ଗୋପା ଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଙ୍ଗିପୁର ଗ୍ରାମପଂଚାୟତ କାର୍ଯ୍ୟାଳୟ ପରିସରରେ ପୋଷାକ ବିତରଣ ମେଳା ବିଜୟ ଲଷ୍ମୀ ପାଡ଼ି ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇ ଯାଇଛି!ସର୍ବ ପ୍ରଥମେ କୁନି କୁନି ଛାତ୍ର, ଛାତ୍ରୀ ମାନଙ୍କୁ ମିଷ୍ଟାନ ବଣ୍ଟା ଯାଇ ବିତରଣ ମେଳା ର ଆରମ୍ଭ କରାଯାଇଥିଲା!ପ୍ରାୟ ପଚାଶ ଜଣ ଛାତ୍ର ଏବଂ ଛାତ୍ରୀ ମାନଙ୍କୁ ରାଜ୍ୟ ସରକାର ଙ୍କ ଦ୍ୱାରା ଦିଆ ଯାଇଥିବା ପଚାଶ ହଳ ଜୋତା ଏବଂ ଡ୍ରେସ ଦିଆ ଯାଇଥିଲା!ଆଜିର ଉକ୍ତ ବିତରଣ ମେଳାରେ ରଙ୍ଗେଈଲୁଣ୍ଡା ବ୍ଲକ ବିଜେଡି ସଭାପତି ତଥା ବ୍ରହ୍ମପୁର ମାନ୍ୟବର ସାଂସଦ ଙ୍କ ଯୁବ ପ୍ରତିନିଧି ଶ୍ରୀ ଅଜିତ କୁମାର ଦାସ, ବ୍ଲକ ଅଧକ୍ଷା ch, ଉଷାରାଣୀ, ଉପାଧ୍ୟାକ୍ଷା ଅନିତା ମହାଙ୍କୁଡ, C. D. P. O. ଜୋସନା ପାଡ଼ି, ସରପଞ୍ଚ ପ୍ରେମରଞ୍ଜନ ପଟନାୟକ, ସମିତି ସଭ୍ୟା କବିତାରାଣୀ ଦାସ, ସ୍ୱପ୍ନା ରାଣୀ ପଣ୍ଡା, ନ୍ୟାୟ ସରପଞ୍ଚ ମେନେକା ପ୍ରଧାନ ଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ!
