ଧୀରେ ଏହା ବାହାରିଥିଲା l ଓଲି ସେହି ସମୟରେ ଗୋଟିଏ ଭିଡିଓ କରିଥିଲେ l ସେହି ଭିଡିଓକୁ ସେ ଇଣ୍ଟରନେଟରେ ସେୟାର କରିଥିଲେ l ଭିଡ଼ିଓଟିକୁ ଦେଖି ଅଧିକାଂଶ ଲୋକ ନିଜନିଜର ମତ ରଖିଛନ୍ତି l ଜଣେ ୟୁଜର ଲେଖିଛନ୍ତି ଯେ ବୁଢିଆଣୀ ମାନେ ମନୁଷ୍ୟ ମାନଙ୍କ ପାଇଁ କ୍ଷତିକାରକ ନୁହଁନ୍ତି l ଆଉଜଣେ ୟୁଜର ଲେଖିଛନ୍ତି ବୁଢିଆଣୀଟି ବୋଧହୁଏ ଡରି ଯାଇଥିଲା ତେଣୁ ସେ ବାହାରକୁ ଆସିବାକୁ ଚେଷ୍ଟା କରୁଥିଲା l

Leave A Reply