Odisha news

ହନୁମାନ ଜୟନ୍ତୀ ରେ କରନ୍ତୁ ଏହି ଉପାୟ : ଚମକି ଉଠିବ ଭାଗ୍ୟ , ବ୍ୟବସାୟ ଓ ଚାକିରୀ କ୍ଷେତ୍ରରେ ହେବ ଉନ୍ନତି

0

ଚୈତ୍ର ମାସ ଶୁକ୍ଳ ପକ୍ଷର ପୁର୍ଣିମା ତିଥିରେ ହନୁମାନ ଜୟନ୍ତୀ ଅନୁଷ୍ଠିତ ହୋଇଥାଏ, ଏହିଦିନ ହନୁମାନ ଙ୍କ ଜନ୍ମ ହୋଇଥିଲା l ଏହିଦିନ ଦେଶର ସମସ୍ତ ସ୍ଥାନରେ ହନୁମାନଙ୍କ ଜନ୍ମୋତ୍ସବ ଅନୁଷ୍ଠିତ ହୋଇଥାଏ l ଶ୍ରୀ ବିଷ୍ନୁ ଙ୍କ ରାମ ଅବତାର ର ସମୟ ଓ ସହଯୋଗ  ପାଇଁ ରୁଦ୍ରାବତାର ରୂପରେ ହନୁମାନଙ୍କ ଜନ୍ମ ହୋଇଥିଲା l ମାନ୍ୟତା ଅନୁସାରେ ମହାଦେବ ଙ୍କ ଏକାଦଶ ତମ ରୁଦ୍ର ଅବତାର ହେଉଛନ୍ତି ହନୁମାନ l ଚଳିତ ବର୍ଷ ହନୁମାନ ଜୟନ୍ତୀ ଅପ୍ରେଲ ୧୬ ତାରିଖ ଦିନ ଅନୁଷ୍ଠିତ ହେବ , ଏହିଦିନ ଶନିବାର ପଡୁଛି l ତେଣୁକରି ଏହିଦିନ କିଛିଟା ବିଶେଷ ଉପାୟ ଦ୍ୱାରା ଜୀବନର ସମସ୍ତ ଅସୁବିଧା ଦୂର କରିହେବ l

ହନୁମାନଙ୍କ ଜୟନ୍ତୀ ରେ କରନ୍ତୁ ଏହିସବୁ ଉପାୟ -:

* ହନୁମାନ ଜୟନ୍ତୀ ଦିନ ସକାଳୁ ଗାଧୋଇ , ନିଜ ଠାକୁରଙ୍କ ନିକଟରେ ରଖିଥିବା ସିନ୍ଦୁର ର ସାମାନ୍ୟ ମାତ୍ରାରେ ଗୋଟିଏ ଟିପରେ ନେଇ ସେଥିରେ ଘିଅ ମିଶାଇ ହନୁମାନଙ୍କୁ ଲେପ ଲଗାନ୍ତୁ l ଯାହାଦ୍ୱାରା ହନୁମାନ ନିଜ ଭକ୍ତଙ୍କ କଷ୍ଟ ନିବାରଣ କରି ଥାଆନ୍ତି l

* ଏହିଦିନ ଗୋଟିଏ ଧଳା କାଗଜ ରେ ସ୍ୱସ୍ତିକ ଚିହ୍ନ ଅଙ୍କନ କରନ୍ତୁ ଓ ଏହାକୁ ନେଇ ହନୁମାନଙ୍କ ନିକଟରେ ସ୍ପର୍ଶ କରାଇ ଆଲମାରୀ ଭିତରେ ରଖି ଦିଅନ୍ତୁ l ଏହାଦ୍ୱାରା ଅଯଥା ଖର୍ଚ୍ଚ କମିଯିବ ଓ ଧନ ବୃଦ୍ଧି ହେବ l

* ଯଦି ବିବାହରେ ବିଳମ୍ବ ହେଉଛି ତେବେ ଗୋଟିଏ ବିନ୍ଦୁ ସିନ୍ଦୁର ହନୁମାନଙ୍କୁ ଲଗାଇ ତାହାକୁ ନିଜ ମୁଣ୍ଡରେ ଲଗାଇଲେ ବିବାହ କାର୍ଯ୍ୟ ଶୀଘ୍ର ହୋଇଯିବ l

* ହନୁମାନ ଜୟନ୍ତୀ ଦିନ ସୋରିଷ ତେଲରେ ସିନ୍ଦୁର ମିଶାଇ ହନୁମାନଙ୍କୁ ଲଗାନ୍ତୁ ଓ ଏହାପରେ ଘରର ମୁଖ୍ୟ ଦ୍ୱାରରେ ସ୍ୱସ୍ତିକ ଚିହ୍ନ ଲଗାନ୍ତୁ l ଏହାଦ୍ୱାରା ନକାରାତ୍ମକ ଶକ୍ତି ଘରୁ ଦୁରେଇ ଯାଇଥାଏ ଓ ମହାବୀର ଙ୍କ ଆଶୀର୍ବାଦ ଲାଭ ହୋଇଥାଏ l

* ସମସ୍ତ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ହନୁମାନଙ୍କୁ ୫ଟି ମଙ୍ଗଳବାର ଓ ଶନିବାର ସିନ୍ଦୁର ଅର୍ପଣ କରନ୍ତୁ l ତା ସହିତ ଗୁଡ଼ ଓ ଚଣା ପ୍ରସାଦ ଭାବରେ ଅର୍ପଣ କରନ୍ତୁ l

* ଚାକିରୀ କ୍ଷେତ୍ରରେ ଉନ୍ନତି, ବ୍ୟବସାୟରେ ସଫଳତା, ଋଣ ଭାର ରୁ ମୁକ୍ତ ରହିବ ପାଇଁ ହନୁମାନ ମନ୍ଦିରରେ ନାଲି ପତାକା ଅର୍ପଣ କରିବା ସହିତ ସିନ୍ଦୁର ଅର୍ପଣ କରନ୍ତୁ l

Leave A Reply