Odisha news

କାହିଁକି ଗୁରୁକୁଳ ରେ ଗଛତଳେ ବସି ଶିକ୍ଷା ଗ୍ରହଣ କରାଯାଉ ଥିଲା, କଣ ରହିଛି ଏହା ପଛରେ ବୈଜ୍ଞନିକ କାରଣ

0

ଆମେ ସାଧାରଣ ଭାବରେ ଅନେକ ଗ୍ରନ୍ଥରେ ପଡ଼ିଛୁ ଓ ଶୁଣିଛୁ ମଧ୍ୟ ଭାରତୀୟ ଇତିହାସ ରେ ପୂର୍ବରୁ ବିଦ୍ୟାଳୟ ନଥିଲା, ଗୁରୁକୁଳ ଥିଲା l ସେତେବେଳ ସମୟରେ ଶିଷ୍ୟମାନେ ବା ଶିକ୍ଷାର୍ଥୀ ମାନେ ଗଛ ତଳେ ବସି ଶିକ୍ଷା ଗ୍ରହଣ କରୁଥିଲେ ଓ ଗୁରୁମାନେ ମଧ୍ୟ ଗଛତଳେ ବସି ଶିକ୍ଷା ଦାନ କରୁଥିଲେ l ସେହି ସମୟରେ ରାଜା ଓ ମହାରାଜା ଙ୍କ ନିକଟରେ ଅନେକ ଧନ ସମ୍ପତି ଥାଇ ମଧ୍ୟ ବିଦ୍ୟାଳୟ ନିର୍ମାଣ ହେଉ ନଥିଲା l ସିଏ ଗୋଟିଏ ରାଜକୁମାର ହେଲେ  ମଧ୍ୟ ଗୁରୁକୁଳ କୁ ଯିବାକୁ ପଡୁଥିଲା ଶିକ୍ଷା ଗ୍ରହଣ ପାଇଁ l  ଏହାଛଡା ବୃକ୍ଷ ଛାଇ ତଳେ ବସି ଶିକ୍ଷା ଗ୍ରହଣ କରିବାକୁ ପଡୁଥିଲା l ଏହାକୁ ନେଇ ମଧ୍ୟ ହିନ୍ଦୁ ଧର୍ମରେ କିଛିଟା ରୋଚକ ତଥ୍ୟ ରହିଛି , ଯାହାକୁ ହୁଏତ ଆମେ କେହି ଜାଣି ନଥିବା l

– ଶାସ୍ତ୍ର ଅନୁସାରେ କୁହାଯାଇଛି ଯେ ଗଛ ତଳେ ବସି ଶିକ୍ଷା ଗ୍ରହଣ କରିବା ଦ୍ୱାରା ଶରୀରକୁ ପର୍ଯ୍ୟାପ୍ତ ମାତ୍ରାରେ ଅକ୍ସିଜେନ ମିଳିଥାଏ l ଯାହା ଆମ ଧ୍ୟାନ କେନ୍ଦ୍ରିତ କରିବାରେ ସାହାଯ୍ୟ କରିଥାଏ l ସେହି ସମୟରେ ପିଲାମାନେ ଯାହାବି ଶୁଣୁଥିଲେ ତାହା ସେମାନଙ୍କର ସମ୍ପୂର୍ଣ ମନେ ରହି ଯାଉଥିଲା l

– ସେହି ସମୟରେ ତଳେ ବସି ଶିକ୍ଷା ଗ୍ରହଣ କରିବା ଦ୍ୱାରା ଏକାଗ୍ରତା ବୃଦ୍ଧି ପାଉଥିଲା l ଶିକ୍ଷାର୍ଥୀ ମାନଙ୍କର ଏକାଗ୍ରତା ବୃଦ୍ଧି ପାଉଥିଲା l ଶିକ୍ଷାର୍ଥୀ ମାନଙ୍କ ମନରେ ଗୁରୁଙ୍କ ପ୍ରତି ସମ୍ମାନ ଓ ଭକ୍ତି ବୃଦ୍ଧି ପାଉଥିଲା l

– ଭୂମି ଉପରେ ବସି ବୃକ୍ଷ ଛାଇରେ ଶିକ୍ଷା ଗ୍ରହଣ କରିବା ଦ୍ୱାରା ସ୍ୱାସ୍ଥ୍ୟ ମଧ୍ୟ ଠିକ ରହିଥାଏ l  ମେରୁଦଣ୍ଡ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଠିକ ରହିଥାଏ l ଆଗରୁ ଗୁରୁକୁଳ ରେ ଈଶ୍ୱରଙ୍କୁ ପ୍ରାର୍ଥନା ସହିତ ଯୋଗ ଶିକ୍ଷା ମଧ୍ୟ ଦିଅ ଯାଉଥିଲା l  ଯାହାକି ଶିକ୍ଷାର୍ଥୀ ମାନଙ୍କର ଶରୀର ର ବିକାଶ ସହିତ ମନରେ ସକାରାତ୍ମକ ଉର୍ଜା ଭରୁଥିଲା l

– ଭାରତୀୟ ସଭ୍ୟତା ରେ ଗୁରୁକୁଳ ରେ ଶିକ୍ଷା ଗ୍ରହଣ ଦ୍ୱାରା ବଦମାନଙ୍କ ପ୍ରତି ଆଦର ସମ୍ମାନ ବୃଦ୍ଧି ପାଉଥିଲା l ପୁରୁଣା ଗ୍ରନ୍ଥ ଗୁଡିକରେ ଗୁରୁଜନ ମାନଙ୍କ ପ୍ରତି ଆଦର ସମ୍ମାନ କୁ ବିଶେଷ ଭାବରେ ବର୍ଣନା କରାଯାଇଛି l ତେଣୁ ଆଜିର ଶିକ୍ଷା ପଦ୍ଧତି ଆମକୁ ଯାନ୍ତ୍ରିକ ଦୁନିଆ ସହିତ ଯୋଡିଥିବା ବେଳେ ପୁରାତନ ଶିକ୍ଷା ପଦ୍ଧତି ପ୍ରକୃତି ଓ ଜୀବଜଗତ ସହିତ ଯୋଡ଼ି ଥିବାର ଦର୍ଶାଇଥାଏ l

Leave A Reply