Odisha news

ଆଶ୍ଚର୍ଯ୍ୟ ହେଲେବି ସତ : ସ୍ୱାମୀଙ୍କ ଚନ୍ଦାପଣକୁ ନେଇ ସ୍ତ୍ରୀ ହେଲେ ଥାନାର ଦ୍ୱାରସ୍ତ , ତାପରେ …

0

ନୂଆଦିଲ୍ଲୀ : ଗୋଟିଏ ୨୭ ବର୍ଷୀୟ ଚାଟାର୍ଡ ଆକାଉଣ୍ଟଙ୍କ ପତ୍ନୀ ନିଜ ସ୍ୱାମୀଙ୍କ ବିରୁଦ୍ଧରେ ଅଦ୍ଭୁତ ମାମଲା ଦର୍ଜ କରିଛନ୍ତି l ଇଣ୍ଡିଅଟୁଡ଼େର ସୂଚନା ଅନୁସାରେ ଆରୋପି ସ୍ୱାମୀଙ୍କର ବୟସ ୨୭ ବର୍ଷ ଅଟେ l ସେ ଏକ ଫାର୍ମରେ ଚାଟାର୍ଡ ଆକାଉଣ୍ଟ ଅଛନ୍ତି l ସ୍ୱାମୀ ଜଣଙ୍କ ନିଜ ବିରୁଦ୍ଧରେ କେସ ଦର୍ଜ ହେବ ପରେ ଥାନେର କୋର୍ଟରେ ଅଗ୍ରିମ ଜାମିନ ପାଇଁ ଆବେଦନ କରିଛନ୍ତି l

ତାଙ୍କ ପତ୍ନୀ କେସ ଦର୍ଜ କରି କହିଛନ୍ତି ଯେ ମୁଁ ବିବାହ ପୂର୍ବରୁ ଜାଣି ନଥିଲି ମୋ ସ୍ୱାମୀ ଚାଣ୍ଡାମୁଣ୍ଡିଆ ଅଟନ୍ତି l ସେ ବିବାହ ପୂର୍ବରୁ ମୋ ଆଗକୁ ନକଲି ଛୁଟି ଲଗାଇ ଦେଖା କରିବାକୁ ଯାଉଥିଲେ l କଣ ପାଇଁ ତାଙ୍କ ସ୍ୱାମୀ ତାଙ୍କ ପାଖରୁ ନିଜର ଚାନ୍ଦ ପଣଙ୍କୁ ଲୁଚାଇ ରଖିଥିଲେ ଓ ତାଙ୍କୁ ଧୋକା ଦେଇଥିବା କାରଣରୁ ତାଙ୍କ ବିରୁଦ୍ଧରେ ଥାନାରେ କେସ ଦର୍ଜ କରିଛନ୍ତି l

ତାଙ୍କ ସ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଯଦି ସେ ବିବାହ ପୂର୍ବରୁ ଜାଣି ଥାନ୍ତେ ତାଙ୍କ ସ୍ୱାମୀ ଚାନ୍ଦ ଅଟନ୍ତି ତେବେ ସେ କେବେବି ବିବାହ କରି ନଥାନ୍ତେ l ମହିଳା ଜଣଙ୍କ ନିଜ ଶଶୁର ଘରେ ମଧ୍ୟ ଏହାକୁ ନେଇ ବଡ ହଂଗାମା କରିଛନ୍ତି l ସେ କହିଛନ୍ତି ଯେ ମୋ ଶଶୁର ଘର ଲୋକ ଏହି ମାମଲାକୁ ଖୁବ ସହଜର ସହିତ ନେଇଥିଲେ ଓ ମତେ କହିଥିଲେ ଏହା ଏପରି କୌଣସି ବଡ଼ କଥା ନୁହେଁ l

କିନ୍ତୁ ମହିଳା ଜଣଙ୍କ ଏହି କଥାକୁ ନେଇ ଏତେ ଉତକ୍ଷିପ୍ତ ହୋଇଯାଇଛନ୍ତି ଯେ ସେ ତାଙ୍କ ସହିତ ରହିବ ପାଇଁ ପ୍ରସ୍ତୁତ ନୁହଁନ୍ତି l ତାଙ୍କ ସ୍ୱାମୀଙ୍କୁ ଅଗ୍ରିମ ଜାମିନ ମଧ୍ୟ ମିଳିଯାଇଛି l ଉଭୟଙ୍କର ବିବାହ ଗତ ସେପ୍ଟେମ୍ବର ମାସରେ ହୋଇଥିଲା l ମହିଳା ଜଣଙ୍କ ବର୍ତ୍ତମାନ ବିବାହ ବିଚ୍ଛେଦ ଚାହୁଁଛନ୍ତି l

Leave A Reply