ମେଷ – ସମସ୍ୟା ଆସିଲେ ମଧ୍ୟ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ ସାଧନ କରିବାରେ ସମର୍ଥ ହେବେ । କର୍ମକ୍ଷେତ୍ରରେ ସମ୍ମାନ ଓ ପ୍ରତିଷ୍ଠା ପାଇବେ । କଳହ ଠାରୁ ନିଜକୁ ଦୂରେଇ ଉଖିବାକୁ ପଡିବ । ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । କର୍ମ କ୍ଷେତ୍ରରେ ସଫଳତା ମିଳିବ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୨ ।
ଚାଷୀ- କୌଣସି ସମସ୍ୟା ଥିଲେ, କୃଷି ବିଭାଗର ପରାମର୍ଶ ନିଅନ୍ତୁ ।
ବୃଷ – କର୍ମକ୍ଷେତ୍ରରେ ଉଚ୍ଚବର୍ଗର ବ୍ୟକ୍ତି ବିଶେଷଙ୍କ ଦ୍ୱାରା ସହ-ଯୋଗ ପାଇବେ । ଅତି ନିକଟତର ବନ୍ଧୁଙ୍କ ସହ ଆପଣଙ୍କର ସମ୍ପର୍କକୁ ଅନ୍ୟ ମାନେ ଖରାପ ଦୃଷ୍ଟି ରେ ଦେଖିପାରନ୍ତି । ଅପରାହ୍ନରୁ ଧନ ଲାଭର ସୂଚନା ମିଳୁଛି । ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହୋଇପାରେ । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪ ।
ଗୃହିଣୀ- ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ ।
ମିଥୁନ – ସଭାସମିତିରେ ଆଲୋଚନା ସରଗରମ ହେବାର ସମ୍ଭାବନା ରହିଛି । କଥା କହିବାରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହେବାକୁ ପଡିବ । କାର୍ଯ୍ୟ ପ୍ରାପ୍ତି ପାଇ ପ୍ରତୀରକ୍ଷାରତ ହୋଇପାରନ୍ତି । ପାରିବାରିକ ସୁଖ ପାଇବେ । କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ । ବିଭିନ୍ନ ଦିଗରୁ ଧନାଗନ ହେବାର ସୂଚନା ମିଳୁଛି ।ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୬ ।
କର୍କଟ-ପାରିବାରିକ ଜୀବନରେ ସ୍ନେହ, ଶ୍ରଦ୍ଧା ଓ ଆଦରର ଅଭାବ ଅନୁଭବ କରିବେ । ଆଲୋଚନା କ୍ଷେତ୍ରରେ ଛୋଟ ଛୋଟ କଥାରେ ଚିହ୍ନା ପଡିଲେ ଅପଦସ୍ଥ ହେବେ ।ଲାଗି ରହିଥିବା ବିବାଦର ସୁ-ସମାଧାନ ହେବ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୯ ।
ସିଂହ – କର୍ମ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହେବାର ସମ୍ଭାବନା ରହିଛି ।ପାରିବାରିକ ଅଶାନ୍ତିର କାରଣ ହୋଇପାରେ । ଆପଣଙ୍କ ପାଇଁ ଏକ ନୂତନ କର୍ମପନ୍ଥା ଖୋଲିବ । ଆୟ ଆଶାନୁରୂପ ହେବ । ଭୋଜନ ସୁଖ ଅନୁଭବ କରିପାରନ୍ତି । ସର୍ବ ସୁଖ ଆଶା କରାଯାଏ । ବ୍ୟବସାୟ ଲାଭଜନକ ହେବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୧ ।
ଚାଷୀ- କୌଣସି ସମସ୍ୟା ଥିଲେ, କୃଷି ବିଭାଗର ପରାମର୍ଶ ନିଅନ୍ତୁ ।
କନ୍ୟା – ଘର ଲୋକଙ୍କୁ ଉପେକ୍ଷା କରି ପରକଥା ରେ ପଡି ଭୁଲ ମାର୍ଗର ଅନୁସରଣ କରି ଅନୁତାପ କରିବାକୁ ପଡିପାରେ ।ସହକର୍ମୀ ସୁଯୋଗ ଉଣ୍ଡି ଅସୁବିଧାରେ ସମ୍ମୁଖୀନ କରାଇ ପାରନ୍ତି । ଆପଣଙ୍କ ବିରୋଧରେ ଚାଲିଥିବା ଷଡଯନ୍ତ୍ରରୁ ଉଧୁରି ଯାଇପାରନ୍ତି । ଧନକ୍ଷୟ ହେବାର ସୂଚନା ମିଳୁଛି । ଖର୍ଚ୍ଚ ପରିମାଣ ବୃଦ୍ଧି ପାଇପାରେ । ମଧୁର ବଚନ କହି ଜନମନ ତୋଷ କରିପାରନ୍ତି ।ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୫ ।
ତୁଳା – ଅର୍ଥାଭାବରୁ କୌଣସି କାମ କରିବାରେ ପଛେଇ ଯାଇ ପାରନ୍ତି । କର୍ମ କ୍ଷେତ୍ରରେ ଫାଇଲ୍ କମ ବୃଦ୍ଧି ପାଇବା କାରଣରୁ ଘର ପାଇଁ ସମୟ ପାଇବେ ନାହିଁ । ପରିଶ୍ରମର ମୂଲ୍ୟ ମିଳିବ । କୁଶଳ ସମାଚାର ପାଇ ଖୁସି ହୋଇପାରନ୍ତି । ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ ।ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୯ ।
ଚାଷୀ- ଜମିର ଉର୍ବରତା ପାଇଁ ଜୈବିକ ସାରର ବ୍ୟବହାର କରନ୍ତୁ ।
ବିଛା – କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହନ୍ତୁ, ନତୁବା ହଇରାଣ ହେବେ । ବନ୍ଧୁବର୍ଗଙ୍କ ସହାନୁଭୂତି ଲାଭ କରି କାମ ହାସଲ କରିବାର ସୁଯୋଗ ଲାଭ କରିବେ । ଦାନ- ଧର୍ମରେ ଦୀକ୍ଷିତ ହୋଇପାରନ୍ତି । ଆର୍ଥିକ ସ୍ଥିତିର ଉନ୍ନତି ଘଟିବ । ପାରିବାରିକ ସୁଖ ଶାନ୍ତି ଅବ୍ୟାହତ ରହିବ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୬ ।
ଧନୁ – ପାରିବାରିକ ଅଶାନ୍ତି ହେତୁମ ମାନସିକ ଅବସାଦ ଯୋହୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ । ଦୂରଯାତ୍ରା, ସତ୍ ସଙ୍ଗ, ପରିଭ୍ରମଣର ସୁଯୋଗ ପାଇପାରିବେ । ଶାରିରୀକ ପୀଡା ଅନୁଭବ କରିବାର ସୂଚନା ମିଳୁଛି । ଘାତଚନ୍ଦ୍ର ଭୋଗ ହେତୁ ପ୍ରତ୍ୟେକ କ୍ଷେତ୍ରରେ ଓ କାର୍ଯ୍ୟରେ ସତର୍କତା ଆବଲମ୍ବନ କରିବେ ।ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୨ ।
ମକର – ମାଲି ମୋକଦ୍ଦମାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟା ସମାଧାନ ହୋଇଯିବ । ଭୁଲ୍ ବୁଝା ମଣା କାରଣରୁ ସାଧାରଣ କଥାରେ ବନ୍ଧୁ ବିରକ୍ତ ପ୍ରକାଶ କରିପାରନ୍ତି । ବନ୍ଧୁ ସୁଖ ପାଇ ଉତ୍ଫୁଲ୍ଲିତ ହୋଇପାରନ୍ତି । ସୁଖାଦ୍ୟ ପାଇ ଆତ୍ମ ତୃପ୍ତି ଲାଭ କରିପାରନ୍ତି । ଉନ୍ନତିି ପଥରେ ଆଗକୁ ବଢିବେ ।ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୩ ।
କୁମ୍ଭ – ପରିବାର ଓ କର୍ମକ୍ଷେତ୍ରରେ ବିଭିନ୍ନ ସମସ୍ୟା ଚିନ୍ତା କରି ମନ ଭାରାକ୍ରାନ୍ତ ରହିବ ।କର୍ମକ୍ଷେତ୍ରରେ ଦୃଢ ମନୋବଳ ଯୋଗୁ ବହୁ ବିପଦରୁ ରକ୍ଷା ପାଇବେ । ବ୍ୟୟ ବୃଦ୍ଧି ଘଟିପାରେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଲାଗି ରହିଥିବା ଚିନ୍ତା ଦୂରୀଭୂତ ହେବ । ମନ ପ୍ରଫୁଲ୍ଲ ରହିବ ।ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ ।
ମୀନ – ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ, ଅନ୍ୟଥା କଳହର ସମ୍ଭାବନା ରହିଛି ।କର୍ମକ୍ଷେତ୍ରରେ ଦୃଢ ମନୋବଳ ଯୋଗୁ ବହୁ ବିପଦରୁ ରକ୍ଷା ପାଇବେ । ପରିବହନରେ ମାନମନାନ୍ତର ଦେଖା ଦେଇପାରେ । ଗୋଳମାଳିଆ ପରିସ୍ଥିତିରେ ନିରବ ଭାବ ପ୍ରଦର୍ଶନ କରିପାରନ୍ତି । ପଦୋନ୍ନତି ସମୟ ଉପସ୍ଥିତ ।ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୪ ।