ହାଟଡ଼ିହି-୨୫/୩, ସରକାର ଗତକାଲି ମଧ୍ୟ ରାତ୍ରୀରୁ ସମଗ୍ର ରାଜ୍ୟରେ ଲଗଡାଉନ ଘୋଷଣା କରିଥିବାବେଳେ କାମ କରିବାକୁ ଯାଇଥିବା ଶ୍ରମିକମାନେ ଗାଡି ଘୋଡା ନପାିବାରୁ ଦୀର୍ଘ ବାଟ ଚାଲି ଚାଲି ଘରକୁ ଫେରୁଛନ୍ତି । ସେମାନେ କାମ କରୁଥିବା ଠିକାସଂସ୍ଥା କାମ ବନ୍ଦ କରିଦେବା ପରେ ଶ୍ରମିକ ମାନଙ୍କୁ ଘରକୁ ଫରିବାର ଉପଯୁକ୍ତ ବ୍ୟବସ୍ଥା ନକରି ଘରକୁ ପଳାଅ ବୋଲି କହିି ବିଦା କରିଦେବାରୁ ଆଜି ଅନେକ ସ୍ଥାନରେ କାମ କରୁଥିବା ଶ୍ରମିକମାନେ ଭୋକ ଉପାସରେ ଚାଲି ଚାଲି ଘରକୁ ଫେରିବା ଦେଖିବାକୁ ମିଳିଛି ।
ଖବରରୁ ଜଣାଯାଇଛି ଯେ ଠାକୁରମୁଣ୍ଡା ମଣ୍ଡଳଝରୀ ଗ୍ରାମର ୧୦ରୁ ଉର୍ଦ୍ଧ ଶ୍ରମିକ ଗତ ୩/୪ସପ୍ତାହ ହେଲା ଭଦ୍ରକକୁ କାମ କରିବାକୁ ଯାଇଥିଲେ । ଗତକାଲି ଠାରୁ ଭଦ୍ରକରେ ଲକଡାଉନ ହୋଇଯିବାପରେ ଏମାନେ ଖାଇବାକୁ ମଧ୍ୟ ପାଇପାରିଲେ ନାହିଁ । ଫଳରେ ବାଧ୍ୟହୋଇ ଘରକୁ ଫେରିଆସିବାକୁ ନିଷ୍ପତି ନେଲେ ଯେ ଗାଡି ଚଳାଚଳ ବନ୍ଦ ତେଣୁ ସେମାନେ କିଏ ୬୦ ତ ଆଉ କିଏ ୯୦କିଲୋମିଟର ବାଟ ଚାଲି ଚାଲି ଘରକୁ ଫେରୁଛନ୍ତି ।
ଗାଡି ଚଳାଚଳ ବନ୍ଦ ଥିବାରୁ ସଙ୍ଗା କାୟମ, ମହେଶ୍ୱର ଶୁଣ୍ଡି, ମାଳତୀ ମୁଣ୍ଡୁ, ସାଦ କାୟମ, ଲସମତି ଶୁଣ୍ଢି, ଜଗୁ ମୁଣ୍ଡା, ସୁରୁଜ ପୁର୍ତ୍ତି, ଦୁର୍ଯେ୍ୟାଧନ ଶୁଣ୍ଢିଙ୍କ ସମେତ ସମସ୍ତ ଶ୍ରମିକମାନେ ଆଜି ବଡି ଭୋର ସମୟରୁ ଭୋକିଲା ପେଟରେ ଚାଲିଚାଲି ଦୀର୍ଘ ୩୫କିଲୋମିଟର ବାଟ ଆସି ଛେନାପଦି ଛକରେ ପହଞ୍ଚିବାପରେ ଦାନ୍ତ ଘସି ଥିଲେ ମଧ୍ୟ ସମସ୍ତ ଜଳଖିଆ ଦୋକାନ ବନ୍ଦ ଥିବାରୁ କୌଣସି ଖାଦ୍ୟ ପାଇପାରି ନଥିଲେ । ପରେ ସେମାନେ କିଛି କାକୁଡି ଖାଇ ପେଟ ପୁରାଇ ପୁନର୍ବାର ଚାଲିବା ଆରମ୍ଭ କରିଥିଲେ ।
ସେହିପରି ବାଲିପାଳରେ କାମ କରୁଥିବା କିଛି ଶ୍ରମିକ କାମ ବନ୍ଦ ହୋଇଯିବାପରେ ଆଜି ସକାଳୁ ସକାଳୁ ଚାଲି ଚାଲି ଭଦ୍ରକ ଜିଲ୍ଲା ବରପଦାକୁ ଯାଉଥିବା ଦେଖିବାକୁ ମିଳିଥିଲା । ସେମାନେ ମଧ୍ୟ ୫୦କିଲୋମିଟର ଦୁର ଚାଲି ଚାଲି ନିଜ ଗାଁକୁ ଫେରୁଥିବା କହିଛନ୍ତି ।