Odisha news

ଦୁଇ ମାସ ପରେ ଘର ସଲ୍‌ମାନ

0

ଲୋକଙ୍କୁ ଭେଟିଲେ ସଲ୍‌ମାନ୍‌ ଲକ୍‌ଡାଉନ୍‌ ବେଳେ ଅଭିନେତା ସଲ୍‌ମାନ୍‌ ଖାନ୍‌ ଘରଠାରୁ ଦୂରରେ ପନେୱଲସ୍ଥିତ ନିଜ ଫାର୍ମହାଉସ୍‌ରେ ଥିଲେ । ସେଠାରେ ସେ ୬୦ ଦିନ ରହି ମଙ୍ଗଳବାର ମୁମ୍ବାଇ ଆସିଥିଲେ । ପିତାମାତା ଓ ଅନ୍ୟ ଆତ୍ମୀୟଙ୍କୁ ଭେଟି କିଛିଘଣ୍ଟା ପରେ ସେ ପୁଣି ପନେୱଲ ଫେରିଗଲେ । ଆତ୍ମୀୟଙ୍କୁ ଭେଟିବା ଛଡ଼ା ଅନ୍ୟ କିଛି କାରଣ ପାଇଁ ସେ ଅଚାନକ ମୁମ୍ବାଇ ଆସିଥିଲେ । କୁହାଯାଉଛି କରୋନା ଭାଇରସ ସଙ୍କଟ ବେଳେ ତାଙ୍କ ପିତା ସଲିମ ଖାନ୍‌ଙ୍କ ସହାୟତା କାର୍ଯ୍ୟକ୍ରମରେ କାଳେ ବ୍ୟାଘାତ ଘଟିଥିବ ତାହା ତଦାରଖ କରିବା ଥିଲା ସଲମାନଙ୍କ ଉଦ୍ଦେଶ୍ୟ । ଘରକୁ ଆସିବା ପାଇଁ ସଲ୍‌ମାନ ପୋଲିସଠାରୁ ଅନୁମତି ଆଣିଥିଲେ । ଘରେ ପହଞ୍ଚି ସେ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ଭୁଲି ନ ଥିଲେ । ପିତାମାତାଙ୍କ ସହ କିଛି ସମୟ ବିତାଇ ମଙ୍ଗଳବାର ରାତିରେ ହିଁ ସେ ଫେରିଗଲେ । ପନେୱଲ ଫାର୍ମହାଉସ୍‌ରେ ସଲ୍‌ମାନ ଏକା ରହୁ ନାହାନ୍ତି, ସେଠାରେ ତାଙ୍କ ଭଉଣୀ ଅର୍ପିତା, ଭିଣୋଇ ଆୟୂଷ ଶର୍ମା, ଭଣଜା ଆହିଲ, ଭାଣିଜି ନିର୍ବାଣ ଏବଂ ସଲ୍‌ମାନଙ୍କ ବାନ୍ଧବୀ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌, ବଲୁତ୍ସା ଡି’ସୁଜା ଓ ଜୁଲିଆ ବନ୍ତୁର ମଧ୍ୟ ଅଛନ୍ତି । ସଲ୍‌ମାନ୍‌ ୨ ଦିନ ପାଇଁ ଫାର୍ମହାଉସ୍‌କୁ ଯାଇଥିଲେ । ତା’ରି ଭିତରେ ଲକ୍‌ଡାଉନ୍‌ ଲାଗୁ ହେବାରୁ ସେଇଠି ରହିଯିବାକୁ ବାଧ୍ୟ ହେଲେ । ଦୀର୍ଘ ଅବସର ମଧ୍ୟରେ ସେ ତାଙ୍କର ଦୁଇଟି ଗୀତ ରିଲିଜ୍‌ କରିଛନ୍ତି ଯାହାର ସୁଟିଂ ସେହି ଫାର୍ମହାଉସ୍‌ରେ କରାଯାଇଛି । ଏ ଭିତରେ ସୋସାଲ ମିଡ଼ିଆର ଖବର ପ୍ରସାରିତ ହୋଇଛି ଯେ ଦବଙ୍ଗ୍‌ ଖାନ୍‌ ଫାର୍ମହାଉସ୍‌ରେ ଥାଇ ନିଜ ନୂଆ ଫିଲ୍ମ ଉପରେ କାମ କରୁଛନ୍ତି ଏବଂ ଲକ୍‌ଡାଉନ୍‌ରେ ହିଁ କାଷ୍ଟିଂ ଆରମ୍ଭ କରିଦେଇଛନ୍ତି

Leave A Reply