ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ) :ଦୁନିଆରେ ରୋଗ କମ ହେବାର ନାଁ ନେଉନାହିଁ, ଦିନକୁ ଦିନ ନୂଆନୂଆ ରୋଗ ଆସୁଛି ଏଣେ କନ୍ଧମାଳ ଜିଲ୍ଲା ଭଳି ପଛୁଆ ଅନୁନ୍ନତ ଜିଲ୍ଲା ରେ ଶିକ୍ଷା, ଓ ସଚେତନତା ଅଭାବ ରୁ ଲୋକେ ସ୍ୱାସ୍ଥ୍ୟ ପାଇଁ ଅନ୍ଧବିଶ୍ୱାସ କୁ ନିର୍ଭର କରନ୍ତି |ଦୁର୍ଗମ ଅଞ୍ଚଳ ରେ ବସବାସ କରୁଥିବା ଲୋକେ ସହଜେ ଚିକିତ୍ସାଳୟକୁ ଯାଆନ୍ତି ନାହିଁ, ଜଙ୍ଗଲ ଭରା ଏହି ଜିଲ୍ଲାରେ ଜଙ୍ଗଲ ରୁ ବିଭିନ୍ନ ଚେର ମୂଳ, ଡାଳପତ୍ର ର ଔଷଧକୁ ଆଦରି ନେଇଛନ୍ତି, ତେଣୁ ଆୟୁର୍ବେଦ ଔଷଧ ଉପରେ ଲୋକ ମାନଙ୍କର ନିର୍ଭର ବେଶୀ | ଏହିପରି ସ୍ଥଳେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ ର କଇଁଝର ପଞ୍ଚାୟତ ରେ ଗତ 2004 ମସିହା ରେ ଏକ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ ସ୍ଥାପନ କରାଗଲା, ଚିକିତ୍ସା ପାଇଁ ନୂତନ ବିଲଡିଙ୍ଗ ମଧ୍ୟ ହେଲା , ଔଷଧ ଆସିଲା କିନ୍ତୁ ନୂଆଁ ନୂଆଁ ରେ ଡାକ୍ତର ସପ୍ତାହରେ ଦୁଇ ଦିନ ବସୁଥିଲେ କିନ୍ତୁ ମଝିରେ ଛଅ ସାତ ବର୍ଷ ଦେଖା ଗଲେ ନାହିଁ | ସୂଚନା ଥାଉକି ଏହି ଚିକିତ୍ସାଳୟ ଉପରେ ଆଖପାଖ ଅଞ୍ଚଳର ଶତାଧିକ ଜନସାଧାରଣ ନିର୍ଭର କରିଥାନ୍ତି |
ବର୍ତ୍ତମାନ ପ୍ରାୟ ମାସେ ହେବ ସପ୍ତାହ ରେ ଗୋଟିଏ ଦିନ ଅର୍ଥାତ ସୋମବାର ଗୋଟିଏ ଦିନ ହିଁ ଡାକ୍ତର ଆସିଥାନ୍ତି , କିନ୍ତୁ କେହି ଦେଖି ପାରନ୍ତି ନାହିଁ | ବିଡମ୍ବନା ର ବିଷୟ ଏହା ଯେ, ଏହି ମହାମାରି ସମୟରେ ମଧ୍ୟ ଲୋକେ ସେବା ପାଇବାରେ ବଞ୍ଚିତ ହେଉଛନ୍ତି |ଦୁନିଆ ରେ ଅପମିଶ୍ରଣ ଜିନିଷ ବ୍ୟବହାର କରି ଦିନକୁ ଦିନ ଅସୁସ୍ଥ ଲୋକଙ୍କ ପାଇଁ ଆୟୁର୍ବେଦିକ ଚିକିତ୍ସା ଜରୁରୀ ହୋଇ ଯାଇଛି l ଏହାଛଡା ସରକାର ଆୟୁର୍ବେଦିକ ଚିକିତ୍ସା କୁ ଗୁରୁତ୍ୱ ଦେଉଥିବା ବେଳେ କଇଁଝର ଆୟୁର୍ବେଦିକ ଚିକିତ୍ସାଳୟଟି ଭୂତ କୋଠି ପାଲଟିଛି |ଲୋକ ମାନେ ଅଭିଯୋଗ କରିବାକୁ ଖୋଜୁଛନ୍ତି କିନ୍ତୁ ବିଭାଗରେ କେହି କର୍ମଚାରୀ ନ ଥାନ୍ତି |ତେଣୁ ଏହି ଆୟୁର୍ବେଦିକ ଚିକିତ୍ସାଳୟ କୁ ଜଣେ ସ୍ଥାୟୀ ଡାକ୍ତର ପଠାଇ ଏହି ଦୁର୍ଗମ ଅଞ୍ଚଳ ର ସ୍ୱାସ୍ଥ୍ୟ ବ୍ୟବସ୍ଥା କୁ ତ୍ୱରାନ୍ୱିତ କରାଯିବା ପାଇଁ ସାଧାରଣରେ ଦାବି ହେଉଛି |
Comments are closed.