Odisha news

ଆଜି ମଙ୍ଗଳବାର କରନ୍ତୁ ଏହି ଉପାୟ : ଋଣ ରୁ ମୁକ୍ତି ପାଇବା ସହ ମିଳିଥାଏ ବିପଦରୁ ମୁକ୍ତି

ଆମ ହିନ୍ଦୁ ଧର୍ମରେ ସପ୍ତାହର ୭ଟି ଦିନ କୁ ସମସ୍ତ ଦେବଦେବୀ ଙ୍କୁ ଅର୍ପଣ କରାଯାଇଛି । ମାନ୍ୟତା ଅନୁସାରେ ମଙ୍ଗଳବାର ଦିନଟି ମା ମଙ୍ଗଳା ଙ୍କ ସହିତ ହନୁମାନ ଙ୍କୁ ଅର୍ପଣ କରାଯାଇଛି । ସଙ୍କଟ ମୋଚନ ହନୁମାନ ଆମକୁ ସମସ୍ତ ଖରାପ୍ ପରିସ୍ଥିତି ରୁ ରକ୍ଷା କରି ଥାଆନ୍ତି ।

ଯଦି ଆପଣ ନିଜ ଜୀବନରୁ ଋଣ ମୁକ୍ତ ହେବା ସହ ଶତ୍ରୁ ନାସ କରିବେ ତେବେ କରନ୍ତୁ ଏହି ଉପାୟ ।

– ମାନ୍ୟତା ଅନୁସାରେ ମଙ୍ଗଳବାର ଦିନ ରାମ ମନ୍ଦିର ଯିବା ଆବଶ୍ୟକ । ଯଦି ଆପଣ ମଙ୍ଗଳ ବାର ଦିନ ଏକ ସାଙ୍ଗରେ ହନୁମାନ ଓ ଶ୍ରୀରାମ ଙ୍କ ଦର୍ଶନ କରିବେ ତେବେ ଆପଣଙ୍କ ଜୀବନରୁ ସମସ୍ତ ସଙ୍କଟ ଦୁର ହେବ ।

– ହନୁମାନ ଙ୍କୁ ସନ୍ତୁଷ୍ଟ କରିବା ପାଇଁ ମଙ୍ଗଳବାର ଦିନ ସନ୍ଧ୍ୟା ସମୟରେ ରାଶିତେଲ ଦ୍ଵିପ ଜଳାଇବା ଦ୍ଵାରା ଜୀବନରୁ ଶତ୍ରୁ ନାସ ହୋଇଥାଏ । ହନୁମାନ ଚାଳିଶା ପାଠ କରିବା ଦ୍ୱାରା ଜୀବନର ସମସ୍ତ କଷ୍ଟ ଦୂର ହୋଇଥାଏ ।

– ମଙ୍ଗଳବାର ଦିନ ଗାଈ କୁ ରୁଟି ଖାଇବାକୁ ଦେବା ଆବଶ୍ୟକ । ଧନ ହାନି ଜୀବନରେ ଦେଖା ଦେଇ ନଥାଏ ।

– ମଙ୍ଗଳବାର ଦିନ ହନୁମାନଙ୍କୁ ତମ୍ବା ପାତ୍ରରେ ଅର୍ଘ୍ୟ ଦେବା ଉଚିତ୍ । ଏହା ସହିତ ନାଲି ଫୁଲ , ରାଶି ଓ ସିନ୍ଦୂର ଜଳ ସହିତ ଅର୍ପଣ କରନ୍ତୁ । ଦେଖିବେ ଜୀବନରୁ ଆପଣ ଋଣ ମୁକ୍ତ ହେବେ ଓ ଆର୍ଥିକ ଅନାଟନ ଦୁର ହେବ ।

– ଜୀବନରୁ ଶତ୍ରୁ କ୍ଷୟ ହେବା ପାଇଁ ସବୁଦିନ ହନୁମାନ ଙ୍କ ନିକଟରେ ହନୁମାନ ଚାଳିଶା ପାଠ କରନ୍ତୁ ।

Comments are closed.