Odisha news

କରୋନା ସନ୍ଦିଗ୍ଧ ଙ୍କ ପାଇଁ କୋଣାର୍କ ମେଡିକାଲ ରେ ଖୋଲିଲା ଆଇସଲେଟେଡ଼ ୱାର୍ଡ।

0
କୋଣାର୍କ(ସ.ବ୍ୟୁ)- ରାଜ୍ୟ ସରକାର ଙ୍କ ନିଦ୍ଦେର୍ଶ ମୁତାବକ ସାରା ରାଜ୍ୟରେ ଲକ ଡାଉନ ଘୋଷଣା କରାଯାଇ ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ପ୍ରକାର ପଦକ୍ଷେପ ମାନ ଗ୍ରହଣ କରାଯାଇଛି।ଏହି ପରିପ୍ରେକ୍ଷୀରେ ପୁରୀ ଜିଲ୍ଲାପାଳ ଶ୍ରୀ ବଲ୍ଳବନ୍ତ ସିଂ ଙ୍କ ନିଦ୍ଦେର୍ଶ କ୍ରମେ ଵିଶ୍ଵ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ ରେ ଲକ ଡାଉନ ଘୋଷଣା କରାଯାଇ ପ୍ରଶାସନ ତରଫରୁ ବିଭିନ୍ନ ସଚେତନ ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।କୋଣାର୍କ ଅଞ୍ଚଳ ର ଲୋକମାନେ ଶ୍ରମିକ ରୂପେ କାର୍ଯ୍ୟ କରି ବାହାର ରାଜ୍ୟରୁ ଆସୁଥିବା ପ୍ରଶାସନ ଜାଣିବାକୁ ପାଇ ସେମାନଙ୍କ ପାଇଁ ୧୪ ଦିନ କ୍ୟାରେଣ୍ଟଇନ ରେ ରଖିବା ପାଇଁ କୋଣାର୍କ ପ୍ରାଥମିକ ଚିକିତ୍ସାଳୟ ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇ 102 ଟି ବେଡ଼ କୁ ପ୍ରସ୍ତୁତ କରି ରଖାଯାଇଛି।ଯଦି କୌଣସି ବ୍ୟକ୍ତି କରୋନା ସନ୍ଦେହ ରେ ପ୍ରଶାସନ ନଜରକୁ ଆସନ୍ତି ତାହାଲେ ତାଙ୍କୁ ତୁରନ୍ତ ମେଡ଼ିକାଲ ରେ ଭର୍ତ୍ତି କରାଇବାକୁ ଜିଲ୍ଲାପାଳ ସ୍ଥାନୀୟ ପ୍ରଶାସନ କୁ ନିଦ୍ଦେର୍ଶ ଦେଇଛନ୍ତି।ସେଥିପାଇଁ 24 ଘଣ୍ଟିଆ ମେଡିକାଲ ଖୋଲା ରଖାଯାଇଛି। କରୋନା ପାଇଁ ଅଞ୍ଚଳ ରେ କୋକୁଆ ଭୟ ସୃଷ୍ଟି ହୋଇଛି।ସମସ୍ତେ ନିଜ ନିଜ ଘରେ ରହୁଛନ୍ତି।ଗାଁ ରୁ ବଜାର ଖାଁ ଖାଁ ଲାଗୁଛି।କେବଳ ନିଜର ଅତ୍ୟାବଶ୍ୟକ ସାମଗ୍ରୀ ଯଥା ଗ୍ରୋଶରୀ, ଔଷଧ,ଫଳ, ପନିପରିବା, କ୍ଷୀର ପାଇଁ ବଜାର କୁ କିଛି ଲୋକ ଆସୁଥିବା ର ଦେଖା ଦେଇଛି।ପୁରୀ ଜିଲ୍ଲାପାଳ ଙ୍କ ନିଦ୍ଦେର୍ଶ କ୍ରମେ ସ୍ଥାନୀୟ ତହସିଲଦାର ପୃଥିବରାଜ ମଣ୍ଡଳ ଓ NAC ର କାର୍ଯ୍ୟନିର୍ବାହୀ ଅଧିକାରୀ ଏମ୍ ଶ୍ରୀନିବାସ ଙ୍କ ସହ କୋଣାର୍କ ର ଥାନାଧିକାରୀ ରଞ୍ଜନ କୁମାର ମଲ୍ଲିକ ଓ ଚନ୍ଦ୍ରଭାଗା-ରାମଚଣ୍ଡୀ ର ଥାନା ଅଧିକାରିଣୀ ନିଳିମା ପଟନାୟକ ଟିମ ସହ ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ସହ ଲୋକମାନଙ୍କୁ ସଚେତନ କରାଉଥିବା ଦେଖିବାକୁ ମିଳିଛି।
Leave A Reply