ଆମ ହିନ୍ଦୁ ଧର୍ମରେ ଓ ଭାରତ ବର୍ଷରେ ଗୁରୁଙ୍କୁ ଖୁବ ମାନ୍ୟତା ଦିଆ ଯାଇଥାଏ l କାରଣ ଗୁରୁ ହିଁ ନିଜର ଶିଷ୍ୟକୁ ଭୁଲ ବାଟରୁ ଆଣି ଠିକ ବାଟରେ ନିଯୁକ୍ତି ଦେଇ ଥାଆନ୍ତି l ପୌରାଣିକ ସମୟର ଏହିଭଳି ଅନେକ କଥା ଶୁଣିବାକୁ ମିଳିଥାଏ ,ଯାହାକୁ ନେଇ ଆମେ ଆମ ଜୀବନରେ ଗୁରୁଙ୍କର ମହତ୍ଵକୁ ବୁଝିଥାଉ l ଯେ କୌଣସି ବ୍ୟକ୍ତି ମହାନ ଓ ମହତ ମଣିଷ ହେବାରେ ଗୁରୁଙ୍କର ଖୁବ ଅବଦାନ ରହିଛି l ଗୁରୁ ପୁର୍ଣିମା ପାଳନ ହେବାର ଗୋଟିଏ ବିଶେଷ କାରଣ ମଧ୍ୟ ରହିଛି l
ଏହିଦିନ ମହାନ ଗୁରୁ ବେଦବ୍ୟାସ ଯିଏ କି ବ୍ରହ୍ମାସୁତ୍ର ,ମହାଭାରତ ,ଶ୍ରୀମଦ୍ଭଗବତ ଗୀତା ଓ ୧୮ ପୁରାଣ ରଚନା କରିଥିଲେ ତାଙ୍କର ଜନ୍ମଦିନ ଅଟେ l ଶାସ୍ତ୍ର ଅନୁସାରେ ଆଷାଢ଼ ମାସ ଶୁକ୍ଳ ପକ୍ଷ ପୁର୍ଣିମା ଦିନ ଗୁରୁ ପୁର୍ଣିମା ପର୍ବ ପାଳନ କରାଯାଏ l ଚଳିତ ବର୍ଷ ଜୁଲାଇ ୨୪ ତାରିଖ ଦିନ ଗୁରୁପୂର୍ଣ୍ଣିମା ପଡୁଛି l ଏହିଦିନ ଶିଷ୍ୟମାନେ ନିଜର ଗୁରୁଙ୍କ ର ଆଶୀର୍ବାଦ ନେଇ ଥାଆନ୍ତି l ଆମ ହିନ୍ଦୁ ଧର୍ମରେ ଗୁରୁଙ୍କର ଗୋଟିଏ ବିଶେଷ ସ୍ଥାନ ରାମାୟଣ ଓ ମହାଭାରତ ଯୁଗରୁ ରହି ଆସୁଛି l ମହର୍ଷି ବେଦବ୍ୟାସ ବେଦ ଗୁଡିକୁ ଅଲଗା ଅଲଗା ଭାଗ କରି ଚାରି ବେଦର ନାମ କାରଣ ମଧ୍ୟ କରିଥିଲେ l
* ଏହିଦିନ ପ୍ରାତଃ କାଳରୁ ଉଠି ସ୍ନାନ ସାରି ସର୍ବ ପ୍ରଥମେ ନିଜର ଗୁରୁଜନ ମାନଙ୍କୁ ପ୍ରଣାମ କରି ଆଶୀର୍ବାଦ ନେବା ଆବଶ୍ୟକ l କାରଣ ପିତାମାତା ହିଁ ପ୍ରଥମ ଗୁରୁ ଯାହାଙ୍କର ଯତ୍ନରେ ଗୋଟିଏ ସନ୍ତାନ ଉଚିତ ମାର୍ଗରେ ଯାଇଥାଏ ଓ ଠିକ କାମ କରିଥାଏ l
* ଏହିଦିନ ଗୁରୁଙ୍କୁ ବିଶେଷ ସମ୍ମାନ ସହକାରେ ପୂଜା କରାଯାଏ l ଏହି ଦିନ ଗୁରୁଙ୍କର ଆଶୀର୍ବାଦ ନେଲେ ଗୋଟିଏ ଶିଷ୍ୟର ଜୀବନ ସୁଖମୟ ହୋଇଥାଏ l
* ଭାରତୀୟ ସଂସ୍କୃତି ହିସାବରେ ସଂସାରର ସମ୍ପୂର୍ଣ ବିଦ୍ୟା ଗୁରୁଙ୍କ କୃପାରୁ ଲାଭ ହୋଇଥାଏ l ଆଉ ଗୁରୁଙ୍କ ଆଶୀର୍ବାଦରୁ ମିଳିଥିବା ବିଦ୍ୟା ସିଦ୍ଧ ଅଟେ l ତେଣୁ ଏହିଦିନ ଆଶୀର୍ବାଦ ଲାଭ କରିବା ପାଇଁ ଦୁଖୀ ମାନଙ୍କୁ ଅନ୍ନ ଦାନ କରନ୍ତୁ l
* ଏହିଦିନ ଶ୍ରଦ୍ଧା ପୂର୍ବକ ହଳଦିଆ ବସ୍ତ୍ର ଓ ହଳଦିଆ ମିଠା ପ୍ରସାଦ ଦେଇ ଦାନ କରନ୍ତୁ l ମାନ୍ୟତା ରହିଛି ଯେ ଏପରି ଆର୍ଥିକ ଅନାଟନ ଦୂର ହେବ l
* ଗୁରୁ ପୁର୍ଣିମା ଦିନ ଭଗବାନ ବିଷ୍ଣୁଙ୍କୁ ପୂଜାର୍ଚନା କଲେ କୁଣ୍ଡଳୀ ରୁ ଗୁରୁଃଦୋଷ କଟିଥାଏ l
* ଏହିଦିନ ଘରର ମୁଖ୍ୟ ଦ୍ୱାରରେ ସ୍ୱସ୍ତିକ ଚିହ୍ନ କରିବା ଆବଶ୍ୟକ ଓ ଘରର ମୁଖ୍ୟ ଦ୍ୱାରରେ ଘିଅ ଦ୍ବୀପ ଜଳାନ୍ତୁ l ମାନ୍ୟତା ରହିଛି ଯେ ଏପରି କରିବା ଦ୍ୱାରା ଗୃହ କ୍ଳେଶ ଦୂର ହେବା ସହିତ ଜୀବନରେ ଉନ୍ନତି ହେବ l
* ଏହିଦିନ କୌଣସି ତାମସିକ ବସ୍ତୁ ସେବନ କରିବା ଉଚିତ ନୁହେଁ l ଯଦି ଏପରି କରିବେ ତେବେ ରୋଗ ଗ୍ରସ୍ତ ହେବେ l ଏହି ଦିନ ଘରର ପ୍ରବେଶ ଦ୍ୱାରରେ ଆମ୍ବ ପତ୍ରରେ ସଜେଇବା ଆବଶ୍ୟକ l
Comments are closed.