ଆମର ଦୈନଦିନ ଭୋଜନକୁ ସ୍ୱାଦିଷ୍ଟ କରିବା ପାଇଁ ଆମେ ଲଙ୍କାର ବ୍ୟବହାର କରିଥାଉ l ଖାଦ୍ୟରେ ପାଚିଲା ଲଙ୍କା ଅପେକ୍ଷା କଞ୍ଚା ଲଙ୍କା ବ୍ୟବହାର କରିବା ଉଚିତ l କଞ୍ଚାଲଙ୍କା ସ୍ୱାଦ ସହିତ ବିଭିନ୍ନ ଗୁଣରେ ମଧ୍ୟ ଭରପୁର ଅଟେ l ଆମେ ଆପଣଙ୍କୁ କହିରଖୁଛୁ ଯେ କଞ୍ଚାଲଙ୍କା ବିଭିନ୍ନ ପୋଷାକ ତତ୍ତ୍ୱରେ ଭରପୁର ଅଟେ l ସେଗୁଡିକ ହେଲା –
* ଭିଟାମିନ-ଏ ,ଭିଟାମିନ-ବି ୬ ,ଭିଟାମିନ-ସି
* ଆଇରନ ,କପର ,ପୋଟାସିୟମ ,ପ୍ରୋଟିନ ଓ କାର୍ବୋ ହାଇଡ୍ରେଡ଼ରେ ଭର୍ତି ଅଟେ l
* କେରୋଟିନ,ଲୁଟେନ-ଜ୍ୟାକଷ୍ଟିନ ଇତ୍ୟାଦି ସ୍ୱାସ୍ଥ୍ୟ ବର୍ଧକ ତତ୍ୱ ଭର୍ତି ହୋଇ ରହିଛି l
* ରକ୍ତ ଚାପକୁ ନିୟନ୍ତ୍ରଣ କରେ -ରକ୍ତ ଚାପକୁ ନିୟନ୍ତ୍ରଣ କରିବାରେ କଞ୍ଚାଲଙ୍କା ଅତ୍ୟନ୍ତ ଲାଭକାରୀ ଅଟେ l ମଧୁମେହ ରୋଗୀମାନଙ୍କ ରକ୍ତର ଶର୍କରା ମାତ୍ରାକୁ ନିୟନ୍ତ୍ରଣ କରେ l
* କଞ୍ଚା ଲଙ୍କା ଆଣ୍ଟି ବ୍ୟାକ୍ଟେରିଆ ଯୁକ୍ତ -କଞ୍ଚା ଲଙ୍କାରେ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ଥିବାରୁ ବିଭିନ୍ନ ପ୍ରକାରର ସଂକ୍ରମଣରୁ ଶରୀରକୁ ରକ୍ଷା କରିଥାଏ l ଏଥିସହିତ ତ୍ୱଚା ପାଇଁ ମାଧ୍ୟାନ ଆଣ୍ଟି ଇନଫ୍ଲେମେଟୋରି ଔଷଧ ଭଳି କାମ କରିଥାଏ l
* କଞ୍ଚାଲଙ୍କାରେ ଭରପୁର ମାତ୍ରାରେ ଭିଟାମିନ-ସି ଥାଏ ଯାହା ଆମର ରୋଗ ସହିତ ଲଢ଼ିବାପାଇଁ କ୍ଷମତା ବଢ଼ାଇଥାଏ l କଞ୍ଚାଲଙ୍କା ଖାଇବା ଦ୍ୱାରା ବେଳେ ବେଳେ ଆମର ବନ୍ଦ ନାକ ମଧ୍ୟ ଖୋଲିଯାଏ l
* କ୍ୟାନ୍ସର ସହିତ ଲଢେଇକରି ଆମ ଶରୀରକୁ ସୁରକ୍ଷିତ ରଖିବାରେ କଞ୍ଚାଲଙ୍କା ଲାଭ ଦେଇଥାଏ l ଏଥିରେ ଥିବା ଭରପୁର ମାତ୍ରାର ଆଣ୍ଟି ଆକ୍ସିଡେଣ୍ଟ ଶରୀରର କ୍ୟାନ୍ସର ପ୍ରତିରୋଧକ ଶକ୍ତି ବଢ଼ାଇଥାଏ l କଞ୍ଚାଲଙ୍କା ଖାଇବା ଦ୍ୱାରା ଲଙ୍ଗସ୍ କ୍ୟାନ୍ସର ପାଇଁ ମଧ୍ୟ ହିତକର l ଯେଉଁ ଲୋକମାନେ ଧୂମପାନ କରନ୍ତି କିମ୍ବା ତମ୍ବାକୂ ଇତ୍ୟାଦି ସେବନ କରନ୍ତି ସେମାନଙ୍କୁ ଲଙ୍ଗସ୍ କ୍ୟାନ୍ସର ହେବାର ଅଧିକ ସମ୍ଭାବନା ଥାଏ ତେଣୁ ସେମାନେ ପ୍ରତ୍ୟକଦିନ ନିଜ ଖାଦ୍ୟରେ କଞ୍ଚାଲଙ୍କା ସାମିଲ କରିବା ଆବଶ୍ୟକ l
