ମେଷ: ଆପଣ ନିଜ କାମରେ ସଫଳତା ଓ ଲାଭ ପାଇବେ। ଅନ୍ୟମାନଙ୍କ କାମରେ ନିଜର ମତ ଦେବାରୁ ନିବୃତ୍ତ ରୁହନ୍ତୁ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।
ବୃଷ: ପୁରୁଣା କଥା ନେଇ ଚିନ୍ତିତ ରହିବେ। ପାରିବାରିକ କାମରେ କନିଷ୍ଠ ସଦସ୍ୟଙ୍କ ସାହାଯ୍ୟ ପାଇବେ। ମହିଳାଙ୍କ ଲାଗି ଭଲ ଦିନଟିଏ।
ମିଥୁନ: ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ସଙ୍ଗୀତରେ ରୁଚି ରଖିଥିବା ଲୋକଙ୍କୁ ଭଲ ଗୁରୁ ମିଳିବେ। ପ୍ରତିଯୋଗୀ ଛାତ୍ରଙ୍କ ଲାଗି ଦିନଟି ଭଲ।
କର୍କଟ: ଜନକଲ୍ୟାଣ କାର୍ଯ୍ୟରେ ସମୟ ଦେବେ। ଆପଣଙ୍କ ପିଲା ବ୍ୟବସାୟ କାମରେ ସହଯୋଗ କରିବେ। ଛାତ୍ରଛାତ୍ରୀ ପରୀକ୍ଷାରେ ବହୁତ ଭଲ କରିବେ।
ସିଂହ: ଆପଣଙ୍କ ବ୍ୟବହାର ସମସ୍ତଙ୍କ ପ୍ରତି ଭଲ ରହିବ। ବହୁ ଦିନର ସ୍ବପ୍ନ ସାକାର ହେବ। ପ୍ରସାଧନ ଦୋକାନୀଙ୍କୁ ଯଥେଷ୍ଟ ଲାଭ ମିଳିବ। ପ୍ରେମ ସମ୍ବନ୍ଧ ଗଭୀର ହେବ।
କନ୍ୟା: ଲୁଗା ବ୍ୟବସାୟୀ ସତର୍କ ରୁହନ୍ତୁ। ସ୍ବଭାବରେ ଟିକେ ଚିଡ଼ିଚିଡ଼ାପଣ ରହିବ। ଯନ୍ତ୍ରୀଙ୍କ ଲାଗି ଦିନଟି ଲାଭପ୍ରଦ। ପିଲାଙ୍କ କ୍ୟାରିୟର ପାଇଁ ମହତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି।
ତୁଳା: ନୂଆ କାମରେ ରୁଚି ବଢ଼ିବ। ସରକାରୀ ଅଫିସରେ କାମ କରୁଥିବା ଲୋକଙ୍କୁ ପଦୋନ୍ନତି ମିଳିପାରେ। ଛାତ୍ରଙ୍କୁ କୌଣସି ଭଲ ଖବର ମିଳିବ।
ବିଛା: ପ୍ରୋତ୍ସାହିତ କରୁଥିବା ଲୋକଙ୍କ ସହ ସମୟ ଅତିବାହିତ କରନ୍ତୁ। ଅଫିସରେ ଅଧିକ ସମୟ କାମ କଲେଯାଇ ବଳକା କାମ ପୂରା ହେବ। ଦାମ୍ପତ୍ୟ ସମ୍ବନ୍ଧରେ ମିଷ୍ଟତା ଭରି ରହିବ।
ଧନୁ: ଆପଣଙ୍କ ପଥରେ ଲାଗି ରହିଥିବା ବାଧା ଦୂର ହେବ। ସନ୍ଧ୍ୟା ସୁଦ୍ଧା କୌଣସି ଭଲ ଖବର ପାଇବେ। ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ।
ମକର: ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ। ଅନ୍ୟମାନଙ୍କର ସମସ୍ୟା ବୁଝିବାକୁ ଚେଷ୍ଟା କରନ୍ତୁ। ପାରିବାରିକ ଜୀବନ ସୁଖମୟ ହେବ।
କୁମ୍ଭ: ଅଧିକ ସମୟ ପୂଜାପାଠରେ ବିତିବ। ପଡ଼ୋଶୀ ସବୁ ପାସୋରି ବନ୍ଧୁତାର ହାତ ବଢ଼ାଇବେ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଆନନ୍ଦମୟ ରହିବ।
ମୀନ: ଆହ୍ବାନକୁ ଦୃଢ଼ଭାବେ ମୁକାବିଲା କରନ୍ତୁ। ଚାକିରିରେ କିଛି ପରିବର୍ତ୍ତନ ହୋଇପାରେ। ବେପାରରେ ଲାଭ ହେବ। ସପରିବାର ଧର୍ମସ୍ଥାନକୁ ଯିବା ପାଇଁ ଯୋଜନା କରିପାରନ୍ତି।