Odisha news

ଆସନ୍ତା ସମୟରେ ଦୁନିଆର ନକ୍ସା ରୁ କଣ ଉଭାନ ହୋଇଯିବ ଏହିସବୁ ସ୍ଥାନ !

0

ବର୍ତମାନ ବିଶ୍ୱରେ ଗ୍ଲୋବାଲ ୱାର୍ମିଙ୍ଗ ର ବିପଦ ଦିନକୁ ଦିନ ବଢ଼ିବାରେ ଲାଗିଛି l ଜଳବାୟୁ ପ୍ରଦୂଷଣ ଏହାର ଗୋଟିଏ ବଡ଼ କାରଣ ଅଟେ l ଯେଉଁ କାରଣରୁ ଜଳବାୟୁ ପରିବର୍ତନ ଖୁବ ଦ୍ରୁତ ଗତିରେ ହେଉଛି l ଗ୍ଲୋବାଲ ୱାର୍ମିଙ୍ଗ କାରଣରୁ ସମୁଦ୍ର ସ୍ତରରେ ଧୀରେ ଧୀରେ ବୃଦ୍ଧି ପାଉଛି l ଗବେଷକ ମାନଙ୍କ ମତରେ ବର୍ତମାନ ଦୁନିଆର କିଛିଟା ସ୍ଥାନ ଲୀନ ହେବାକୁ ଯାଉଛି l ଗବେଷଣା କହୁଛି ଯେ ୨୧୦୦ ମଧ୍ୟରେ ଦୁନିଆର କିଛିଟା ସ୍ଥାନ ପାଣି ମଧ୍ୟରେ ଲୀନ ହୋଇଯିବ l ଆସନ୍ତୁ ଜାଣିବା କେଉଁସବୁ ସ୍ଥାନ ଗୁଡିକ ଏହି ଲିଷ୍ଟ ରେ ରହିଛି l

– ମାଲେ, ମାଳଦୀପ – ବୁଡି ଥିବା ଦେଶ ମାନଙ୍କର ତାଲିକାରେ ସବୁଠୁ ଉପରେ ମାଳଦୀପ ର ମାଲେ ରହିଛି l ସୂଚନା ଯୋଗ୍ୟ ଯେ ୭୭ ପ୍ରତିଶତ ସମୁଦ୍ର ରେ ଲୀନ ହୋଇଯିବ l

– କିରିବlତୀ, ଓସିନିୟl – ଗବେଷକ ଙ୍କ ମତରେ ଏହି ସହରଟିର ପ୍ରାୟ ଦୁଇ ତୃତୀୟାଂଶ ପାଣିରେ ଲୀନ ହୋଇଯିବ l ଏହା ମଧ୍ୟ ଗ୍ଲୋବାଲ ୱାର୍ମିଙ୍ଗ ର ଗୋଟିଏ ବଡ଼ କାରଣ ବୋଲି କୁହାଯାଇଛି l

– ଚୀନ – ଏହି କାରଣରୁ ଚୀନ ମଧ୍ୟ ପ୍ରଭାବିତ ହୋଇଛି l ଚୀନ ର ୪୩ ମିଲିୟନ ଜନସଂଖ୍ୟା ସମୁଦ୍ର ତଟବର୍ତ୍ତୀ ଅଂଚଳ ରେ ବାସ କରନ୍ତି l

– ଢାକା , ବଙ୍ଗଳାଦେଶ – ସମୁଦ୍ର ରେ ବୁଡୁଥିବା ଦେଶ ଙ୍କ ତାଲିକା ରେ ବଙ୍ଗଳାଦେଶ ମଧ୍ୟ ଶାମିଲ ରହିଛି l ଏଠାକାର ୩୨ ମିଲିୟନ ଲୋକେ ବାସ ଶୂନ୍ୟ ହୋଇଯିବେ ବୋଲି ସୂଚନା ଦିଆଯାଇଛି l

– ଭାରତ – ଭାରତ କୁ ମଧ୍ୟ ଏହି କ୍ଷତି ସହିବାକୁ ପଡିବ l କୁହାଯାଉଛି ଯେ ୨୭ ମିଲିୟନ ଲୋକେ ସମୁଦ୍ର ତଟବର୍ତ୍ତୀ ଅଂଚଳ ରେ ବାସ କରନ୍ତି l

– ଜାକର୍ତ୍ତା, ଇଣ୍ଡୋନେସିଆ – ଏହି ଦେଶ ଖୁବ ଶୀଘ୍ର ଜଳ ମଧ୍ୟରେ ବୁଡ଼ିବାକୁ ଯାଉଛି l ୨୦୫୦ ପର୍ଯ୍ୟନ୍ତ ଏହି ଦେଶ ଭାରତ ମାନଚିତ୍ର ରୁ ଗାୟବ ହେବାକୁ ଯାଉଛି l

– ଲାଗୋସ, ନାଇଜେରିଆ – ଏହି ଦେଶ ର ଲାରୋଷ ସହର ମଧ୍ୟ ପୃଥିବୀ ମାନଚିତ୍ର ରୁ ଗାୟବ ହେବାକୁ ଯାଉଛି l ଏଠାକାର ୬ ମିଲିୟନ ଜନସଂଖ୍ୟା ସମୁଦ୍ର ତଟବର୍ତ୍ତୀ ଅଂଚଳ ରେ ବାସ କରନ୍ତି l

– ଏହି ପ୍ରକୋପ ରୁ ନିୟୁୟର୍କ ମଧ୍ୟ ରକ୍ଷା ପାଇବନାହିଁ, ଥାଇଲ୍ୟାଣ୍ଡ ର ବ୍ୟାଙ୍କକ ମଧ୍ୟ ପାଣିରେ ଲୀନ ହୋଇଯିବ l

Leave A Reply