* କଞ୍ଚାଲଙ୍କା କୁ ମୁଡ଼ ବୁଷ୍ଟର ମଧ୍ୟ କୁହାଯାଏ କାରଣ ଏହା ମସ୍ତିଷ୍କରେ ଏଣ୍ଡୋର୍ଫୀନର ସଂଚାର କରିଥାଏ l ଯାହା ଦ୍ୱାରା ଆମର ମତିଷ୍କ ସର୍ବଦା ଶାନ୍ତ ରୁହେ l
* ଓଜନ କମାଇବାରେ କଞ୍ଚାଲଙ୍କାର ଭୂମିକା ଗୁରୁତ୍ୱ ପୂର୍ଣ୍ଣ l କାରଣ କଞ୍ଚାଲଙ୍କାରେ କୌଣସି କ୍ୟାଲୋରୀ ନଥାଏ ଏହାକୁ ଖାଇବା ଦ୍ୱାରା ଅପାଙ୍କ ଶରୀର ପୋଷାକ ତତ୍ଵକୁ ଗ୍ରହଣ କରେ l
* କଞ୍ଚାଲଙ୍କା ଭିଟାମିନ-ସି ଥୀବାହେତୁ ଅପାଙ୍କ ତ୍ୱଚା ପାଇଁ ମଧ୍ୟ ହିତକର l ଏହା ଆପଣଙ୍କ ତ୍ୱଚାକୁ ସୁସ୍ଥ ରଖିବା ସହିତ ତ୍ୱଚାରେ ଚମକ ଆଣିଥାଏ l
* କଞ୍ଚାଲଙ୍କା ପୁରୁଷ ମାନଙ୍କୁ ପ୍ରୋଷ୍ଟେଟ କ୍ୟାନ୍ସରରୁ ଦୁରେଇ ରଖେ l ବୈଜ୍ଞାନିକ ମାନଙ୍କ ଦ୍ୱାରା କରାଯାଇଥିବା ଏକ ଆଧ୍ୟାନରୁ ଜଣାପଡିଛି ଯେ ଯେଉଁ ପୁରୁଷ ଲୋକ ମାନେ ଅଧିକ କଞ୍ଚାଲଙ୍କା ଖାଇଥାନ୍ତି ସେମାନଙ୍କୁ ପ୍ରୋଷ୍ଟେଟ କ୍ୟାନ୍ସର ହୋଇନଥାଏ l .
* ଏକ ଅନୁଧ୍ୟାନରୁ ଜଣାପଡିଛି ଯେ କଞ୍ଚାଲଙ୍କା ହୃତ୍ ପିଣ୍ଡ ପାଇଁ ଲାଭକାରୀ l କଞ୍ଚାଲଙ୍କା ଖାଉଥିବା ଲୋକଙ୍କର ହୃତ୍ ପିଣ୍ଡ ସମ୍ବଧୀୟ ସମସ୍ତ ଅସୁବିଧା ଦୂର ହୋଇଯାଏ l
* କଞ୍ଚାଲଙ୍କା ପଚନ ତନ୍ତ୍ରକୁ ମଝବୁତ କରିଥାଏ ଓ ପଚନକ୍ରିୟାକୁ ଠିକ ରଖିଥାଏ l କଞ୍ଚାଲଙ୍କାରେ ଫାଇବର ଥିବା ହେତୁ ଖାଦ୍ୟ ଶୀଘ୍ର ହଜମ ହୋଇଯାଇଥାଏ l
* କଞ୍ଚାଲଙ୍କାରେ ରହିଥିବା ଭିଟାମିନ-ସି ଶରୀରରେ ହୋଇଥିବା କୌଣସି କ୍ଷତକୁ ଶୀଘ୍ର ଠିକ କରି ଦେଇଥାଏ l ଭିଟାମିନ-ସି ହାଡ ,ଦାନ୍ତ ଓ ଆଖୀ ପାଇଁ ଲାଭ ଦାୟକ ଅଟେ l
* ଆଥ୍ରାଇଟିସ ରୋଗୀ ମାନଙ୍କ ପାଇଁ କଞ୍ଚାଲଙ୍କା ଅତ୍ୟନ୍ତ ହିତକର l ଶରୀରରେ ହେଉଥିବା ଯନ୍ତ୍ରଣାକୁ କାମ କରିବାରେ ସହାୟକ ହୋଇଥାଏ l