ହାଟଡିହି : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ୮ଟି ପଞ୍ଚାୟତର ୪୫ରୁ ଉର୍ଦ୍ଧ ଗାଁ ପାଣିଘେରରେ ଥିବାବେଳେ ହଜାର ହଜାର ଲୋକ ଜଳବନ୍ଦୀ ଜୀବନ ବିତାଉଛନ୍ତି । ପ୍ରଶାସନ ପକ୍ଷରୁ ବିପନ୍ନ ମାନଙ୍କୁ ସ୍ଥାନାନ୍ତର କରାଯାଇ ଶୁଖିଲା ଖାଦ୍ୟ ଓ ରନ୍ଧାଖାଦ୍ୟ ଦିଆଯାଇତôବା କୁହାଯାିଥିଲେ ମଧ୍ୟ ତାହା ସମୁଦ୍ରକୁ ଶଙ୍ଖୋ ସଦୃଶ ହୋଇଛି । ଓଡ୍ରାଫ୍ଟ ଟିମ କିମ୍ବା ଡଙ୍ଗାର କୌଣସି ସୁବ୍ୟବସ୍ଥା ନଥିବାରୁ ଲୋକମାନଙ୍କ ପାଖରେ ସରକାରୀ ବାବୁ ମାନେ ପହଞ୍ଚି ପାରି ନଥିବା ଜଣାଯାଇଛି । କେବଳ ହାଟଡିହି ଦମକଳ ବିଭାଗ ପକ୍ଷରୁ ଗୋଟିଏ ବୋଟ ସହଯୋଗରେ କିଛି ଗ୍ରାମକୁ ଚୁଡା, ଗୁଡ ପଠାଯାଇଥିବା ଜଣାଯାଇଛି ।
ନଦୀବନ୍ଧ ପୁର୍ଣ୍ଣାଙ୍ଗ ହୋଇ ନଥିବା କାରଣରୁ ହାଟଡିହି ବ୍ଲକଟି ସବୁବେଳେ ବନ୍ୟାରେ ପ୍ରଭାଭିତ ହୋଉଛି । ପ୍ରତିବନ୍ୟାରେ ହାଟଡିହି ବ୍ଲକର ସମଣା ପଞ୍ଚାୟତର ଗୋବିନ୍ଦପୁର, କୁଆଡ, ବାହାରିପୁର, ଚାପୁଣ୍ଡିଆ, ସମଣା, ଗିରିଗାଁ, ତେଲସିଙ୍ଗା, କୋଦମଡିହି, ତେମଳା, ଆମ୍ବୋ ପଞ୍ଚାୟତର କରଗୋଳା, ଲଇଛଣପୁର, କୋଳିପଦୀ, ବେଗୁନିଆପଦି, ଅଣତିରା, ଶଙ୍ଖୋ, ସିମିିଳିଆ ଗ୍ରାମକୁ ଯୋଗାଯୋଗ ବିଛିନ୍ନ ହୋଇଥିବାବେଳେ କରଗୋଳା ବାତ୍ୟା ଆଶ୍ରୟସ୍ଥଳ ପର୍ଯ୍ୟନ୍ତ ରାସ୍ତା ବୁଡି ଥିବାରୁ ଲୋକମାନେ ବାତ୍ୟାଆଶ୍ରୟସ୍ଥଳୀକୁ ଯାତାୟତ କରିପାରୁ ନାହାନ୍ତି ।
ସୁଲଣ ପଞ୍ଚାୟତର ବିରିଡି, ଜଳସରପୁର, ଆବୁଲୁପୁରା, ପଞ୍ଚୁଗୋଛିଆ ପଞ୍ଚାୟତର ପଞ୍ଚୁଗୋଛିଆ, ନୀଳାପୁର, ମୁଗୁପୁର, ସର୍ବେଶ୍ୱରପୁର, କଣ୍ଠିଆଡି, ବଳଭଦ୍ରପୁର, ତରଭା, ବରେଶ୍ୱର, ହୀରାପୁର, ଆଡହୁରିଆ, ଯଶୋବନ୍ତପୁର , ବଞ୍ଚୋ ପଞ୍ଚାୟତର ସିଙ୍ଗଡୋବ ଆଦି ଗ୍ରାମ ପାଣିଘେରରେ ରହିଛି । ଆଇତିପୁର, ହାବଳେଶ୍ୱର, ଗେଡମା, ବଞ୍ଚୋ, ଷଡଙ୍ଗ, ସମଣା, ଆମ୍ବୋ, ସୁଲଣ, ପଞ୍ଚୁଗୋଛିଆ, ପ୍ରଭୃତି ୮ଟି ପଞ୍ଚାୟତ କ୍ଷତିଗ୍ରସ୍ଥ ହେଉଛି । ଏହି ବନ୍ୟା ଦ୍ୱାରା ଆଇତିପୁର ପଞ୍ଚାୟତର ରାଘବପୁର, ଆଇତିପୁର, ଅମୃତପୁର, ନୁଆଗାଁ, ଗେଡମା ପଞ୍ଚାୟତର ଜଳସରପୁର, ସାହାପୁର, ହାବଳେଶ୍ୱର ପଞ୍ଚାୟତର ହାବଳେଶ୍ୱର, ବାଲିପଦା, ଜମ୍ଭରା, ଢ଼ାଇପୋଖରୀ, ସରିଦା, ଜାବିନିପୁର, ଶାଳବଣୀ, ଡିମିରିଆ, ମଝିଗାଁ, ରାଘବପୁର ସ୍କୁଲ ନିକଟରେ ୬ଫୁଟ ଉଚ୍ଚର ପାଣି ଚାଲୁଥିବା ବେଳେ ଅମୃତପୁର ଓ ନୁଆଗାଁ ବାହ୍ୟ ଜଗତରୁ ବିଛି ନ୍ନ ହୋଇଯାଇଛି ।
ହାଟଡିହି-ସମଣା ରାସ୍ତାର ସିମିଳିଆ, ଶଙ୍ଖୋ, ବରାଙ୍ଗ, ଚାପୁଣ୍ଡିଆ ନିକଟରେ ପାଣି ଚାଲୁଥିବାରୁ ଏହି ରାସ୍ତା ଉପରେ ନିର୍ଭର କରୁଥିବା ଗାଁ ଗୁଡିକର ଲୋକମାନେ ବାହାରକୁ ବାହାରି ପାରି ନାହାନ୍ତି । ଏହି ବନ୍ୟାରେ ବନ୍ୟାଜଳ ଗାଁ ଭିତରେ ପସିଯିବା ସହିତ ଅନେକ ଲୋକଙ୍କ ଘରଦ୍ୱାର ଭାଙ୍ଗି ଦେଇଥିବା ଜଣାଯାଇଛି । ଆଜି ଅତିରିକ୍ତ ଜିଲ୍ଲାପାଳ ଭକ୍ତ ଚରଣ ପ୍ରଧାନ, ପ୍ରକଳ୍ପ ନିଦେ୍ର୍ଦଶକ ଉଦ୍ଧବ ଚନ୍ଦ୍ର ମାଝୀ, ଭାରପ୍ରାପ୍ତ ଉପଜିଲାପାଳ ତପନ କୁମାର ନାୟକ, ତହସିଲଦାର ଗାୟତ୍ରୀ ସୋରେନ, ବିଡିଓ ଜୟଦେବ ଦାସ, ଅତିରିକ୍ତ ତହସିଲଦାର ରଶ୍ମିରଞ୍ଜନ ଦାଶ ପ୍ରମୁଖ ବିଭିନ୍ନ ଅଞ୍ଚଳ ଗ୍ରସ୍ତକରି ବନ୍ୟାା ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେହିପରି ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ବିଭିନ୍ନ ପଞ୍ଚାୟତର ବନ୍ୟାଞ୍ଚଳ ବୋଟ ସାହାଯ୍ୟରେ ବୁଲି ସେଠାକାର ଲୋକମାନଙ୍କ ସହିତ ଆଲୋଚନା କରିଛନ୍ତି ।