ବଜରଙ୍ଗବାଲିଙ୍କର ପୂଜା ମଙ୍ଗଳବାର ଦିନ କରାଯାଇଥାଏ l ଆପଣ ମାନେ ଜାଣିଥିବେ ଯେ ବଜରଙ୍ଗବାଲୀଙ୍କର ଅନେକ ନାମ ରହିଛି ,କିନ୍ତୁ ସେଠି ମଧ୍ୟରୁ ୧୨ ଟି ନାମକୁ ସ୍ମରଣ କଲେ ଆୟୁଷ ବଢିବା ସହିତ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ l ଏହି ୧୨ ଟି ନାମର ପ୍ରାଧାନ୍ୟ ଅଟେ ବେଶୀ ଯେ ଯାହାକୁ ଆମେ ଜପ କରିବା ଦ୍ୱାରା ଦଶଦିଗରୁ ସୁରକ୍ଷିତ ରହିଥାଉ l ମଙ୍ଗଳବାର ଦିନ ଏହି ୧୨ ଟି ନାମକୁ ନିରନ୍ତର ଜପ କରନ୍ତୁ ଯାହା ଦ୍ୱାରା ଆପଣଙ୍କ ପରିବାରରେ ସୁଖ ଓ ସମୃଦ୍ଧି ଲାଗି ରହିବ l
ହନୁମାନଙ୍କର ୧୨ ଟି ନାମ –
ଓଁ ହନୁମାନ ,ଓଁ ଅଂଜନୀ ସୁତ ,ଓଁ ବାୟୁ ପୁତ୍ର ,ଓଁ ମହାବଳ ,ଓଁ ରାମେଷ୍ଠ ,ଓଁ ଫାଲ୍ଗୁନ ସଖା ,ଓଁ ପିଙ୍ଗlକ୍ଷ ,ଓଁ ଅମିତ ବିକ୍ରମ ,ଓଁ ଉଦଧିକ୍ରମଣ ,ଓଁ ସୀତା ଶୋକ ବିନାସନ ,ଓଁ ଲକ୍ଷ୍ମଣ ପ୍ରାଣଦାତା ,ଓଁ ଦଶଗ୍ରୀବ ଦର୍ପହ l
୧୨ ଟି ନାମର ଅଲୌକିକ ମହିମା –
* ପ୍ରାତଃ କାଳରେ ଶୋଇକି ଉଠିଲା ପରେ ହନୁମାନଙ୍କର ଏହି ୧୨ ଟି ନାମକୁ ଜପ କରିଥିବା ବ୍ୟକ୍ତି ସମସ୍ତ ଦୁଃଖ କଷ୍ଟରୁ ଦୁରେଇ ରହିଥାଏ ଓ ଦୀର୍ଘାୟୁ ହୋଇଥାଏ l କିନ୍ତୁ ଏହି ନାମକୁ ଅତି କମରେ ୧୧ ଥର ଜପ କରିବା ଆବଶ୍ୟକ l ନିଷ୍ଠା ଭାବରେ ଏହି ନାମକୁ ଜପ କରିବା ଦ୍ୱାରା ଇଷ୍ଟ ପ୍ରାପ୍ତି ହୋଇଥାଏ l
* ଦ୍ୱିପ୍ରହର ସମୟରେ ଏହି ୧୨ ଟି ନାମକୁ ଜପ କରୁଥିବା ବ୍ୟକ୍ତି ଧନଵାନ ହୋଇଥାଏ l ତାର ସମସ୍ତ କାର୍ଯ୍ୟ ସୁରୁଖୁରୁରେ ହେବl ସହିତ ବ୍ୟବସାୟରେ ଭଲ ଫଳ ମିଳିଥାଏ ଓ ପାରିବାରିକ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ l
* ରାତ୍ରିରେ ଶୋଇବା ସମୟରେ ହନୁମାନଙ୍କ ନାମ ନେଉଥିବା ବ୍ୟକ୍ତି ଶତ୍ରୁ ପାଖରୁ ଜୟଲାଭ କରେ l କିନ୍ତୁ ନିଷ୍ଠାପର ଭାବରେ ଶୋଇବା ପୂର୍ବରୁ ହନୁମାନଙ୍କୁ ସ୍ମରଣ କରି ଏହି ୧୨ ଟି ନାମକୁ ଜପ କରିବା ଆବଶ୍ୟକ l