ଆଜି ମଙ୍ଗଳବାର ହେଉଛି ପବାନପୁତ୍ର ହନୁମାନଙ୍କ ଦିନ l ଆଜିର ଦିନରେ ଚମତ୍କାରୀ ବଜରଙ୍ଗବାଣ ପାଠ କରିବାର ରହିଛି ଅଦ୍ଭୁତ ଲାଭ l ଆଜିର ଦିନରେ ସୂର୍ଯ୍ୟଦେବ ଙ୍କୁ ଜଳ ଅର୍ପଣ କରି ହନୁମାନ ଙ୍କ ପୂଜା କରନ୍ତୁ l ହନୁମାନଙ୍କ ପୂଜା ପାଇଁ ନାଲି ପୁଷ୍ପ, ଚନ୍ଦନ, ଅକ୍ଷତ, ଧୂପ, ଦୀପ, ନୈବେଦ୍ୟ ଅର୍ପଣ କରି ହନୁମାନଙ୍କ ନିକଟରେ ବଜରଙ୍ଗବାଣ ପାଠ କରନ୍ତୁ l
ବଜରଙ୍ଗବାଣ ପାଠ କରିବାର ଲାଭ –
– ଯଦି ଆପଣ ମଙ୍ଗଳବାର ଦିନ ସକାଳେ ଓ ସନ୍ଧ୍ୟାରେ ବଜରଙ୍ଗବାଣ ପାଠ କରିବେ ତେବେ ସମସ୍ତ କାର୍ଯ୍ୟରେ ସଫଳତା ଲାଭ କରିବେ l ବଜରଙ୍ଗବାଣ ପାଠ କରିବା ସମୟରେ ହାତରେ ଅକ୍ଷତ ଧରି ପାଠ କରନ୍ତୁ l
– ମଙ୍ଗଳବାର ଦିନ ବଜରଙ୍ଗବାଣ ପାଠ କରିବା ଦ୍ୱାରା ଜୀବନ ରୁ ଭୟ ଓ କଷ୍ଟ ଦୁରେଇ ଯାଇଥାଏ l ଶାସ୍ତ୍ରର ମାନ୍ୟତା ଅନୁସାରେ ଯଦି ମଙ୍ଗଳବାର ଦିନ ବଜରଙ୍ଗବାଣ ପଢୁଛନ୍ତି ତେବେ ରୋଗ ଶଯ୍ୟା ରୁ ମୁକ୍ତି ମିଳିଥାଏ l
– ପ୍ରତିଦିନ ବଜରଙ୍ଗବାଣ ପାଠ କରିବା ଦ୍ୱାରା ସାହସ ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇଥାଏ ଏବଂ ଜୀବନର ସମସ୍ତ କଷ୍ଟ ଯନ୍ତ୍ରଣା ଦୁରେଇ ଯାଇଥାଏ l ତା ସହିତ ବ୍ୟବସାୟ ରେ ସଫଳତା ହୋଇଥାଏ l
– ମଙ୍ଗଳବାର ଦିନ ବଜରଙ୍ଗବାଣ ପାଠ କରିବା ଦ୍ୱାରା ଶତ୍ରୁ ପରାସ୍ତ ହୋଇ ଥାଆନ୍ତି ଓ ଅଟକି ଥିବା କାମ ମଧ୍ୟ ସୁରୁଖୁରୁରେ ହୋଇ ଯାଇଥାଏ l
– ଯେତେବେଳେ କୌଣସି ଶୁଭ କାର୍ଯ୍ୟରେ ଘରୁ ବାହାରି ଯାଉଛନ୍ତି ତେବେ ବଜରଙ୍ଗବାଣ ପାଠ କରି ହନୁମାନଙ୍କ ନିକଟରେ ମୁଣ୍ଡିଆ ମାରି ଯାଆନ୍ତୁ ଦେଖିବେ ଆପଣ ଉକ୍ତ କାର୍ଯ୍ୟରେ ସଫଳତା ଲାଭ କରିବେ l
– ପରିବାରରେ କ୍ଳେଶ ଓ କଳହ ଠାରୁ ଦୁରେଇ ରହିବା ପାଇଁ ନିୟମିତ ୨ଥର ବଜରଙ୍ଗବାଣ ପାଠ କରନ୍ତୁ l ପାଠ କରିସାରି ହନୁମାନଙ୍କୁ ଆଳତୀ କରନ୍ତୁ l
– ସନ୍ତାନ ମାନଙ୍କର ଉନ୍ନତି ଓ ପରିବାରର କୁଶଳ ମଙ୍ଗଳ ପାଇଁ ବଜରଙ୍ଗବାଣ ପାଠ କରିବା ସମୟରେ ନାଲି ମନ୍ଦାର ମହାବୀର ଙ୍କୁ ଅର୍ପଣ କରନ୍ତୁ l