Odisha news

ଋଣ ମୁକ୍ତି ଓ ଧାନ ଅର୍ଜନ ପାଇଁ ମଙ୍ଗଳବାର ଦିନ ହନୁମାନଙ୍କ ନିକଟରେ କରନ୍ତୁ ଏହି ଉପାୟ

0

ହିନ୍ଦୁ ଧର୍ମରେ ମଙ୍ଗଳବାର ଦିନଟି ହନୁମାନଙ୍କୁ ସମର୍ପିତ ହୋଇଛି l ମାନ୍ୟତା ରହିଛି ଯେ ହନୁମାନଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ସଙ୍କଟ ରୁ ମୁକ୍ତି ମିଳିଥାଏ l ଏହିଦିନ ଭକ୍ତ ହନୁମାନ ଙ୍କ ସହିତ ପ୍ରଭୁ ରାମଚନ୍ଦ୍ର ଙ୍କୁ ଦର୍ଶନ କରିବା ଖୁବ ଶୁଭ ଅଟେ l ମାନ୍ୟତା ଅନୁସାରେ ହନୁମାନଙ୍କୁ ଦର୍ଶନ କରିବା ଦ୍ୱାରା ଶନିଦେବ ମଧ୍ୟ ପ୍ରସନ୍ନ ହୋଇ ଥାଆନ୍ତି l ଯଦି ଆମେ ମଙ୍ଗଳବାର ଦିନ ଏହିସବୁ ଉପାୟକୁ କରିବା ଜୀବନରେ ସୁଖ ସମୃଦ୍ଧି ଲାଭ କରିବା l

* ମଙ୍ଗଳବାର ହନୁମାନଙ୍କ ନିକଟରେ ରାଶି ତେଲର ଦୀପ ପ୍ରଦାନ କରିବା ଖୁବ ଶୁଭ ଅଟେ l ଏହି ଦୀପ କୁ ମଧ୍ୟ ଘରର ମୁଖ୍ୟ ଦ୍ୱାରରେ ଜଳାଇ ପାରିବେ l ଏପରି କରିବା ଦ୍ୱାରା ଘରର ସମସ୍ତ ବିଘ୍ନ ଦୂର ହୋଇଥାଏ ଓ ଋଣଭାର ରୁ ମୁକ୍ତି ମିଳିଥାଏ l

* ପ୍ରତି ମଙ୍ଗଳବାର ଦିନ ମହାବୀର ଙ୍କ ନିକଟରେ ୧୦୮ ଥର ‘ଓଂ ହନୁମତୟେ ନମଃ’ ଜପ କରନ୍ତୁ l ଏହାଦ୍ୱାରା ମହାବୀର ଙ୍କ ବିଶେଷ କୃପା ଲାଭ କରିବେ ଓ ସମସ୍ତ କାର୍ଯ୍ୟ ସହଜରେ ହୋଇଯିବ l

* ପ୍ରତି ମଙ୍ଗଳବାର ଦିନ ଋଣ ମୋଚନ ଅଙ୍ଗକାର ସ୍ତୋତ୍ର ପାଠ କରିବା ଦ୍ୱାର ଋଣଭାର ରୁ ମୁକ୍ତି ମିଳିଥାଏ l ମାନ୍ୟତା ରହିଛି ଯେ ପ୍ରତି ମଙ୍ଗଳବାର ଦିନ ଯଦି ସୁନ୍ଦରା କାଣ୍ଡ ପାଠ କରିବେ ସମସ୍ତ ସଙ୍କଟରୁ ମୁକ୍ତି ମିଳିଥାଏ l

* ପ୍ରତି ମଙ୍ଗଳବାର ରେ ଗାଈକୁ ରୁଟି ଖୁଆଇବା ଖୁବ ଶୁଭ ଅଟେ , ଏହାଦ୍ୱାରା  କୃପା ଲାଭ ହୋଇଥାଏ l ମଙ୍ଗଳବାର ଦିନ ଗୋଟିଏ ନଡ଼ିଆକୁ ନେଇ ୭ଥର ନିଜ  ଉପରେ ବୁଲାଇ ହନୁମାନଙ୍କ ନିକଟରେ ଅର୍ପଣ କରିବା ଦ୍ୱାରା ଧନ ବୃଦ୍ଧି ହୋଇଥାଏ l

* ପ୍ରତି ମଙ୍ଗଳବାର ଦିନ ଓସ୍ତ ବୃକ୍ଷକୁ ପୂଜା କରିବା ଖୁବ ଶୁଭ ଅଟେ l ଏହାଦ୍ୱାରା ଜୀବନରୁ ନକାରାତ୍ମକ ଭାବନା  ଓ ଜୀବନରେ ଦୁଃଖ ଦୁର୍ଦଶା ଦୂର ହୋଇଥାଏ l

Nalco
Leave A Reply