ଭଞ୍ଜନଗର – ବେଲଗୁଣ୍ଠା ବ୍ଲକ ଅଧ୍ୟକ୍ଷା ଆରତୀ ସେଠୀ ନିଜର ଏକ ବର୍ଷର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ କରିଛନ୍ତି । ଯୁବ ସମାଜସେବୀ ରବିନ୍ଦ୍ର କୁମାର ପାତ୍ରଙ୍କ ସହ ସେ ଗୁରୁବାର ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କୁ ନିଜର ଏକବର୍ଷର ଦରମା ଦାନ କରିଛନ୍ତି । ଏଭଳି ମହତ କାମ ପାଇଁ ଉପଜିଲ୍ଲାପାଳ ମିଞ୍ଜ ମଧ୍ୟ ବେଲଗୁଣ୍ଠା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସେଠୀକୁ ବେଶ ପ୍ରଶଂସା କରିଛନ୍ତି ।