ହାଟଡିହି : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତର କଣ୍ଠିଆଡି ଗ୍ରାମରେ ବନ୍ୟାଜଳରେ ଭାଷିଯାଇ ଜଣେ ଯୁବକ ମୃତୁ୍ୟ ବରଣ କରିଛି । ମୃତ ଯୁବକ ଜଣକ କଣ୍ଠିଆଡି ଗ୍ରାମର ବନମାଳୀ ଦେହୁରୀଙ୍କ ପୁଅ ସନାତନ (୧୮) ବୋଲି ଜଣାପଡିଛି ।
ବୈତରଣୀ ବନ୍ୟାଜଳ ପଞ୍ଚୁଗୋଛିଆ ପଞ୍ଚାୟତକୁ ଚାରିପଟୁ ଘେରି ରହିଥିବାବେଳେ ସନାତନ ନିଜ ଚାଷ ଜମିକୁ ଯାଇ ଫେରୁଥିବାବେଳେ ଗୋଡ ଖସିଯିବାରୁ ବୈତରଣୀର ବନ୍ୟାଜଳ ଭାଷି ଯାଇଥିଲା ।
ଆନନ୍ଦପୁରରୁ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ପହଞ୍ଚି ଘଣ୍ଟାଏ କାଳ ଖୋଜାଖାଜି କରିବାପରେ ସନାତନଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ପରେ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିବାବେଳେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ସନାତନଙ୍କ ମୃତୁ୍ୟରେ ଗାଁରେ ଶୋକର ଛାୟା ଖେଳିଯାଇଛି ।