Odisha news

ହାଟଡ଼ିହି: କରୋନା ମୁକାବିଲା ପାଇଁ ଗାଁ ଗାଁକୁ ଲକଡାଉନ କଲେ ଯୁବ ଗୋଷ୍ଠୀ

0

ହାଟଡ଼ିହି-27.03:, କରୋନା ମୁକାବିଲା ପାଇଁ ସରକାର ନେଇଥିବା ସତର୍କତା ମୁଳକ ପଦକ୍ଷେପ କିଛି ଲୋକ ଅବମାନନା କରି ଖୁଲାମଖୁଲା ବୁଲିବା ଓ ସଂଗରୋଧ ପରାମର୍ଶକୁ ନମାନିବା ଭଳି ଘଟଣା ଯୁବ ଗୋଷ୍ଠୀଙ୍କୁ ବ୍ୟଥିତ କରିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ କିଛି ଗ୍ରାମରେ ଯୁବକମାନେ ସେମାନଙ୍କ ଗାଁକୁ ବାଡ ବୁଜି, ବାଉଁଶ ବାନ୍ଧି ଲକଡାଉନ କରିଛନ୍ତି । ଗାଁ ମୁଣ୍ଡରେ ଯୁବକମାନେ ଜଗିରହି ଗାଁ ଭିତରକୁ କାହାରିକୁ ପ୍ରବେଶ କରିବାକୁ ଦେଉ ନାହାନ୍ତି ତ ଗାଁ ଲୋକଙ୍କୁ ବାହାରକୁ ଛାଡୁ ନାହାନ୍ତି । ଏପରିକି ଏହି ସ୍ଥାନରେ ଫ୍ଲାକକାର୍ଡ ଲଗାଇ ସଚେତନତା ବାର୍ତ୍ତା ଲେଖି ଲୋକମାନଙ୍କୁ ସଚେତନ କରାଉଛନ୍ତି । ଜରୁରୀ ଆବଶ୍ୟକ ନଥିଲେ ବାହାରକୁ ଛାଡୁ ନାହାନ୍ତି । ଏଭଳି ଅଭିନବ ଉପାୟ ଆପଣେଇଛନ୍ତି କଳିଗାଁ ପଞ୍ଚାୟତର ତାମ୍ପଳା, ହାଟଡିହି ପଞ୍ଚାୟତର ଗୋପ, ହାବଳେଶ୍ୱର ପଞ୍ଚାୟତର ଜମ୍ଭରା, ଆଇତିପୁର ପଞ୍ଚାୟତର ରାଘବପୁର, ସୁଲଣ ପଞ୍ଚାୟତର ଅଣତିରା ଆଦି ଗ୍ରାମର ଯୁବକମାନେ । ଏହିପରି ପ୍ରୟାସ କରି ଗାଁ ଗାଁରେ ଲକଡାଉନ ଘୋଷଣାକୁ ପାଳନ କରିବାପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ସେହିପରି ସିଲନ୍ଦି ଗ୍ରାମରେ ଉଦୟନାଥ କରଙ୍କ ନେତୃତ୍ୱରେ ଗାଁ ରାସ୍ତାକୁ ଦଉଡି ବାନ୍ଧି ଅବରୋଧ କରିବା ସହ ଅତ୍ୟାବଶ୍ୟକ ନଥିଲେ ଗାଁ ଲୋକଙ୍କୁ ବାହାରକୁ ନଯିବା ଲାଗି ପରାମର୍ଶ ଦେବାସହ ସାବୁନ କିମ୍ବା ହ୍ୟାଣ୍ଡୱାସରେ ହାତ ଧୋଇବା ଲାଗି ଲୋକଙ୍କୁ ସଚେତନ କରାଇ ମାସ୍କ ବଣ୍ଟନ କରୁଛନ୍ତି । ସେହିପରି ସମାଜ ଦର୍ପଣ ଜମ୍ଭରା ୟୁଥ କ୍ଲବ ପକ୍ଷରୁ ଗାଁ ରାସ୍ତାକୁ ଅବରୋଧ କରାଯାଇ ସଭାପତି ପ୍ରଶାନ୍ତ ସେନାପତିଙ୍କ ଓ କିଛି ସଦସ୍ୟ ମାନଙ୍କ ଦ୍ୱାରା ଲୋକମାନଙ୍କୁ ଘରୁ ନବାହାରିବାକୁ ସଚେତନ କରାଯାଉଛି ।

Leave A Reply