Odisha news

କରୋନା କଟକଣା ଓ ଅମ୍ପାନ ବାତ୍ୟାରେ ଫସିଗଲା ହସ୍ତଶିଳ୍ପ ପ୍ରଦର୍ଶନୀ

0

କେନ୍ଦ୍ରାପଡା-୨୧/୦୫ କେନ୍ଦ୍ରାପଡା ପୈାରାଂଚଳର ମହିପାଳ ସ୍ଥିତ ଟେଲିକମ ଗ୍ରାଉଣ୍ଡରେ ର୍ଦୀଘ ୨ ମାସ ହେଲା ଫସି ରହିଛି ହସ୍ତତନ୍ତ ପ୍ରଦର୍ଶନୀ । ବିଭିନ୍ନ ରାଜ୍ୟର ହସ୍ତତନ୍ତରେ ନିର୍ମିତ କପଡା, ଲୁଗାପଟା ଓ ପୋଷାକ ପତ୍ର ପଦ୍ରଶନୀ ଓ ବିକ୍ରୟ କେନ୍ଦ୍ର କେନ୍ଦ୍ରାପଡାରେ ଖୋଲା ଯାଇଥିଲା । ଖୋଲା ଯିବାର ଅଳ୍ପଦିନ ପରେ କରୋନା କଟକଣା ଲକଡାଉନ ଘୋଷଣା କରାଯିବା ସହ ସାମାଜିକ ଦୂରତାକୁ ଗୁରୁତ୍ୱ ଦେଇ ଲୋକମାନଙ୍କ ଚଳପ୍ରଚଳ ଉପରେ ପ୍ରତିବନ୍ଧକ ଲଗା ଯାଇଥିଲା ।

ଏହି ପ୍ରତିବନ୍ଧକ କୋହଳ ହେବା ବେଳକୁ ଅମ୍ପାନ ବାତ୍ୟା ଜିଲ୍ଲାକୁ ପ୍ରଭାବିତ କରିଥିବା ବେଳେ ବ୍ୟବସାୟ ବାଣିଜ୍ୟ ଏକ ପ୍ରକାର ଠପ୍ ହୋଇ ଯାଇଛି । ତେବେ ହସ୍ତତନ୍ତ ଉତ୍ପାଦିତ ସାମଗ୍ରୀ ବିକ୍ରୟ କରି ୨ ପଇସା ରୋଜଗାର ପାଇଁ ଅସିଥିବା ଏହି ପ୍ରଦର୍ଶନୀ ଶେଷରେ କରୋନା କଟକଣାରେ ଫସିରହି ହଟହଟା ହବୋ ସାର ହୋଇଛି ।

Leave A Reply