ନେମାଳ:ଲକ୍ ଡାଉନ ସତ୍ୱେ ଚାଲିଛି ବିଜୁସେତୁ ନିର୍ମାଣ କାର୍ଯ୍ୟ ବିଭାଗୀୟ ଅଧିକାରୀଙ୍କ ଠିକାଦାର ସଂସ୍ଥା ପ୍ରତି ଅହେତୁକ ଅନୁକମ୍ପା ,ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚି !
ନେମାଳ ୨୫ା୩(ସବୁ୍ୟ) : ସାରା ରାଜ୍ୟରେ କରୋନା କରୋନା ଭୂତାଣୁଜନିତ ଭୟାବହତାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଲକ୍ ଡାଉନ କରାଯାଇଥିବା ବେଳେ ଜୈନକ ଠିକାଦାର ବିଭଳି ସରକାରଙ୍କୁ ବେଖାତିର କରି ନିର୍ମାଣ କାର୍ଯ୍ୟ ଚାଲୁରଖିଛି ତାହା ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି କରିଛି । ନେମାଳ ଥାନା ଅନ୍ତର୍ଗତ ନଗସପୁର ଗ୍ରାମ ପଞ୍ଚାୟତ ଚାରିରକବା ଠାରେ ଚିତ୍ରୋତ୍ପଳା ନଦୀ ଉପରିସ୍ଥ ବିଜୁସେତୁ ନିର୍ମାଣରେ ଏହା ଦେଖାଯାଇଛି । ଉକ୍ତ ବିଜୁସେତୁ ପାଇଁ ୧୮କୋଟି ୩୪ଲକ୍ଷ ଟଙ୍କାର ବ୍ୟୟଅଟକଳ ଥିବା ବେଳେ ବିଭାଗୀୟ ଅଧିକାରୀ ମାନଙ୍କ ଏହି ଠିକାଦାର ସଂସ୍ଥା ପ୍ରତି ଅହେତୁକ ଅନୁକମ୍ପା ଯୋଗୁ ସେତୁତ ସ୍ଥାୟିତ୍ୱ ନେଇ ସଂଦେହ ପ୍ରକାଶ ପାଇଛି ।
ତତ୍ ସହିତ ଚୁକ୍ତି ମୁତାବକୁ ସେତୁ କାର୍ଯ୍ୟ ହେଉନଥିବା ବେଳେ ଭାଗମାପ ଠିକ ଭାବରେ କରାଯାଇ ନାହିଁ । ମେଣ୍ଟାଲ,ଚିପସ୍ ଓ ଭଙ୍ଗା ଇଟା ପୁରାଇ ଢଳାଇ କରାଯାଇଥିବା ସ୍ଥାନିୟ ବାସିନ୍ଧା ସୁଚନା ଦେଇଛନ୍ତି । ତେବେ ୧୮ କୋଟିରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ପୁର୍ତ୍ତ ବିଭାଗ ତଦାରଖ କରିବା ପାଇଁ ଦାୟିତ୍ୱ ନେଉଥିବାବେଳେ କାର୍ଯସ୍ଥଳକୁ କେହି ଆସୁନଥିବା ଜଣାଯାଇଛି ।ଫଳରେ ଠିକାଦାର ମନଇଛା କାର୍ଯ୍ୟକରୁଥିବା ଅଭିଯୋଗ ହୋଇଛି ।
ତେବେ ଉକ୍ତ କାର୍ଯ୍ୟ ୧୯ ଜାନୁୟାରି ୨୦୨୧ ମସିହା ସୁଧା ପୁର୍ଣ୍ଣାଙ୍ଗ ହେବ ବୋଲି ବିଭାଗିୟ ଅଧିକାରୀ ସୁଚନା ଦେଇଥିବା ବେଳେ ଆଜିଠାରୁ ଉକ୍ତ କାର୍ଯ୍ୟ କରୋନା ପାଇଁ ସ୍ଥଗିତ ରହିବ ଏବଂ ଉକ୍ତ କାର୍ଯ୍ୟ ସଠିକ ଭାବରେ ହେଉଥିବା ବୋଲି ସକହାରୀ ଯନ୍ତ୍ରୀ ସତ୍ୟଜିତ ଦଳାଇ ସୁଚନା ଦେଇଛନ୍ତି